କନକ ବ୍ୟୁରୋ: ‘ଓସିଏ’ ଅନ୍ତଃଜିଲ୍ଲା ସ୍କୁଲ୍ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ୬ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଝାରସୁଗୁଡ଼ା, ସମ୍ବଲପୁର-ଏ, ଢେଙ୍କାନାଳ, ରାଉରକେଲା, ପୁରୀ ଓ ମୟୂରଭଞ୍ଜ ବୃହତ ବିଜୟ ହାସଲ କରିଛନ୍ତି । ଭୁବନେଶ୍ବର ମୂଳାପଡ଼ିଆରେ ଝାରସୁଗୁଡ଼ା ୬୯ ରନ୍ରେ ବରଗଡ଼କୁ ହରାଇଛି । ଝାରସୁଗୁଡ଼ା ୩୬ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା । ଜବାବରେ ବରଗଡ଼ ୨୨.୩ ଓଭରରେ ସମସ୍ତ ୱିକେଟ୍ ୧୦୮ ରନ୍ କରିଥିଲା । ସୋଆ କ୍ରିକେଟ୍ ପଡ଼ିଆରେ ସମ୍ବଲପୁର-ଏ ୫ ୱିକେଟ୍ରେ ଗଜପତିକୁ ପରାସ୍ତ କରିଛି । ମନିଦର ସିଂହଙ୍କ ୭ ୱିକେଟ୍ ସଫଳତା ଯୋଗୁଁ ଗଜପତି ୩୧.୨ ଓଭରରେ ୭୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ସମ୍ବଲପୁର ୧୯ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିିତି ନେଇଥିଲା । କଟକର ଗତିରାଉତପାଟଣା ଖେଳପଡ଼ିଆରେ ଢେଙ୍କାନାଳ ୫ ୱିକେଟ୍ରେ ଖୋର୍ଦ୍ଧାକୁ ହରାଇଛି । ଖୋର୍ଦ୍ଧା ୨୩.୫ ଓଭରରେ ମାତ୍ର ୫୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଢେଙ୍କାନାଳର ସୂରଜ ତରାଇ ୫ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ଢେଙ୍କାନାଳ ୧୮.୨ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍ ଜିତିଥିଲା । ଅଡ଼ଶପୁର ପଡ଼ିଆରେ ରାଉରକେଲା ୧୮ ରନ୍ରେ କଟକ-ଏ’କୁ ପରାସ୍ତ କରିଛି । ରାଉରକେଲା ୪୦.୪ ଓଭରରେ ସମସ୍ତ ୱିକେଟ ହରାଇ ୧୦୦ ରନ୍ କରିଥିଲା । ଜବାବରେ କଟକ-ଏ’ ୨୨.୩ ଓଭରରେ ୮୨ ରନ୍ ଅଲ୍ଆଉଟ୍ ହୋଇଥିଲା । କଟକ ସଦର କୁରାଙ୍ଗଶାସନ ଖେଳ ପଡ଼ିଆରେ ପୁରୀ ୪ ରନ୍ରେ ଦେବଗଡ଼କୁ ପରାସ୍ତ କରିଛ । ପୁରୀ ୨୮.୫ ଓଭରରେ ୧୧୨/୧୦ କରିଥିବା ବେଳେ ଦେବଗଡ଼ ୧୦୮/୧୦ରେ ଅଟକି ଯାଇଥିଲା । ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡ଼ିଆରେ ମୟୂରଭଞ୍ଜ ୨୬୧ ରନ୍ରେ କିଟ୍କୁ ପରାସ୍ତ କରିଛି । ମୟୂରଭଞ୍ଜ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୨୬ ରନ୍ କରିଥିଲା । ମୟୂରଭଞ୍ଜ ପକ୍ଷରୁ ଶାଶ୍ବତ ଗିରି ୧୩୪ ବଲ୍ରୁ ୧୨୧ ରନ୍ ଏବଂ ରାଜୀବ ଶଙ୍କର ୯୧ ରନ୍ କରିଥିଲେ । ଜବାବରେ କିଟ୍ ୨୧.୨ ଓଭରରେ ୬୫ ରନ୍ରେ ଆଲ୍ଆଉଟ୍ ହୋଇଯାଇଥିଲା ।
ଏହା ବି ପଢ଼ନ୍ତୁ: ରାହୁଲଙ୍କ ଶତକକୁ ଫିକା କଲେ ମିଚେଲ, ୭ ୱିକେଟ୍ରେ ଜିତିଲା ନ୍ୟୁଜିଲାଣ୍ଡ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/14/sas-2026-01-14-23-26-26.jpg)