କନକବ୍ୟୁରୋ : କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି। ଏନେଇ ଏଏସ୍ଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ୮୦ ଫୁଟ ଉଚ୍ଚରେ ମନ୍ଦିରର ପଶ୍ଚିମ ପାର୍ଶ୍ବ କାନ୍ଥରେ ୨୬ ଫୁଟରୁ ଅଧିକ କାନ୍ଥ ଖୋଳା ସରିଛି । ପରେ ଗର୍ଭଗୃହ ଭିତର ବାଲି ଓ ପଥରକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ ଲ୍ୟାବ୍କୁ ପଠାଯାଇଛି । କେତେ ସୁରକ୍ଷିତ ସୂର୍ଯ୍ୟମନ୍ଦିର, ଏହାର ଗର୍ଭଗୃହରୁ ବାଲି କାଢ଼ିବା ପରେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେନେଇ ଅଧିକ ଅନୁଧ୍ୟାନ କରୁଛି ଏଏସ୍ଆଇ ବୈଷୟକ ଟିମ୍ । ତେବେ ଗର୍ଭଗୃହ ଭିତର ପଥର ଓ ବାଲିର ପରୀକ୍ଷା ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳି ପାରିବ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ... ସାରା ରାଜ୍ୟରେ ଜାରି ଶୀତ ଲହରୀ : ଆହୁରି ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ
ସମସ୍ତ ଅନୁଧ୍ୟାନ ପରେ ସୂର୍ଯ୍ୟମନ୍ଦିରର କାନ୍ଥ ପଥର ଓସାର ଓ ଏହାର ବାହାର ଭିତର ର ସ୍ଥିତି କିପରି ଅଛି ଦେଖାଯିବ । ସବୁକୁ ଅନୁଧ୍ୟାନ କରି ମନ୍ଦିର ସୁରକ୍ଷିତ ରହିବା ସୁନିଶ୍ଚିତ ହେବା ପରେ ଗର୍ଭଗୃହ ରୁ ସମସ୍ତ ବାଲି କଢା ପକ୍ରିୟା ଆରମ୍ଭ ହେବ । ଏନେଇ ଏଏସ ଆଇ ବିଭାଗ ପକ୍ଷରୁ ମେକାନିକାଲ ପ୍ଲାଟଫର୍ମ ନିର୍ମାଣ ସରିଛି ।
ମନ୍ଦିର ର ଉତ୍ତର ଓ ପଶ୍ଚିମ କୋଣରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏକ ସ୍ୱତନ୍ତ୍ର ଲିଫ୍ଟ କରାଯାାଇଛି । ମାଧ୍ୟମରେ ମନ୍ଦିର ଚୂଡ଼ାର ଗର୍ଭଗୃହରେ ରହିଥିବା ୧୨୨ବର୍ଷ ର ଏହି ବାଲି ଗୁଡିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯାଇ ପାଦଦେଶରୁ ପାଇପ ସାହାଯ୍ୟରେ ବାଲି ଗୁଡିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ଏହାକୁ ସୁରକ୍ଷିତ ଭାବେ ରଖାଯିବ ।
ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ପ୍ରବେଶ ପାଇଁ ସବୁଦିନ ପାଇଁ ଖୋଲିଦିଆଯିବ ବୋଲି ଏ ଏସ ଆଇ ର ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡକ୍ଟର ଡି ବି. ଗଡନାୟକ ପ୍ରକାଶ କରିଥିଲେ । ବାଲି ନିଷ୍କାସନ କାମ ସରିଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଦ୍ବାର। ସବୁଦିନ ପାଇଁ ଦ୍ବାର ଖୋଲିଦିଆଯିବ ବୋଲି ଏଏସ୍ଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡକ୍ଟର ଡି ବି. ଗଡନାୟକ ସୂଚନା ଦେଇଛନ୍ତି ।
ସୂର୍ଯ୍ୟ ମନ୍ଦିରରେ ସରିଲା ଟନେଲ୍ କାମ
ମନ୍ଦିରର ପଶ୍ଚିମ କାନ୍ଥରେ ୮୦ ଫୁଟ୍ ଉଚ୍ଚରେ ଖୋଳାଗଲା ଟନେଲ୍
୨୬ ଫୁଟ ଲମ୍ବ, ୧୬ ସେଣ୍ଟିମିଟର ଚଉଡ଼ାର ଖୋଳାଗଲା ଟନେଲ୍
ଆଇଆଇଟି ମାଡ୍ରାସ୍ ଲ୍ୟାବ୍କୁ ଗଲା ଗର୍ଭଗୃହ ବାଲି, ପଥର
ପରୀକ୍ଷା ଓ ଅନୁଧ୍ୟାନ ପରେ ବାଲିକଢ଼ା ଉପରେ ହେବ ନିଷ୍ପତ୍ତି
ସୂର୍ୟ୍ୟମନ୍ଦିର ସୁରକ୍ଷିତ ସୁନିଶ୍ଚିତ ହେବା ପରେ ଗର୍ଭଗୃହରୁ କଢ଼ାଯିବ ବାଲି
୧୨୨ ବର୍ଷ ଧରି ମନ୍ଦିର ଗର୍ଭଗୃହରେ ଭରି ରହିଛି ବାଲି
ବାଲିକୁ ପର୍ଯ୍ୟାୟକ୍ରମ ବାହାର କରାଯିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/11-2025-12-09-10-59-57.jpg)