ବାମେବାରୀରେ ମାଫିଆଙ୍କ ଉପରେ ଚଢ଼ାଉ , ଜଣେ ଗିରଫ

Advertisment

ଲୁହାପଥର ଚୋରି କରୁଥିବା ବେଳେ ମାଫିଆଙ୍କୁ ମାଡ଼ିବସିଲା ପୁଲିସ୍ । ପଳସା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ଏକ ଟ୍ରକ୍ ଜବତ କରାଯାଇଛି ।

ଲୁହାପଥର ଚୋରି କରୁଥିବା ବେଳେ ମାଫିଆଙ୍କୁ ମାଡ଼ିବସିଲା ପୁଲିସ୍ । ପଳସା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ଏକ ଟ୍ରକ୍ ଜବତ କରାଯାଇଛି ।

Odisha News

କନକ ବ୍ୟୁରୋ : କେନ୍ଦୁଝର ବାମେବାରୀ ଥାନା ପୁଲିସକୁ ସଫଳତା । ଲୁହାପଥର ଚୋରି କରୁଥିବା ବେଳେ ମାଫିଆଙ୍କୁ ମାଡ଼ିବସିଲା ପୁଲିସ୍ । ପଳସା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ଏକ ଟ୍ରକ୍ ଜବତ କରାଯାଇଛି ।ଏଥିରେ ସମ୍ପୃକ୍ତ ଏକ ସ୍କର୍ପିଓ ଓ ଲୋଡ଼ର୍ ଜବତ କରିବା ସହ, ଜଣକୁ ଗିରଫ କରିଛି ପୁଲିସ୍ ।

ଅଧିକ ପଢନ୍ତୁ : ଭଦ୍ରକ କଲେଜରେ ତୁମୁଳକାଣ୍ଡ ; ପୁଲିସ୍ ହେପାଜତରୁ ମୁଖ୍ୟ ଅଭିଯୁକ୍ତ ଫେରାର

କୌଣସି ସୂତ୍ରରୁ ଖବର ପାଇ ପୋଲିସ ର ଏକ ୭ଜଣିଆ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଥିବା ବେଳେ, ଅନ୍ୟମାନେ ଫେରାର୍ ହୋଇଯାଇଥିଲେ । ପୂର୍ବରୁ ପୀଢ଼ପୋଖରୀ, ନୟାଗଡ଼ ଆଦି ସ୍ଥାନରେ ପୋଲିସ ଚଢ଼ାଉ କରି ଚୋରା ଲୁହାପଥର ସହ ଗାଡ଼ି ଜବତ କରିବା ସହିତ, ଏଥିରେ ସମ୍ପୃକ୍ତ ଲୋକମାନଙ୍କୁ ଗିରଫ କରିଥିଲା ପୁଲିସ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe