କନକ ବ୍ୟୁରୋ : ସାଧାରଣ ଉପଭୋକ୍ତାଙ୍କୁ ଲୁଟିଚାଲିଛି ଟାଟା ପାୱାର । କେତେବେଳେ ଚଢା ବିଲ ତ ପୁଣି କେତେବେଳେ ଅତିରିକ୍ତ ସୁରକ୍ଷା ଜମା ରାଶି । ଆଉ ଏବେ ସ୍ମାର୍ଟ ମିଟରକୁ ନେଇ ବିବାଦ ଘେରରେ ଟାଟା ପାୱାର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଜନ ଶୁଣାଣିରେ ଏହି ପ୍ରସଙ୍ଗକୁ ନେଇ ହୋଇଥିଲା ତର୍କ ବିତର୍କ ।
ଟାଟା ପାୱାର ବିରୋଧରେ ବଢୁଛି ଅସନ୍ତୋଷ । ବିଦ୍ୟୁତ ଶୁଳ୍କ ନେଇ ଉପଭୋକ୍ତା ଚିନ୍ତାରେ ଥିବାବେଳେ ସ୍ମାର୍ଟ ମିଟର ଓ ଅତିରିକ୍ତ ସୁରକ୍ଷା ଜମା ରାଶି ବଢ଼ାଇଛି ଚିନ୍ତା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଜନ ଶୁଣାଣିରେ ଏହି ପ୍ରସଙ୍ଗକୁ ନେଇ ହୋଇଥିଲା ଆଲୋଚନା । ଗୋଟିଏ ପଟେ ଅଭିଯୋଗକାରୀ ଓ ଶକ୍ତି ସମୀକ୍ଷକ ଟାଟା ପାୱାରକୁ ଘେରିଥିବାବେଳେ ନିଜ ପକ୍ଷ ରଖିଥିଲେ ଟାଟା ପାୱାରର କର୍ତ୍ତୃପକ୍ଷ । ହେଲେ ସନ୍ତୋଷଜନକ ଉତ୍ତର ନଦେବାରୁ ବାଜିଛି ଓଇଆରସିର ଛାଟ । ଅବ୍ୟବସ୍ଥା ପାଇଁ ଟାଟା ପାୱାରର କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ ଓଇଆରସି ଅଧ୍ୟକ୍ଷ ।
ଅଧିକ ପଢ଼ନ୍ତୁ : ସରକାରଙ୍କ ମାଗଣା ମିଟର ଉପରେ ଭଡ଼ା ନେଉଛି ଟାଟା ପାୱାର, ଆଦାୟ କରିଛି ୧୮ କୋଟିରୁ ଅଧିକ ଟଙ୍କା
ଅଭିଯୋଗକାରୀଙ୍କ ମଧ୍ୟରେ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଉପଭୋକ୍ତାଙ୍କ ଅଧିକାର ନେଇ ପ୍ରଶ୍ନ କରିଥିଲେ । ବିଦ୍ୟୁତ ଉପଭୋକ୍ତା ବିଲ୍ ଦେବାରେ ବିଳମ୍ବ କରୁଥିଲେ ବିଦ୍ୟୁତ ସଂଯୋଗ କାଟିଦିଆଯାଏ । ହେଲେ ପାୱାରକଟ୍ ହେଲେ କମ୍ପାନି ଏହାର ଭରଣା କରିବ କି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ମାଗଣା ମିଟରରୁ ଭଡ଼ା ସଂଗ୍ରହ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ଉପଭୋକ୍ତାଙ୍କଠାରୁ ନିଆଯାଇଥିବା ମିଟର ଭଡ଼ା ଫେରାଇବାକୁ ଦାବି ହୋଇଛି । ଖୁବଶୀଘ୍ର ସେସବୁ ଫେରାଇ ଦିଆଯାଉ ବୋଲି କହିଥିଲେ ଓଇଆରସି ଅଧ୍ୟକ୍ଷ ।
ଅତିରିକ୍ତ ସୁରକ୍ଷା ଜମାରାଶି ପ୍ରସଙ୍ଗ ଏବେବି ଅଡୁଆରେ ରହିଛି । ଅନ୍ୟ ରାଜ୍ୟରେ ଏନେଇ କ’ଣ ବ୍ୟବସ୍ଥା ଅଛି, ତାକୁ ତର୍ଜମା କରି ଓଇଆରସି ନିଷ୍ପତ୍ତି ନେବ ବୋଲି ସ୍ପଷ୍ଟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/04/tata-power-2026-02-04-23-42-16.jpg)