କନକ ବ୍ୟୁରୋ; ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ବାଦଲ । ମୁହାଁମୁହିଁ ଆମେରିକା ଓ ଇରାନ । ସମୁଦ୍ରରେ ଶକ୍ତି ପ୍ରଦର୍ଶନ କରୁଛି ଆମେରିକୀୟ 'ଆର୍ମାଡା'। ମଧ୍ୟ-ପ୍ରାଚ୍ୟରେ ପୁଣି ଥରେ ରକ୍ତାକ୍ତ ସଂଘର୍ଷର ଆଶଙ୍କା ଦେଖାଦେଇଛି । ଆମେରିକା ନିଜର ବିଶାଳ ପରମାଣୁ ଶକ୍ତି ସମ୍ପନ୍ନ ଯୁଦ୍ଧ ଜାହାଜ ୟୁଏସ୍ଏସ୍ ଅବ୍ରାହମ୍ ଲିଙ୍କନ୍ କୁ ଏହି ଅଞ୍ଚଳରେ ମୁତୟନ କରିବା ପରେ ଇରାନ ସହ ତିକ୍ତତା ଶୀର୍ଷରେ ପହଞ୍ଚିଛି । ଇରାନରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ବିକ୍ଷୋଭକାରୀଙ୍କ ଉପରେ ହେଉଥିବା ଦମନଲୀଳାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଆମେରିକା ସ୍ପଷ୍ଟ କରିଛି ଯେ ଯଦି ଇରାନ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କୁ ହତ୍ୟା କରେ କିମ୍ବା ଗଣ-ଫାଶୀ ଦିଏ, ତେବେ ୱାଶିଂଟନ୍ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ। ଅନ୍ୟପଟେ ଇରାନ ମଧ୍ୟ ପଛକୁ ହଟିବା ମୁଡ୍ରେ ନାହିଁ। ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି , ଆମେରିକାର ଯେକୌଣସି ଆକ୍ରମଣର ଏକ 'ଭୟଙ୍କର ଓ ଶକ୍ତିଶାଳୀ' ଜବାବ ଦିଆଯିବ । ତେହେରାନର ରାଜପଥରେ ଆମେରିକୀୟ ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଉଥିବାର ବଡ଼ ବଡ଼ ବ୍ୟାନର ଲଗାଇ ଇରାନ ନିଜର ଯୁଦ୍ଧ ପ୍ରସ୍ତୁତିର ସଙ୍କେତ ଦେଇଛି ।
ଅଧିକ ପଢନ୍ତୁ: ଆମେରିକାକୁ ଇରାନର ଚେତାବନୀ, କଣ କହିଲେ ଟ୍ରମ୍ପ?
ୟୁଏସ୍ଏସ୍ ଅବ୍ରାହମ୍ ଲିଙ୍କନ୍ ଏବଂ ୩ଟି ଗାଇଡେଡ୍ ମିସାଇଲ୍ ଧ୍ୱଂସକାରୀ ଜାହାଜ ଏବେ ମଧ୍ୟ-ପ୍ରାଚ୍ୟ ଅଞ୍ଚଳରେ ମୁତୟନ । ଇରାନରେ ପ୍ରାୟ ୩୬,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରି ଟ୍ରମ୍ପ ପ୍ରତିଶୋଧର ଧମକ ଦେଇଛନ୍ତି । ଆମେରିକାର ଏହି ପଦକ୍ଷେପକୁ ଇରାନ 'ମାନସିକ ଯୁଦ୍ଧ' ବୋଲି କହିଛି
କେବଳ ସମୁଦ୍ର ନୁହେଁ, ବରଂ ଆକାଶମାର୍ଗରୁ ଆକ୍ରମଣ ପାଇଁ ଆମେରିକା F-35C ଏବଂ F-15E ଷ୍ଟ୍ରାଇକ୍ ଇଗଲ୍ସ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ମୁତୟନ ହୋଇଛି ।
ଇରାନ ସମର୍ଥିତ ସଂଗଠନ ହିଜବୁଲ୍ଲା ମଧ୍ୟ ଏହି ବିବାଦରେ ସାମିଲ ହୋଇ ଆମେରିକାକୁ ଚେତାବନୀ ଦେଇଛି
ଯାହା ଫଳରେ ସାରା ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଧରଣର ଆଞ୍ଚଳିକ ସଂଘର୍ଷର ଭୟ ସୃଷ୍ଟି ହୋଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/27/iran-warns-us-2026-01-27-20-51-59.jpg)