ଦୁଷ୍କର୍ମ ଅଭିଯୋଗର ସପ୍ତାହେ ପରେ ବି ଆଇଆରଏସ ବାବୁଙ୍କୁ ବାନ୍ଧିନି ପୁଲିସ୍; କାହିଁକି ପଛଗୁଞ୍ଚା ଦେଉଛି ତଦନ୍ତକାରୀ ଟିମ୍ ବଢ଼ୁଛି ସନ୍ଦେହ

Advertisment

ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ପୁଲିସ କାହିଁକି ପଛଘୁଞ୍ଚା ଦେଉଛି । ଆଇନ ସମସ୍ତଙ୍କ ପାଇଁ ସମାନ ହେବା କଥା । ହେଲେ ଜଣେ ଆଇ.ଆର୍.ଏସ୍ ଅଧିକାରୀ ବୋଲି ତାଙ୍କୁ ପଚରା ଉଚରା ନ କରିବା କିମ୍ବା ତଦନ୍ତ ଘେରକୁ ନ ଆଣିବା ଘଟଣା ସନ୍ଦେହ ବଢାଇଛି ।

ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ପୁଲିସ କାହିଁକି ପଛଘୁଞ୍ଚା ଦେଉଛି । ଆଇନ ସମସ୍ତଙ୍କ ପାଇଁ ସମାନ ହେବା କଥା । ହେଲେ ଜଣେ ଆଇ.ଆର୍.ଏସ୍ ଅଧିକାରୀ ବୋଲି ତାଙ୍କୁ ପଚରା ଉଚରା ନ କରିବା କିମ୍ବା ତଦନ୍ତ ଘେରକୁ ନ ଆଣିବା ଘଟଣା ସନ୍ଦେହ ବଢାଇଛି ।

IRS Officer Rape Case

IRS Officer Rape Case Photograph: (Kanak News)

କନକ ବ୍ୟୁରୋ : କୁଆଡ଼େ ଗଲେ ଆଇ.ଆର୍.ଏସ୍ ଅଫିସର ? ଥାନାକୁ ଡାକିବାକୁ କାହିଁକି କୁନ୍ଥୁକୁନ୍ଥୁ କମିସନରେଟ୍ ପୁଲିସ ? ବଡ଼ ପଦବୀରେ ଅଛନ୍ତି ବୋଲି କଣ ଥାନାକୁ ଆସିବେ ନାହିଁ କି ବାବୁ । ଯାହାକୁ ନେଇ ସହିନଗର ଥାନା ପୁଲିସ ଏବେ ଚର୍ଚ୍ଚାରେ । ଜଣେ ମହିଳାଙ୍କୁ ଆଇ.ଆର୍.ଏସ୍ କ୍ୱାର୍ଟର୍ସ ଭିତରେ ବଳ ପୁର୍ବକ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଷ୍କର୍ମର ଦଫା ଅର୍ଥାତ ବି.ଏନ୍.ଏସର ଧାରା, ୬୪(୧)ରେ ମାମଲା ରୁଜୁ ହୋଇଥିଲା । ମହିଳାଙ୍କ ଡାକ୍ତରୀମାଇନା ସହ ବୟାନ ରେକର୍ଡ କରିଥିଲା ପୁଲିସ । ହେଲେ ମହିଳାଙ୍କୁ ନ୍ୟାୟ କାହିଁକି ମଳିଲାନି, ସେନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।

ଅଧିକ ପଢ଼ନ୍ତୁ : ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି; ୩୮ ଡିଗ୍ରି ସହ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଉତ୍ତପ୍ତ ସହର ଝାରସୁଗୁଡ଼ା 

ସେପଟେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ପୁଲିସ କାହିଁକି ପଛଘୁଞ୍ଚା ଦେଉଛି । ଆଇନ ସମସ୍ତଙ୍କ ପାଇଁ ସମାନ ହେବା କଥା । ହେଲେ ଜଣେ ଆଇ.ଆର୍.ଏସ୍ ଅଧିକାରୀ ବୋଲି ତାଙ୍କୁ ପଚରା ଉଚରା ନ କରିବା କିମ୍ବା ତଦନ୍ତ ଘେରକୁ ନ ଆଣିବା ଘଟଣା ସନ୍ଦେହ ବଢାଇଛି । ଦୁଷ୍କର୍ମ ମାମଲାରେ କେତେ ବାଟ ତଦନ୍ତ ଗଲା ନା କେଉଁଠି ବାଧାପ୍ରାପ୍ତ ହେଲା । ଏ ବାବଦରେ କେହିବି ମୁହଁ ଖୋଲୁ ନାହାଁନ୍ତି । ତେବେ ଏଭଳି କ୍ଷେତ୍ରରେ ପୁଲିସ ବ୍ୟବସ୍ଥା ଉପରୁ ମହିଳାଙ୍କ ଆସ୍ଥା ଉଠିଯିବ ବୋଲି କହିଛନ୍ତି ସମାଜସେବୀ ।

ଏଠାରେ ପ୍ରଶ୍ନ- ଦୁଷ୍କର୍ମ ମାମଲା ଥାଇ ବି ଖସି ଯିବେ କି ଆଇ.ଆର.ଏସ୍ ଅଫିସର । କେବେ ତଦନ୍ତ ପରିସରଭୁକ୍ତ ହେବେ ଅଧିକାରୀ ? ଥାନାରେ ହୋଇଥିବା ମାମଲା ପଛର ଅସଲ ସତ କ’ଣ ? ସତ ଲୁଚାଇବାକୁ କିଏ ପକାଉଛି କି ଚାପ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe