କନକ ବ୍ୟୁରୋ : କେନ୍ଦୁଝର ବାମେବାରୀ ଥାନା ପୁଲିସକୁ ସଫଳତା । ଲୁହାପଥର ଚୋରି କରୁଥିବା ବେଳେ ମାଫିଆଙ୍କୁ ମାଡ଼ିବସିଲା ପୁଲିସ୍ । ପଳସା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ଏକ ଟ୍ରକ୍ ଜବତ କରାଯାଇଛି ।ଏଥିରେ ସମ୍ପୃକ୍ତ ଏକ ସ୍କର୍ପିଓ ଓ ଲୋଡ଼ର୍ ଜବତ କରିବା ସହ, ଜଣକୁ ଗିରଫ କରିଛି ପୁଲିସ୍ ।
ଅଧିକ ପଢନ୍ତୁ : ଭଦ୍ରକ କଲେଜରେ ତୁମୁଳକାଣ୍ଡ ; ପୁଲିସ୍ ହେପାଜତରୁ ମୁଖ୍ୟ ଅଭିଯୁକ୍ତ ଫେରାର
କୌଣସି ସୂତ୍ରରୁ ଖବର ପାଇ ପୋଲିସ ର ଏକ ୭ଜଣିଆ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଥିବା ବେଳେ, ଅନ୍ୟମାନେ ଫେରାର୍ ହୋଇଯାଇଥିଲେ । ପୂର୍ବରୁ ପୀଢ଼ପୋଖରୀ, ନୟାଗଡ଼ ଆଦି ସ୍ଥାନରେ ପୋଲିସ ଚଢ଼ାଉ କରି ଚୋରା ଲୁହାପଥର ସହ ଗାଡ଼ି ଜବତ କରିବା ସହିତ, ଏଥିରେ ସମ୍ପୃକ୍ତ ଲୋକମାନଙ୍କୁ ଗିରଫ କରିଥିଲା ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/odisha-news-2026-02-18-08-43-02.jpg)