କନକ ବ୍ୟୁରୋ : ଇରାନର କ୍ଷେପଣାସ୍ତ୍ର ଭିତ୍ତିଭୂମି, ସାମରିକ ସ୍ଥାନ ଏବଂ ନେତୃତ୍ୱକୁ ଟାର୍ଗେଟ କରି ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସଙ୍କଟରେ ପଡ଼ିଛି । ଏହାର ଜବାବରେ ତେହେରାନ ଇସ୍ରାଏଲ ସମେତ ସମଗ୍ର ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଛି ଆଉ ଯୁଦ୍ଧକୁ ପୁରିଛି ୮ ଦିନ । ଜାଣିବା ଆଠ ଦିନର କଥା

Advertisment

ଶନିବାର - ସକାଳ ୬ଟା ୩୦ରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଥିଲା
ଆକ୍ରମଣର ଏକ ଘଣ୍ଟା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଡ଼ିଓ ପୋଷ୍ଟ କରି ଆମେରିକାର ସମ୍ପୃକ୍ତିକୁ ନିଶ୍ଚିତ କରିଥିଲେ
ଟ୍ରମ୍ପ ନିଶ୍ଚିତ କରିଥିଲେ, ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହୋଇଛି
ରବିବାର - ଇରାନ ଇସ୍ରାଏଲ ଏବଂ ଉପସାଗରରେ ଥିବା ଆମେରିକାର ସହଯୋଗୀ ଦେଶମାନଙ୍କ ଉପରେ ବଡ଼ ଧରଣର ଆକ୍ରମଣ କଲା
ୟୁଏଇ, କୁଏତ, ବାହାରିନ, କତାର ଏବଂ ଓମାନକୁ ଟାର୍ଗେଟ୍‌ କରିଥିଲା ଇରାନ
ସୋମବାର - ଇସ୍ରାଏଲୀ ଅଭିଯାନ ଲେବାନନକୁ ବିସ୍ତାରିତ ହୋଇଥିଲା
ଆଇଡିଏଫ୍ କହିଥିଲା ଇରାନ-ସମର୍ଥିତ ଗୋଷ୍ଠୀ ହିଜବୁଲ୍ଲାକୁ ଟାର୍ଗେଟ୍‌ କରାଯାଇଛି
ମଙ୍ଗଳବାର-  ଇରାନ ଭିତରେ କ୍ଷୟକ୍ଷତିର ପରିମାଣ ବିଷୟରେ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଥିଲା
ରାଜଧାନୀ ତେହରାନର ଅଧିକାଂଶ ସ୍ଥାନ ପ୍ରଭାବିତ 

ଅଧିକ ପଢନ୍ତୁ : ଚୀନ ପରି ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା


ବୁଧବାର - ସଂଘର୍ଷ ମୁଖ୍ୟତଃ ସମୁଦ୍ର ପର୍ଯ୍ୟନ୍ତ ବ୍ୟାପିଥିଲା
ଆମେରିକାର ପ୍ରତିରକ୍ଷା ସଚିବ ମାନିଥିଲେ, ଆମେରିକା ଭାରତ ମହାସାଗରରେ ଇରାନୀ ଯୁଦ୍ଧଜାହାଜ ଉପରେ ଆକ୍ରମଣ କରିଛି
ଗୁରୁବାର - ଆଜରବାଇଜାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ଦୁଇଟି ଇରାନୀ ଡ୍ରୋନ୍ ଦେଶ ଉପରେ ଆକ୍ରମଣ କରିଛନ୍ତି
ଯେଉଁଥିରେ ଏକ ବିମାନବନ୍ଦର ମଧ୍ୟ ସାମିଲ ଅଛି
ଶୁକ୍ରବାର - ତେହରାନର ବାସିନ୍ଦା କହିଛନ୍ତି, ସେମାନେ ଇସ୍ରାଏଲୀ ଆକ୍ରମଣର ‘ସବୁଠାରୁ ଖରାପ ରାତି ଅନୁଭବ କରିଛନ୍ତି’ 
ଶନିବାର- ଆମେରିକା କହିଛି, ଆକ୍ରମଣ ଆହୁରି ତୀବ୍ର ହେବାକୁ ଯାଉଛି