କନକ ବ୍ୟୁରୋ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଖପ୍ପା ହେଲେ ଟ୍ରମ୍ପ । ଯୁଦ୍ଧବିରତି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ଭିତରେ ନେତାନ୍ୟାହୁଙ୍କ ଖରାପ ଭାଷା କହିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାକୁ ହମାସ ଗ୍ରହଣ କରିଥିବା ନେଇ ନେତାନ୍ୟାହୁଙ୍କୁ ଟ୍ରମ୍ପ ଫୋନ କରି ଖୁସି ଖବର ଜଣାଇଥିଲେ । କିନ୍ତୁ ନେତାନ୍ୟାହୁ ଭିନ୍ନ ଭାବେ ଅନୁଭବ କରିଥିଲେ ଏବଂ ଟ୍ରମ୍ପଙ୍କୁ କହିଥିଲେ ଯେ ଏଥିରେ ଉତ୍ସବ ମନାଇବାର କିଛି ନାହିଁ ଏବଂ ଏହା କୌଣସି ଅର୍ଥ ରଖେ ନାହିଁ ।
ପ୍ରତିକ୍ରିୟା ଶୁଣିବା ପରେ ରାଗିଯାଇଥିଲେ ଟ୍ରମ୍ପ । ଆଉ ଖରାପ ଭାଷାରେ ତାଙ୍କୁ ସମାଲୋଚନା କରିଥିଲେ । ଏଥିସହ ଟ୍ରମ୍ପ କହିଥିଲେ, ମୁଁ ଜାଣିନି ତୁମେ ସବୁବେଳେ ଏତେ ନକାରାତ୍ମକ କାହିଁକି । ଏହା ଏକ ବିଜୟ । ଏହାକୁ ଗ୍ରହଣ କର । ଟ୍ରମ୍ପ ଚିନ୍ତିତ ଥିଲେ ଯେ ହାମାସ ତାଙ୍କ ପ୍ରସ୍ତାବକୁ ହମାସ ପ୍ରତ୍ୟାଖ୍ୟାନ କରିବ । କିନ୍ତୁ ହମାସ ଏହାକୁ ଗ୍ରହଣ କରିଥିଲା । ତେଣୁ ଖୁସି ଖବର ଟମ୍ପ ଜଣାଇବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ମନ୍ଦ ପ୍ରତିକ୍ରିୟା ଟ୍ରମ୍ପଙ୍କ ଉତ୍ତେଜିତ କରିଥିଲା ।
ସେପଟେ ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ହାମାସ, ଇସ୍ରାଏଲ ଏବଂ ଯୁକ୍ତରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ସୋମବାର ମିଶରରେ ଆଲୋଚନା ପାଇଁ ଏକତ୍ରିତ ହେବାକୁ ଯାଉଛନ୍ତି । ଏହି ପ୍ରସ୍ତାବ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ଡୋନାଲ୍ଡ ଟ୍ରମ୍ପ ଆଲୋଚକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଫଳରେ ଗାଜାରେ ପ୍ରାୟ ଦୁଇ ବର୍ଷର ଯୁଦ୍ଧ ଶେଷ ହେବ ଏବଂ ଗାଜାରେ ବନ୍ଦୀ ଥିବା ଇସ୍ରାଏଲ ଲୋକଙ୍କୁ ମୁକ୍ତ କରାଯିବ ଏବଂ ଇସ୍ରାଏଲୀ ଜେଲରେ ଥିବା ପାଲେଷ୍ଟାଇନୀୟମାନଙ୍କ ସହ ବିନିମୟ କରାଯିବ ।