ଶୀର୍ଷରେ ଇରାନ-ଆମେରିକା ଉତ୍ତେଜନା, ଯେକୌଣସି ସମୟରେ ହୋଇପାରେ ଯୁଦ୍ଧ

Advertisment

ବିଦ୍ରୋହୀଙ୍କୁ ହତ୍ୟା ବିରୋଧରେ ପୁଣି ଟ୍ରମ୍ପଙ୍କ ଧମକ । ହଟିବା ମୁଡରେ ନାହିଁ ତେହରାନ । ଯୁଦ୍ଧ ଜାହାଜ ଧ୍ୱଂସର ବ୍ୟାନର୍ ଲଗାଇ ଚେତାବନୀ ।

ବିଦ୍ରୋହୀଙ୍କୁ ହତ୍ୟା ବିରୋଧରେ ପୁଣି ଟ୍ରମ୍ପଙ୍କ ଧମକ । ହଟିବା ମୁଡରେ ନାହିଁ ତେହରାନ । ଯୁଦ୍ଧ ଜାହାଜ ଧ୍ୱଂସର ବ୍ୟାନର୍ ଲଗାଇ ଚେତାବନୀ ।

Iran warns US

Iran warns US Photograph: (Google)

କନକ ବ୍ୟୁରୋ; ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ବାଦଲ । ମୁହାଁମୁହିଁ ଆମେରିକା ଓ ଇରାନ । ସମୁଦ୍ରରେ ଶକ୍ତି ପ୍ରଦର୍ଶନ କରୁଛି ଆମେରିକୀୟ 'ଆର୍ମାଡା'। ମଧ୍ୟ-ପ୍ରାଚ୍ୟରେ ପୁଣି ଥରେ ରକ୍ତାକ୍ତ ସଂଘର୍ଷର ଆଶଙ୍କା ଦେଖାଦେଇଛି । ଆମେରିକା ନିଜର ବିଶାଳ ପରମାଣୁ ଶକ୍ତି ସମ୍ପନ୍ନ ଯୁଦ୍ଧ ଜାହାଜ ୟୁଏସ୍ଏସ୍‌ ଅବ୍ରାହମ୍ ଲିଙ୍କନ୍ କୁ ଏହି ଅଞ୍ଚଳରେ ମୁତୟନ କରିବା ପରେ ଇରାନ ସହ ତିକ୍ତତା ଶୀର୍ଷରେ ପହଞ୍ଚିଛି । ଇରାନରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ବିକ୍ଷୋଭକାରୀଙ୍କ ଉପରେ ହେଉଥିବା ଦମନଲୀଳାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଆମେରିକା ସ୍ପଷ୍ଟ କରିଛି ଯେ ଯଦି ଇରାନ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କୁ ହତ୍ୟା କରେ କିମ୍ବା ଗଣ-ଫାଶୀ ଦିଏ, ତେବେ ୱାଶିଂଟନ୍ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ। ଅନ୍ୟପଟେ ଇରାନ ମଧ୍ୟ ପଛକୁ ହଟିବା ମୁଡ୍‌ରେ ନାହିଁ। ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି , ଆମେରିକାର ଯେକୌଣସି ଆକ୍ରମଣର ଏକ 'ଭୟଙ୍କର ଓ ଶକ୍ତିଶାଳୀ' ଜବାବ ଦିଆଯିବ । ତେହେରାନର ରାଜପଥରେ ଆମେରିକୀୟ ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଉଥିବାର ବଡ଼ ବଡ଼ ବ୍ୟାନର ଲଗାଇ ଇରାନ ନିଜର ଯୁଦ୍ଧ ପ୍ରସ୍ତୁତିର ସଙ୍କେତ ଦେଇଛି ।

ଅଧିକ ପଢନ୍ତୁ:  ଆମେରିକାକୁ ଇରାନର ଚେତାବନୀ, କଣ କହିଲେ ଟ୍ରମ୍ପ?

ୟୁଏସ୍ଏସ୍‌ ଅବ୍ରାହମ୍ ଲିଙ୍କନ୍ ଏବଂ ୩ଟି ଗାଇଡେଡ୍ ମିସାଇଲ୍ ଧ୍ୱଂସକାରୀ ଜାହାଜ ଏବେ ମଧ୍ୟ-ପ୍ରାଚ୍ୟ ଅଞ୍ଚଳରେ ମୁତୟନ । ଇରାନରେ ପ୍ରାୟ ୩୬,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରି ଟ୍ରମ୍ପ ପ୍ରତିଶୋଧର ଧମକ ଦେଇଛନ୍ତି । ଆମେରିକାର ଏହି ପଦକ୍ଷେପକୁ ଇରାନ 'ମାନସିକ ଯୁଦ୍ଧ' ବୋଲି କହିଛି
କେବଳ ସମୁଦ୍ର ନୁହେଁ, ବରଂ ଆକାଶମାର୍ଗରୁ ଆକ୍ରମଣ ପାଇଁ ଆମେରିକା F-35C ଏବଂ F-15E ଷ୍ଟ୍ରାଇକ୍ ଇଗଲ୍ସ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ମୁତୟନ ହୋଇଛି ।  

ଇରାନ ସମର୍ଥିତ ସଂଗଠନ ହିଜବୁଲ୍ଲା ମଧ୍ୟ ଏହି ବିବାଦରେ ସାମିଲ ହୋଇ ଆମେରିକାକୁ ଚେତାବନୀ ଦେଇଛି
ଯାହା ଫଳରେ ସାରା ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଧରଣର ଆଞ୍ଚଳିକ ସଂଘର୍ଷର ଭୟ ସୃଷ୍ଟି ହୋଇଛି

 
 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe