ବ୍ୟାଟରେ ଇଶାନଙ୍କ ବଡ଼ ସନ୍ଦେଶ, ଶତକ ଲଗାଇ ବିସିସିଆଇକୁ ଦେଲେ ଜବାବ

Advertisment

ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ଇଶାନ କିଷାନ ଚମତ୍କାର ଶୈଳୀରେ ବ୍ୟାଟିଂ କରି ୧୦୧ ରନର ଏକ ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଛନ୍ତି । ଇଶାନ ମାତ୍ର ୪୯ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୧୦ଟି ଛକା ସାମିଲ ଥିଲା ।

ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ଇଶାନ କିଷାନ ଚମତ୍କାର ଶୈଳୀରେ ବ୍ୟାଟିଂ କରି ୧୦୧ ରନର ଏକ ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଛନ୍ତି । ଇଶାନ ମାତ୍ର ୪୯ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୧୦ଟି ଛକା ସାମିଲ ଥିଲା ।

ishan Kisan

ishan Kisan Photograph: (Kanak News)

କନକ ବ୍ୟୁରୋ: କୁହାଯାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦ୍ୱିତୀୟ ସୁଯୋଗ ମିଳିବା ଉଚିତ୍, କିନ୍ତୁ ଦ୍ୱିତୀୟ ସୁଯୋଗ ମିଳିବା ଏହି କଥା ଉପରେ ନିର୍ଭର କରେ ଯେ ଆପଣ ସେଥିପାଇଁ କେତେ ଯତ୍ନବାନ। କ୍ରିକେଟରେ ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି କରୁଣ ନାୟର, ଯିଏକି ଟେଷ୍ଟରେ ତ୍ରିଶତକ ହାସଲ କରିବା ପରେ ମଧ୍ୟ ଦଳରୁ ବାଦ୍ ପଡ଼ିଥିଲେ, କିନ୍ତୁ କ୍ରିକେଟ୍ ତାଙ୍କୁ ପୁଣି ଏକ ସୁଯୋଗ ଦେଇଥିଲା ଏବଂ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିଥିଲେ । ବର୍ତ୍ତମାନ କ୍ରିକେଟରେ ଦ୍ୱିତୀୟ ଉଦାହରଣ ଭାବେ ଇଶାନ କିଷାନ ସାମ୍ନାକୁ ଆସିଛନ୍ତି । ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଥିବା ଇଶାନ କିଷାନ ନିଜ ବ୍ୟାଟ୍ ଜରିଆରେ ଏକ ବଡ଼ ସନ୍ଦେଶ ଦେଇଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ସେ ହରିୟାଣା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ପ୍ରଥମ ଥର ପାଇଁ ଚାମ୍ପିଅନ୍ କରାଇଛନ୍ତି ।

ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ଇଶାନ କିଷାନ ଚମତ୍କାର ଶୈଳୀରେ ବ୍ୟାଟିଂ କରି ୧୦୧ ରନର ଏକ ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଛନ୍ତି । ଇଶାନ ମାତ୍ର ୪୯ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୧୦ଟି ଛକା ସାମିଲ ଥିଲା । ଇଶାନ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ଶତକ ହାସଲ କରିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି । ଏହା ପୂର୍ବରୁ କୌଣସି ଅଧିନାୟକ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଶତକ ମାରିନଥିଲେ ।

ଆହୁରି ପଢ଼ନ୍ତୁ... ସନ୍ନ୍ୟାସର ବର୍ଷ ୨୦୨୫: ବାଏ ବାଏ କହିଛନ୍ତି ବଡ଼ ବଡ଼ କ୍ରିକେଟର

ଫାଇନାଲରେ ଏହି ଶାନଦାର ଶତକ ହାସଲ କରିବା ପରେ ଇଶାନ କିଷାନ ସୟଦ ମୁସ୍ତାକ ଅଲି ଟ୍ରଫିରେ ସର୍ବାଧିକ ଶତକ ମାରିବା ମାମଲାରେ ଅଭିଷେକ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି । ଅଭିଷେକ ୫୪ଟି ପାଳିରେ ୫ଟି ଶତକ ମାରିଥିବା ବେଳେ ଇଶାନ ଏହି ସଫଳତା ୬୨ଟି ପାଳିରେ ପୂରଣ କରିଛନ୍ତି ।

ଝାଡ଼ଖଣ୍ଡକୁ ଟାଇଟଲ୍ ଜିତାଇବା ପରେ, ଇଶାନ ଦୁଇ ବର୍ଷରୁ ଅଧିକ ସମୟ ଧରି ସିନିୟର ଭାରତୀୟ ଦଳରୁ ବାହାରେ ରହିବା ପ୍ରସଙ୍ଗରେ ନିଜର ନୀରବତା ଭାଙ୍ଗିଛନ୍ତି। ତତ୍କାଳୀନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଦ୍ୱାରା ଶୃଙ୍ଖଳାଗତ କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ଏହି ସମ୍ପର୍କରେ ଇଶାନ କହିଛନ୍ତି ଯେ, ସେହି ସମୟ ତାଙ୍କ ପାଇଁ ପ୍ରକୃତରେ ବହୁତ କଷ୍ଟକର ଥିଲା ।

ଇଶାନ କିଷାନ୍ ୨୦୨୩ ଜୁଲାଇ ମାସରେ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେହିପରି ୨୦୨୩ ଅକ୍ଟୋବରରେ ଶେଷ ଦିନିକିଆ ଆଉ ୨୦୨୩ ନଭେମ୍ୱରରେ ଶେଷ ଟି-୨୦ ଖେଳିଥିଲେ ଇଶାନ କିଷାନ । ଏହାପରଠୁ ସେ ଆଉ ଟିମ୍ ଇଣ୍ଡିଆକୁ ଫେରିନାହାନ୍ତି । କହିବାକୁ ଗଲେ ପ୍ରାୟ ୨ ବର୍ଷ ହେବ ସେ ଦଳଠାରୁ ଦୂରେଇ ରହିଛନ୍ତି । ଆଉ ଏବେ ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ଝାଡ଼ଖଣ୍ଡକୁ ବଡ଼ ସଫଳତା ଦେଇଛନ୍ତି । ପ୍ରଥମଥର ପାଇଁ ସେ ଦଳକୁ ବିଜୟୀ କରାଯାଇଛନ୍ତି । ଏହାସହ ସେ ଏହି ଟ୍ରଫିରେ ୫୧୭ ରନ କରିଛନ୍ତି । 

ଇଶାନ କିଷାନ ଏହି ଦମଦାର ଇନିଂସ ଆଉ ସଫଳତା ସହ ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବଡ଼ ଜବାବ ଦେଇଛନ୍ତି । ଆଉ ସେ ଦେଖାଇ ଦେଇଛନ୍ତି ଯେ ସେ ବି କାହାଠାରୁ କମ୍ ନୁହନ୍ତି । ଆଉ ତାଙ୍କର ବି ମ୍ୟାଚ ବିଜୟୀ କରାଇବାର ଦକ୍ଷତା ରହିଛି । ତେବେ ଦେଖିବା ବାକି ରହିଲା ଆଗାମୀ ଦିନରେ ଇଶାନ କିଷାନଙ୍କ ପ୍ରତି ବିସିସିଆଇର ପଦକ୍ଷେପ କଣ ରହୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe