କନକ ବ୍ୟୁରୋ: ଆଜିକାଲି ଆମେ ସମସ୍ତେ ହ୍ବାଟ୍ସଆପ୍‌ ବ୍ୟବହାର କରୁଛନ୍ତି । ପ୍ରତି ମୁହୂର୍ତ୍ତରେ ଏହାର ବ୍ୟବହାର ହୋଇଥାଏ । ଏବେ ଅଫିସ୍‌ କାମ ହେଉ କି ସରକାରୀ ଦପ୍ତରର କାମ ହେଉ…ପ୍ରତିଟି କାମ ହ୍ବାଟ୍ସଆପ୍‌ ଜରିଆରେ ହିଁ ହୁଏ । ତେବେ ଅନେକ ସମୟରେ ତଥ୍ୟ ଲିକ୍‌ ହେଉଥିବା ନେଇ ଅଭିଯୋଗ ଆସେ । ଯଦି ଆପଣଙ୍କର ବି ଏମିତି ସମସ୍ୟା ହେଉଛି ତା'ହେଲେ ତୁରନ୍ତ ଆପଣାନ୍ତୁ ଏହି ଟିପ୍ସ…

Advertisment

ହ୍ବାଟ୍ସଆପ୍‌ରେ ଚାଟକୁ ସୁରକ୍ଷିତ ରଖିବେ କେମିତି ? 
ସତର୍କ ନରହିଲେ ଆପଣଙ୍କ ଡାଟା ହୋଇପାରେ ଲିକ୍‌

ଯୁବପିଢି ହୁଅନ୍ତୁ କି ବୟସ୍କ ବ୍ୟକ୍ତି…ହ୍ବାଟ୍ସଆପ୍‌ରେ ସମସ୍ତେ ମସଗୁଲ । ପ୍ରତିଟି ବ୍ୟକ୍ତିଗତ କଥା ମଧ୍ୟ ଏହି ଆପ୍‌ରେ ହେଉଥିବା ଦେଖିବାକୁ ମିଳେ । ତେଣୁ ଏହା ସୁରକ୍ଷିତ ରହିବା ନିତ୍ୟାନ୍ତ ଜରୁରୀ । ଜାଣି ଆଶ୍ଚର୍ଯ୍ୟ ହେବେ କି, ହ୍ବାଟ୍ସଆପ୍‌ ନିଜ ଆପ୍‌କୁ ସୁରକ୍ଷିତ ରଖିବାକୁ ଅନେକ ଫିଚର ତିଆରି କରିଛି । ଏନେଇ ହ୍ବାଟ୍ସଆପ୍‌ ନିଜର ଅଫିସିଆଲ ଆକାଉଣ୍ଟରୁ ସବୁ ସୂଚନା ଦେଇଛି । ହ୍ବାଟ୍ସଆପ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପାସ୍‌ କି ମାଧ୍ୟମରେ କେମିତି ଡାଟା ସୁରକ୍ଷିତ ରଖାଯିବ ସେନେଇ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ଏହି ସୂଚନା ପ୍ରତିଟି ଉପଭୋକ୍ତାଙ୍କୁ ମେସେଜ୍‌ କରି ଅବଗତ କରାଯାଇଛି । 

ବ୍ୟବହାର କରିପାରିବେ ଫେସ୍‌ ଆଇଡି ?

ପାସ୍‌ କି ପାଇଁ ଆପଣ ଫିଙ୍ଗର ପ୍ରିଣ୍ଟ, ଫେସ୍‌ କିମ୍ବା ପାସୱାର୍ଡ ସେଟିଂ କରିପାରନ୍ତି । ଏହି ସବୁର ସାହାଯ୍ୟରେ ଆପଣ ହ୍ବାଟ୍ସଆପ୍‌ ଲଗଇନ୍‌ କରିପାରିବେ । ଯେଉଁ ନମ୍ବରରେ ଆପଣ ହ୍ବାଟ୍ସଆପ୍‌ ବ୍ୟବହାର କରୁଛନ୍ତି ତାହା ଆପଣଙ୍କର କି ନୁହେଁ ସେନେଇ ଏକ ଭେରିଫିକେସନ୍‌ ହେବ । ଯେବେ ନୋଟିଫିକେସନ୍‌ ଆସିବ, ସେହି ସମୟରେ ରେଜିଷ୍ଟର କରିବା ସମୟରେ ଆପଣ ପାସୱାର୍ଡ ସେଟିଂ କରିପାରିବେ । ଏହି ପାସୱାର୍ଡରେ ଆପଣ ଫିଙ୍ଗର ପ୍ରିଣ୍ଟ, ଫେସ୍‌ ଆଇଡି ଓ ପାସୱାର୍ଡର ବ୍ୟବହାର କରିପାରିବେ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଯଦି ହ୍ବାଟ୍ସଆପ୍‌ ନୂଆ ମୋବାଇଲ୍‌ରେ ଇନଷ୍ଟଲ କରୁଛନ୍ତି ଏବଂ ପୂର୍ବରୁ ପାସୱାର୍ଡ ସେଟିଂ କରିସାରିଛନ୍ତି ତା'ହେଲେ ଇନଷ୍ଟଲ ବେଳେ ପାସୱାର୍ଡ ବ୍ୟବହାର କରିପାରିବେ । 

କେମିତି ସେଟିଂ କରିବେ ପାସୱାର୍ଡ ?

ପାସୱାର୍ଡ ସେଟିଂ କରିବାକୁ ପ୍ରଥମେ ହ୍ବାଟ୍ସଆପ୍‌ ସେଟିଂକୁ ଯାଆନ୍ତୁ । ପରେ ପରେ ଆକାଉଣ୍ଟ ଭିତରେ ପାସୱାର୍ଡ ମିଳିବ । ପରେ ପରେ ସେଠାରେ କ୍ଲିକ୍‌ କରନ୍ତୁ…ଏହାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍‌ କରନ୍ତୁ । ସେଠାରେ ଥିବା କୋର୍ଡକୁ ପାସୱାର୍ଡ ଭାବରେ ବ୍ୟବହାର କରିପାରିବେ ନହେଲେ ନୂଆ ପାସୱାର୍ଡ ବି ଦେଇପାରିବେ । ଏମିତି ହେଲେ ଆପଣଙ୍କ ହ୍ବାଟ୍ସଆପ୍‌ର ଡାଟା କେହି ଲିକ୍‌ କରିପାରିବେ ନାହିଁ । 

ମୋଟ୍‌ ଉପରେ ସୋସିଆଲ ମିଡିଆର ବିଭିନ୍ନ ଆପ୍‌ରେ ଆମେ ସମସ୍ତେ ଅଭ୍ୟସ୍ତ । ହେଲେ ବ୍ୟକ୍ତିଗତ ତଥ୍ୟ କେତେ ସୁରକ୍ଷିତ ସେନେଇ ଅନେକ ସମୟରେ ପ୍ରଶ୍ନ ବି ଉଙ୍କି ମାରେ । ତେଣୁ ଏମିତି ସ୍ଥିତିରେ ହ୍ବାଟ୍ସଆପ୍‌କୁ ଆପଣ ସେଫ୍‌ରେ ବ୍ୟବହାର କରିପାରିବେ ବୋଲି କୁହାଯାଉଛି ।