Photograph: (kanak news)
କନକ ବ୍ୟୁରୋ: ପଶ୍ଚିମ ଏସିଆରେ ଜାରି ରହିଛି ମିସାଇଲ ମାଡ଼। ଆମେରିକାକୁ ସାହାଯ୍ୟ କରୁଥିବା ପଡ଼ୋଶୀ ରାଷ୍ଟ୍ରଙ୍କୁ ଇରାନ୍ ଟାର୍ଗେଟ୍ କରିଛି। ଏହାରି ଭିତରେ ସାଉଦି ଆରବର ଅଲ୍-ଖାର୍ଜ ସହରରେ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଅନ୍ୟ ମୃତକ ଜଣକ ବାଂଲାଦେଶୀ ନାଗରିକ ହୋଇଥିବା ବେଳେ ଏହି ଆକ୍ରମଣରେ ଅନ୍ୟ ୧୨ ଜଣ ବାଂଲାଦେଶୀ ଆହତ ହୋଇଥିବା ସାଉଦି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସିଭିଲ ଡିଫେନ୍ସ ପ୍ରବକ୍ତା କହିଛନ୍ତି, ଅଲ-ଖାର୍ଜର ଏକ ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ଖସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆବାସିକ ଅଂଚଳରେ ଏହି ଆକ୍ରମଣ ହୋଇଥିବାରୁ ଆତଙ୍କ ଖେଳିଯାଇଛି। ସ୍ଥାନୀୟ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ଆହୁରି ପଢ଼ନ୍ତୁ:ବ୍ରହ୍ମପୁରରେ ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମାମାଡ଼ ଉଦ୍ୟମ, ବୋମା ଫିଙ୍ଗି ଫେରାର ଦୁବୃର୍ତ୍ତ
Follow Us