କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟ ବର୍ତ୍ତମାନ ଯୁଦ୍ଧର ନିଆଁରେ ଜଳୁଥିବା ବେଳେ ଇରାନ ନିଜର ଶୀର୍ଷ ନେତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକା, ଇସ୍ରାଏଲ୍ ଏବଂ ସେମାନଙ୍କ ସହଯୋଗୀ ଆରବ ଦେଶଗୁଡ଼ିକ ଉପରେ କରୁଛି ଭୟଙ୍କର ଆକ୍ରମଣ । ନିଜର ଶକ୍ତିଶାଳୀ ଶାହେଦ-୧ ୩୬ ଡ୍ରୋନ୍ ସାହାଯ୍ୟରେ ଇରାନ ଏବେ ସାଉଦି ଆରବ, UAE ଏବଂ ବାହାରିନରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ୍ କରି ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ଦେଶରେ ବୋମା ବର୍ଷଣ କରି ଇରାନ ଏବେ ନିଜର ସାମରିକ କ୍ଷମତା ପ୍ରଦର୍ଶନ କରୁଛି, ଯାହା ଦ୍ୱାରା ପୂରା ମଧ୍ୟପ୍ରାଚ୍ୟରେ ଏବେ ଏକ ବଡ଼ ସଙ୍କଟ ଦେଖାଦେଇଛି ।
ହଁ, ଶାହେଦ-୧୩୬ ଡ୍ରୋନ ବର୍ତ୍ତମାନ ଯୁଦ୍ଧରେ ଇରାନର ସବୁଠାରୁ ଶକ୍ତିଶାଳୀ ଏବଂ ଅଚୂକ ଅସ୍ତ୍ର ପାଲଟିଛି । ମଧ୍ୟପ୍ରାଚ୍ୟରେ ନିଜ ଶତ୍ରୁମାନଙ୍କ ବିରୁଦ୍ଧରେ ଇରାନ ଏହି ଡ୍ରୋନକୁ ବହୁଳ ଭାବେ ବ୍ୟବହାର କରୁଛି ଏବଂ ଯୁଦ୍ଧରେ ଇରାନ ଏପର୍ଯ୍ୟନ୍ତ ତିଷ୍ଠି ରହିବା ପଛରେ ଏହି ଡ୍ରୋନର ମୁଖ୍ୟ ଭୂମିକା ରହିଛି । ଇରାନର 'ଶାହେଦ ଏଭିଏସନ ଇଣ୍ଡଷ୍ଟ୍ରିଜ୍' ଦ୍ୱାରା ବିକଶିତ ଏହି ଡ୍ରୋନ୍ ଲକ୍ଷ୍ୟସ୍ଥଳରେ ପହଞ୍ଚି ବିସ୍ଫୋରକ ସହ ନିଜକୁ ନଷ୍ଟ କରିଦିଏ, ତେଣୁ ଏହାକୁ 'ଆତ୍ମଘାତୀ ଡ୍ରୋନ୍' ମଧ୍ୟ କୁହାଯାଏ । ଏହାର ଲକ୍ଷ୍ୟ ଭେଦ କରିବାର କ୍ଷମତା ଅତି ପ୍ରଭାବଶାଳୀ, ଯାହା ପ୍ରାୟ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ଯାଇ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବାର କ୍ଷମତା ରଖେ ।
ଅଧିକ ପଢ଼ନ୍ତୁ : ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲ ମିସାଇଲ ମାଡ଼ ! ଇରାନ ରାଷ୍ଟ୍ରଦୂତଙ୍କ ବଡ଼ ଦାବି
