କନକ ବ୍ୟୁରୋ : ସାଧାରଣତଃ ଶୀତଦିନେ ଶରୀର ଶୁଷ୍କ ହୋଇଯାଏ । ଯାହା ଆମକୁ ଅସହଜ ମନେହୁଏ । ସେହି କାରଣରୁ ଆମେ ଅନେକ ଖାଦ୍ୟ ଓ ପାନୀୟକୁ ନିଜ ଡାଏଟ୍ ଚାର୍ଟରେ ସାମିଲ କରିଥାଉ । ସେଥିରୁ ପଇଡ଼ ପାଣି ଅନ୍ୟତମ । ଏବେ ଜାଣନ୍ତୁ ଶୀତଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କେତେ ଭଲ ଆଉ କାହା ପାଇଁ ପଇଡ଼ ପାଣି ମନା । ଫଳରେ ଆପଣମାନେ ଶୀତଦିନେ ପଇଡ଼ ପାଣି ପିଇବେ କି ନାହିଁ ଆଉ ମନରେ ଦ୍ବନ୍ଦ୍ବ ରହିବ ନାହିଁ ।
ଅଧିକ ପଢନ୍ତୁ ... ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ଖାଦ୍ୟ : ଓଜନ କମିବାରେ ହେବ ସହାୟକ
ଆମେ ଜାଣିଛେ ଯେ ଖରାଦିନେ ପଇଡ଼ ପାଣିକୁ ମୁଖ୍ୟ ପାନୀୟ ରୂପେ ଗ୍ରହଣ କରାଯାଏ । ଲୋକମାନେ ଏହି ପାଣିକୁ ପିଇବା ପାଇଁ ବେଶ୍ ପସନ୍ଦ ମଧ୍ୟ କରିଥାଆନ୍ତି । ଯାହା ଆମ ପେଟକୁ ଥଣ୍ଡା ରଖିଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଆର୍ୟୁବେଦ ଚିକିତ୍ସା ଅନୁସାରେ ଶୀତଦିନେ ପଇଡ଼ ପାଣିକୁ ଯଦି ଠିକ୍ ଉପାୟରେ ଓ ସଠିକ୍ ସମୟରେ ପିଆଯାଏ ତେବେ ଏହା କୌଣସି ବରଦାନଠାରୁ କମ୍ ନୁହେଁ । ୯୦ପ୍ରତିଶତରୁ ଅଧିକ ଲୋକେ କେତେବେଳେ ଏହି ପାଣି ପିଇବେ , କେମତି ପିଇବେ ସଠିକ୍ ଉପାୟ ନଜାଣି ଶୀତଦିନେ ଏହାକୁ ପିଇନଥାନ୍ତି ।
ସାଧାରଣତଃ ଶୀତଦିନେ ଆମେ ପାଣି କମ୍ ପିଇଥାଉ । ଯାହା ଫଳରେ ଶରୀରରେ ଜଳୀୟ ଅଂଶ କମିଯାଏ ଏବଂ ଚର୍ମ ଶୁଷ୍କ ହୋଇଯାଏ । ଏ ଦୃଷ୍ଟିରୁ ଦେଖିଲେ ପଇଡ଼ ପାଣି ଶରୀର ପାଇଁ ସବୁଠାରୁ ଲାଭଦାୟକ ଅଟେ । ଏହା ଆମ ଶରୀରକୁ ଉପଯୁକ୍ତ ପୋଷଣ ମଧ୍ୟ ଯୋଗାଇଥାଏ । ପଇଡ଼ ପାଣିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ ଭଳି ପୋଷକତତ୍ତ୍ବ ଭରି ରହିଛି ।
ଯାହା ଆମ ଶରୀରର ଥକ୍କାପଣ ମେଣ୍ଟାଇବାରେ ସାହାଯ୍ୟ କରେ ଏବଂ ମାଂସପେଶୀକୁ ସୁସ୍ଥ ଭାବରେ ଗଠନ କରିବାକୁ ସାହାଯ୍ୟ ମଧ୍ୟ କରିଥାଏ । ପଇଡ଼ ପାଣିରେ ଆଣ୍ଟିଅକ୍ସିଡେଣ୍ଟ୍ ଥିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବେଶ୍ ସହାୟକ ହୋଇଥାଏ ।
ପେଟ ଗରମ ଯୋଗୁଁ ହେଉଥିବା କାଶରୁ ମଧ୍ୟ ଉପଶମ ଦିଏ । ହେଲେ ଶୀତଦିନେ ପଇଡ଼ ପାଣି ପିଇବା ପୂର୍ବରୁ କିଛି ସର୍ତକତା ମଧ୍ୟ ଅବଲମ୍ବନ କରନ୍ତୁ । ଏହାକୁ ପିଇବାର କିଛି ସମୟ ଅଛି ଯେତେବେଳେ ଏହା ମହୌଷଧି ଭଳି କାମ କରେ । ନଚେତ ଅସମୟରେ ଏହାର କୁପ୍ରଭାବ ବି ପଡ଼ିପାରେ ।
ପୂରା ଭୋର ସମୟରେ କିମ୍ବା ରାତିରେ ପଇଡ଼ ପାଣି ପିଅନ୍ତୁ ନାହିଁ । ଆପଣଙ୍କୁ ଯଦି ଅଧିକ ଥଣ୍ଡା, କାଶ, ସର୍ଦ୍ଦି ହୋଇଥାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତରଙ୍କୁ ପରାମର୍ଶ କଲେ ଏହା ସବୁଠୁ ଭଲହେବ । ତେବେ ପଇଡ଼ ପାଣି ସେବନ ଦ୍ବିପହରରେ କଲେ ଆପଣଙ୍କ ଶରୀର ପାଇଁ ଲାଭବାନ୍ ହେବ । ଏହି ସମୟରେ ଶରୀରର ତାପମାତ୍ରା ସନ୍ତୁଳିତ ଅବସ୍ଥାରେ ରହିଥାଏ । ପଇଡ଼ପାଣି ପିଇବା ଦ୍ବାରା ଆମ ଶରୀରରେ ହୋଇଥିବା ଅନେକ ରୋଗ ଜନିତ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/04/coconut-water-2026-01-04-08-47-31.jpg)