Photograph: (kanaknews)
କନକବ୍ୟୁରୋ : ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆମେରିକା ଆକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତି ଚଳାଇଛି ଇରାନ । ଇରାନରେ ଚାଲିଥିବା ଆନ୍ଦୋଳନ ଭୟଙ୍କର ରୁପ ଧାରଣ କରିଛି । ହିଂସାତ୍ମକ ଆନ୍ଦୋଳନରେ ୩୫ଶହରୁ ଅଧିକ ଲୋକଙ୍କ ମୃତ୍ୟ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଯେକୌଣସି ମୁହର୍ତ୍ତରେ ଆମେରିକା ଆକ୍ରମଣ କରିବା ଆଶଙ୍କା ବଢିଛି । ଇରାନର ବିକ୍ଷୋଭକାରୀଙ୍କୁ ତୁରନ୍ତ ସହାୟତା ମିଳିବ ବୋଲି ଟ୍ରମ୍ପ ଘୋଷଣା କରି ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି । ତେଣୁ ଟ୍ରମ୍ପ ଇରାନ ପ୍ରସଙ୍ଗରେ ସିଧାସଳଖ ହସ୍ତକ୍ଷେପ କରିପାରନ୍ତି ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ଇରାନରେ ଆନ୍ଦୋଳନକାରୀଙ୍କ ଉପରେ ଦମନ ଚାଲିଥିବା ଯାଏଁ ସେ କୌଣସି ଆଲୋଚନା କରିବେ ନାହିଁ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।
ଅନ୍ତଃସ୍କୁଲ କ୍ରିକେଟ୍: ମୟୂରଭଞ୍ଜର ଶାଶ୍ବତ ଗିରିଙ୍କ ଶତକ
ଅନ୍ୟପଟେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖେମିନିଙ୍କ ନିର୍ଦ୍ଦେଶରେ ସରକାରୀ ବାହିନୀ ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ କରିବାରୁ ମୃତାହତଙ୍କ ସଂଖ୍ୟା ବଢିଯାଇଛି । ତେଣୁ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି । ସେପଟେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ରୁଷ, ଇରାନ ସମେତ ୭୫ଟି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା । ବିଶ୍ୱର ୭୫ଟି ଦେଶରେ ଭିସା ପ୍ରକ୍ରିୟାକରଣ ଉପରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ରୋକ ଲଗାଇ ଦେଇଛନ୍ତି ଟ୍ରମ୍ପ ପ୍ରଶାସନ । ଆମେରିକା କହିଛି, ଏହି ନିଷ୍ପତ୍ତି ସେହି ଭିସା ଆବେଦନ ଉପରେ ଲଗାମ ଲଗାଇବାକୁ ନିଆଯାଇଛି, ଯାହା ଆଗକୁ ଆମେରିକା ଉପରେ ଆର୍ଥିକ ବୋଝ ପାଲଟିପାରନ୍ତି । ନୂଆ ସ୍କ୍ରିନିଂ ପ୍ରକ୍ରିୟା ପୁରା ହେବା ଯାଏଁ ଏହି କଟକଣା ବଳବତ୍ତର ରହିବ । ଏଥିସହ ଆମେରିକୀୟ ଦୂତାବାସଗୁଡ଼ିକୁ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆମେରିକାର ବୈଦେଶିକ ବିଭାଗ ଏବେ ଭିସା ଯାଞ୍ଚ ଏବଂ ଯାଞ୍ଚ ପ୍ରକ୍ରିୟାର ପୁନଃମୂଲ୍ୟାୟନ କରିବ ବୋଲି ଜଣାପଡିଛି । ଆମେରିକା ୭୫ଟି ଦେଶର ଆବେଦନକାରୀଙ୍କ ପାଇଁ ଭିସା ପ୍ରକ୍ରିୟାକରଣକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି। ଟ୍ରମ୍ପ ପ୍ରଶାସନ ଦ୍ୱାରା ନିଷିଦ୍ଧ ଦେଶଗୁଡ଼ିକ ମଧ୍ୟରେ ଇରାନ, ରୁଷ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ଭୂଟାନ, ଇରାକ, ନାଇଜେରିଆ ଓ ବ୍ରାଜିଲ ଅନ୍ତର୍ଭୁକ୍ତ। ଏହି ପ୍ରତିବନ୍ଧକଗୁଡ଼ିକ ଜାନୁଆରୀ ୨୧ରୁ କାର୍ଯ୍ୟକାରୀ ହେବ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ତେବେ ଆମେରିକା ପ୍ରତିବନ୍ଧକ ଲଗାଇଥିବା ୭୫ଟି ଦେଶ ମଧ୍ୟରେ ଭାରତର ନାମ ନାହିଁ ।
---
Follow Us