ଏହି ଡ୍ରୋନ୍ର ଶକ୍ତି ଏଥିରୁ ଅନୁମାନ କରାଯାଇପାରେ ଯେ ସ୍ୱୟଂ ରୁଷ ମଧ୍ୟ ଏହାର ପ୍ରଶଂସକ ପାଲଟିଛି । ରୁଷ-ୟୁକ୍ରେନ ଯୁଦ୍ଧରେ ମଧ୍ୟ ରୁଷ ଏହି ଡ୍ରୋନ୍କୁ ବ୍ୟାପକ ଭାବେ ବ୍ୟବହାର କରିଛି । ବର୍ତ୍ତମାନ ଇରାନ ଇସ୍ରାଏଲ ଏବଂ ଖାଡ଼ି ଦେଶଗୁଡ଼ିକ ଉପରେ ଏହି ଡ୍ରୋନ୍ ସାହାଯ୍ୟରେ ବଡ଼ ଧରଣର ଆକ୍ରମଣ କରୁଛି, ଯାହା ଆମେରିକୀୟ ବେସ୍ ପାଇଁ କାଳ ସାଜିଛି । ଇସ୍ରାଏଲ, ଆମେରିକା, ସାଉଦି ଆରବ, ୟୁଏଇ, କୁଏତ ଏବଂ ବାହାରିନ ଭଳି ଦେଶରେ ଏବେ ଏହାକୁ ନେଇ ଆତଙ୍କ ଖେଳିଯାଇଛି । ଆରବ ଦେଶଗୁଡ଼ିକରେ ଏହି ଡ୍ରୋନ୍ ଭୟରେ ଲୋକଙ୍କ ନିଦ ହଜିଯାଇଥିବା ବେଳେ ରିୟାଦରେ ଥିବା ଆମେରିକୀୟ ଦୂତାବାସ ହେଉ କିମ୍ବା ଅନ୍ୟ ସାମରିକ ଘାଟି, ସବୁଠି ଏହି ଡ୍ରୋନ୍ ନିଜର ବିନାଶକାରୀ ରୂପ ଦେଖାଇଛି ।
ପ୍ରକୃତରେ, ଇରାନ ବର୍ତ୍ତମାନ ଇସ୍ରାଏଲ ଏବଂ ସେହି ସମସ୍ତ ଦେଶଗୁଡ଼ିକ ଉପରେ ଆକ୍ରମଣ କରୁଛି ଯେଉଁଠାରେ ଆମେରିକାର ସାମରିକ ଘାଟି ରହିଛି । ଏହି ତାଲିକାରେ ୧୫ଟି ଦେଶ ରହିଛି । ଯେହେତୁ ଆମେରିକାର ମୂଳ ଭୂଖଣ୍ଡ ପର୍ଯ୍ୟନ୍ତ ଇରାନର ମିସାଇଲ କିମ୍ବା ଡ୍ରୋନର ଟାର୍ଗେଟ୍ ନାହିଁ, ତେଣୁ ସେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଏୟାରବେସ୍ ଏବଂ ମିଲିଟାରି ବେସ୍ଗୁଡ଼ିକୁ ହିଁ ମୁଖ୍ୟ ଟାର୍ଗେଟ୍ କରୁଛି । ଏହି କାରଣରୁ UAE ଠାରୁ ଆରମ୍ଭ କରି ସାଉଦି ଆରବ ଏବଂ ବାହାରିନ ପର୍ଯ୍ୟନ୍ତ ସବୁଠି ଇରାନ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଛି ।
ଇସ୍ରାଏଲ୍, ବାହାରିନ, କୁଏତ, ଇଜିପ୍ଟ, ଓମାନ ଏବଂ ଇରାକ ଭଳି ୧୫ଟି ଦେଶ ବର୍ତ୍ତମାନ ଇରାନର ଟାର୍ଗେଟ୍ରେ ରହିଛନ୍ତି । ଯେଉଁଠାରେ ବି ଆମେରିକାର ସାମରିକ ରହିଛି, ସେହି ସ୍ଥାନଗୁଡ଼ିକୁ ଇରାନ ନିଜର ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଧ୍ୱଂସ କରିବାକୁ ଚେଷ୍ଟା କରୁଛି ।
Follow Us