କନକ ବ୍ୟୁରୋ : ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟ ଗୁଡ଼ିକ ଉପରେ ବାକି ପଡ଼ିଛି ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ୍ । ଏମାନଙ୍କ ନିକଟରୁ ବିଲ୍ ଆଦାୟ କରିବା ତ ଦୂରର କଥା ଏବେ ସାଧାରଣ ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର । ଏପରି କି ବିଦ୍ୟୁତ ଗ୍ରାହକଙ୍କର ମାତ୍ର ୧ହଜାର ଟଙ୍କା ବାକି ରହିଥିଲେ ମଧ୍ୟ ସ୍ମାର୍ଟ ମିଟର ଜରିଆରେ ବିଦ୍ୟୁତ ସଂଯୋଗକୁ କାଟିଦିଆଯାଉଛି ।
ତଥ୍ୟ ଅନୁଯାୟୀ ଗଜପତି ଜିଲ୍ଲାର ୬ଟି ସରକାରୀ ବିଭାଗର କାର୍ଯ୍ୟାଳୟ ଉପରେ ମୋଟ ୧ କୋଟି ୯୦ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗର ଉପରେ ରହିଛି ସର୍ବାଧିକ ୧ କୋଟି ୨ ଲକ୍ଷ ଟଙ୍କା । ସ୍କୁଲ ଓ ଗଣଶିକ୍ଷା ବିଭାଗର ୩୦ ଲକ୍ଷ ଟଙ୍କା, ଅନୁସୂଚିତ ଜନଜାତି ଓ ଅନସୂଚିତ ଜାତି ବିଭାଗର ବାକି ରହିଛି ୧୬ଲକ୍ଷ ଟଙ୍କା । ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗର ୨୨ ଲକ୍ଷ ଟଙ୍କା ବାକି ରହିଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୪ଲକ୍ଷ ଟଙ୍କା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ବାକି ରହିଛି ୬ ଲକ୍ଷ ଟଙ୍କାର ବିଲ୍ । ଏଯାବତ ଏହି ସମସ୍ତ ବିଭାଗ ପକ୍ଷରୁ ବକେୟା ବିଲ ପୈଠ ହୋଇନଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ---ଗୁମୁରି କାନ୍ଦୁଛି ଗଙ୍ଗା : ତା’ ଗର୍ଭକୁ ଯାଉଛି ବିଷ ଆଉ କେବେ ଚେତିବ ମଣିଷ ?
ସେପଟେ ବେସରକାରୀ ବାଣିଜ୍ୟ ପ୍ରତିଷ୍ଠାନ ଓ ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଦାଉ ସାଜୁଛି ଟିପିସିଓଡ଼ିଏଲ୍ । ୧ହଜାର ଟଙ୍କା ବିଦ୍ୟୁତ ବିଲ୍ ବାକି ରହିଥିବା ଉପଭୋକ୍ତା ମାନଙ୍କ ଘରୁ ବିଦ୍ୟୁତ ସରବରାହ ବିଛିନ୍ନ କରିଦିଆଯାଉଛି । ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ଘରୁ ରାତି ଅଧରେ ଆପେ ଆପେ ବିଦ୍ୟୁତ କାଟ ହୋଇଯାଉଛି । ସରକାରୀ କାର୍ଯ୍ୟାଳୟକୁ ଛାଡ଼ିଦିଆଯାଉଥିବା ବେଳେ କମ୍ପାନୀ କାହିଁକି ସାଧାରଣ ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ବିଦ୍ୟୁତ ଉପଭୋକ୍ତାଙ୍କ ଅଭିଯୋଗ ନେଇ ଆଗାମୀ ଦିନରେ ଟିପିଏସଓଡିଏଲ ଆଗାମୀ କେଉଁ ପଦକ୍ଷେପ ନେଉଛି ଦେଖିବାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/tata-2026-02-02-17-38-29.png)