କନକବ୍ୟୁରୋ : ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପେୟ ଯୋଗୁଁ ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଓଜନ କମାଇବା ପାଇଁ ଅନେକ ଲୋକ ଜିମ୍ ଯାଆନ୍ତି କିମ୍ବା ଡାଏଟ୍ ଅନୁସରଣ କରନ୍ତି, 

Advertisment

କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କର ସକାଳ ଖାଇବାରେ ହିଁ ନିର୍ଭର କରେ ଦିନଯାକ ଖାଇବା ଉପରେ ... କାରଣ ଆପଣଙ୍କ ଦିନ ଖାଇବା ରେ ହିଁ ଆରମ୍ଭ ହୁଏ ପୁରା ଖାଇବା ... 
ଆୟୁର୍ବେଦ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସକାଳେ ଖାଲି ପେଟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ (Metabolism) ବୃଦ୍ଧି ପାଇଥାଏ, ଯାହା ଶରୀରର ଜମା ହୋଇଥିବା ଚର୍ବିକୁ ଶୀଘ୍ର କମାଇବାରେ  ସାହାଯ୍ୟ କରେ। 

କେବିସି-୧୭’ସେଟ୍ ରେ ଭାବୁକ ହେଲେ ବିଗ୍ ବି : କହିଲେ "ଏହି ମଞ୍ଚ କେବଳ ଏକ ଖେଳ ପାଇଁ ନୁହେଁ, ଏହା ମୋ ପାଇଁ ଏକ ମନ୍ଦିର

ଏବେ ଜାଣନ୍ତୁ ସେହି ୫ଟି ସୁପରଫୁଡ୍ ବିଷୟରେ ଯାହା ଆପଣଙ୍କ ଓଜନ କମାଇବ... 

୧. ଉଷୁମ ପାଣି ସହ ଲେମ୍ବୁ ଏବଂ ମହୁ 
ଏହା ଓଜନ କମାଇବା ପାଇଁ ସବୁଠାରୁ ପୁରୁଣା ଏବଂ ପ୍ରଭାବଶାଳୀ ଉପାୟ । ସକାଳେ ଖାଲି ପେଟରେ ଗ୍ଲାସେ ଉଷୁମ ପାଣିରେ ଅଧା ଲେମ୍ବୁ ରସ ଏବଂ ଚାମଚେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ। ଲେମ୍ବୁରେ ଥିବା ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏବଂ ମେଟାବୋଲିଜିମ୍ ବୃଦ୍ଧି କରି ଓଜନ କମାଇବାରେ ସାହାଯ୍ୟ କରେ।

୨. ଭିଜା ହୋଇଥିବା ବାଦାମ 
ସକାଳୁ ଖାଲି ପେଟରେ ୫ ରୁ ୧୦ଟି ଭିଜା ହୋଇଥିବା ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।  ବାଦାମର ଚୋପାରେ ଟାନ୍ନିନ୍ ଥାଏ ଯାହା ପୋଷକ ତତ୍ତ୍ୱ ଅବଶୋଷଣରେ ବାଧା ସୃଷ୍ଟି କରେ, ତେଣୁ ଏହାକୁ ଭିଜାଇ ଚୋପା ଛଡ଼ାଇ ଖାଇବା ଉଚିତ୍ ।  ବାଦାମରେ ପ୍ରୋଟିନ୍, ଫାଇବର ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ , ଯାହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭର୍ତ୍ତି କରି ରଖେ ଏବଂ ଅଦରକାରୀ ଖାଦ୍ୟ ଖାଇବା (Cravings) ରୁ ରକ୍ଷା କରେ ।

୩. ଅମୃତଭଣ୍ଡା 
ଓଜନ କମାଇବା ପାଇଁ ଅମୃତଭଣ୍ଡା ଏକ ଚମତ୍କାର ଫଳ । ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ପେଟ ସଫା ରହେ ଏବଂ ହଜମ ପ୍ରକ୍ରିୟା ସୁଧୁରିଥାଏ । ଏଥିରେ ‘ପାପାଇନ୍’  ନାମକ ଏକ ଏନଜାଇମ୍ ଥାଏ ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଏଥିରେ କ୍ୟାଲୋରୀ ବହୁତ କମ୍ ଏବଂ ଫାଇବର ଅଧିକ ଥାଏ , ଯାହା ଓଜନ ହ୍ରାସ ପାଇଁ ଅତ୍ୟନ୍ତ ସହାୟକ ।

୪. ମେଥି ପାଣି ..
ଯଦି ଆପଣ ଦ୍ରୁତ ଗତିରେ ଓଜନ କମାଇବାକୁ ଚାହୁଁଛନ୍ତି , ତେବେ ମେଥି ପାଣି ଏକ ଉତ୍କୃଷ୍ଟ ବିକଳ୍ପ ।  ରାତିରେ ଚାମଚେ ମେଥିକୁ ଗ୍ଲାସେ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଏହି ପାଣିକୁ ଛାଣି ପିଅନ୍ତୁ । ମେଥି ପାଣି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ମେଟାବୋଲିଜିମ୍ ବଢ଼ାଇଥାଏ । ଏହା ଶରୀରର ଜମା ହୋଇଥିବା ଚର୍ବିକୁ କମାଇବାରେ ଖୁବ୍ ପ୍ରଭାବଶାଳୀ ହୋଇଥାଏ 

୫. ଚିଆ ସିଡ୍ସ ...
ଚିଆ ସିଡ୍ସରେ ପ୍ରଚୁର ପରିମାଣରେ ଫାଇବର ଏବଂ ପ୍ରୋଟିନ୍ ଥାଏ । ରାତିରେ କିମ୍ବା ସକାଳୁ ୧୫ ମିନିଟ୍ ପୂର୍ବରୁ ଏହାକୁ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହି ପାଣି ପିଇବା ଦ୍ୱାରା ଆପଣଙ୍କୁ ଶୀଘ୍ର ଭୋକ ଲାଗିବ ନାହିଁ।  ଏହା ଶରୀରକୁ ଶକ୍ତି ପ୍ରଦାନ କରେ ଏବଂ କ୍ୟାଲୋରୀ ବର୍ଣ୍ଣିଂ ପ୍ରକ୍ରିୟାକୁ ସହଜ କରିଥାଏ ।
କେବଳ ଏତିକି ନୁହେଁ  ଖାଦ୍ୟ ଖାଇବା ସହ ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ । ଅତ୍ୟଧିକ ମିଠା ଏବଂ ତେଲ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ମନେରଖନ୍ତୁ, କେବଳ ଖାଦ୍ୟ ନୁହେଁ, ବରଂ ନିୟମିତ ବ୍ୟାୟାମ ଏବଂ ଯୋଗ ମଧ୍ୟ ଓଜନ କମାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।