ଖାମନେଇଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର, ୫ଟି ସହରରେ ଉଠିଲା ନାରା "ଖାମନେଇ ମୁର୍ଦ୍ଦାବାଦ"

Advertisment

ଷଷ୍ଠ ଦିନ ସୁଦ୍ଧା, ଏହି ଆନ୍ଦୋଳନ  ୫୦ରୁ ଅଧିକ ସହରରେ ବ୍ୟାପି ସାରିଛି । ଆନ୍ଦୋଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ଅତ୍ୟନ୍ତ ଚକିତକର ।

Updated On

ଷଷ୍ଠ ଦିନ ସୁଦ୍ଧା, ଏହି ଆନ୍ଦୋଳନ  ୫୦ରୁ ଅଧିକ ସହରରେ ବ୍ୟାପି ସାରିଛି । ଆନ୍ଦୋଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ଅତ୍ୟନ୍ତ ଚକିତକର ।

ଅଦ୍ୟତନ ହୋଇଛି
iran-protest

iran-protest Photograph: (KanakNews)

କନକ ବ୍ୟୁରୋ: ଇରାନରେ ତୀବ୍ର ହେଉଛି ବିରୋଧିଙ୍କ ଆନ୍ଦୋଳନ । ଦେଶର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମନେଇଙ୍କ ଶାସନ ବିରୋଧରେ ସାଧାରଣ ଜନତା ଏବେ ଖୋଲାଖୋଲି ଭାବେ ରାଜପଥକୁ ଓହ୍ଲାଇଛନ୍ତି । ଯେଉଁ ଦେଶରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ମୃତ୍ୟୁଦଣ୍ଡ ସହିତ ସମାନ, ସେଠାରେ ଆଜି ହଜାର ହଜାର ଲୋକ "ଡିକ୍ଟେଟରଙ୍କ ମୃତ୍ୟୁ ହେଉ"   ବୋଲି ନାରା ଦେଉଛନ୍ତି । 

ଇରାନରେ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଅସ୍ଥିରତା ବିରୁଦ୍ଧରେ ପ୍ରତିବାଦ ଭାବରେ ଆରମ୍ଭ ହୋଇଥିଲା  ଏହି ବିଦ୍ରୋହ ଏବେ ଶାସନ ବିରୁଦ୍ଧରେ ଏକ ଖୋଲା ବିଦ୍ରୋହରେ ପରିଣତ ହୋଇଛି ।  ଷଷ୍ଠ ଦିନ ସୁଦ୍ଧା, ଏହି ଆନ୍ଦୋଳନ  ୫୦ରୁ ଅଧିକ ସହରରେ ବ୍ୟାପି ସାରିଛି ଯାହା ଇରାନର ଇସଲାମିକ ଶାସନ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ରିପୋର୍ଟ ଅନୁଯାୟୀ, ରାଜଧାନୀ ତେହେରାନଠାରୁ ଆରମ୍ଭ କରି ମସାଦ, ଇସଫାହାନ ଏବଂ ତାବ୍ରିଜ ଭଳି ପ୍ରମୁଖ ସହରରେ ଲୋକମାନେ ନିଆଁ ଜାଳି ପ୍ରଦର୍ଶନ କରୁଛନ୍ତି। ରାଜପଥରେ ଗାଡ଼ି ମୋଟର ଜଳାଯାଉଛି ଏବଂ ସୁରକ୍ଷାକର୍ମୀଙ୍କ ସହ ପ୍ରଦର୍ଶନକାରୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । କେବଳ ଏକ ସାଧାରଣ ବିରୋଧ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଜନ-ବିଦ୍ରୋହର ରୂପ ନେଇଛି ।

ଅଧିକ ପଢନ୍ତୁ:  ଇରାନ ଆନ୍ଦୋଳନରେ ୭ ମୃତ୍ୟୁ, ଖାମନେଇଙ୍କ ବିରୋଧରେ ତୀବ୍ର ହେଉଛି ପ୍ରତିବାଦ

ପ୍ରତିବାଦକାରୀମାନେ କହିଛନ୍ତି ଯେ ଦେଶର ସମସ୍ୟା କେବଳ ଆର୍ଥିକ ନୁହେଁ, ବରଂ ମାନସିକ ଚାପ ମଧ୍ୟ । ଜଣେ ପ୍ରତିବାଦକାରୀ କହିଛନ୍ତି ଯେ ଲୋକଙ୍କ ପକେଟ ଏବଂ ରେଫ୍ରିଜରେଟର ଖାଲି ଅଛି, ଏବଂ ସେମାନେ ପ୍ରତିଦିନ ନିଜକୁ ଗରିବ ହେଉଥିବାର ଅନୁଭବ କରୁଛନ୍ତି। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଖାଦ୍ୟ ସାମଗ୍ରୀର ଉଚ୍ଚ ମୂଲ୍ୟ ଏବଂ ନିଯୁକ୍ତିର ଅଭାବ ଜନସାଧାରଣଙ୍କ ସହନଶୀଳତା ବାଧ୍ୟ କରିଛି ରାସ୍ତାକୁ ଓହ୍ଲାଇବା ପାଇଁ ।  
 

ତେବେ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ଅତ୍ୟନ୍ତ ଚକିତକର। ସାଧାରଣତଃ ଶୋକସଭାରେ ଲୋକେ ନୀରବ ରହନ୍ତି, କିନ୍ତୁ ଇରାନରେ ଶେଷକୃତ୍ୟ ସମୟରେ ହଜାର ହଜାର ଲୋକ ଏକାଠି ହୋଇ "ଖାମନେଇ ମୁର୍ଦ୍ଦାବାଦ" ଏବଂ "ଶାସନ ପରିବର୍ତ୍ତନ" ବା  ମହମ୍ମଦ ରେଜା ପହଲାଭି ଶାସନକୁ ଫେରନ୍ତୁ  ବୋଲି ସ୍ଲୋଗାନ ଦେଉଛନ୍ତି। ଏହି ନାରାଗୁଡ଼ିକ ଇରାନର ଧାର୍ମିକ ନେତାଙ୍କ ସିଂହାସନ ହଲାଇ ଦେଇଛି। ଲୋକମାନେ ଏବେ ସରକାରଙ୍କ ବନ୍ଧୁକକୁ ମଧ୍ୟ ଭୟ କରୁନାହାନ୍ତି ।

ଇରାନରେ ଚାଲିଥିବା ଏହି ବିଦ୍ରୋହ ଦର୍ଶାଉଛି ଯେ, କୌଣସି ବି ଶାସନ କେବଳ ଭୟ ଦେଖାଇ ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ। ଯେତେବେଳେ ଜନତାଙ୍କ ଧୈର୍ଯ୍ୟର ସୀମା ପାର ହୋଇଯାଏ, ସେତେବେଳେ ବଡ଼ ବଡ଼ ସାମ୍ରାଜ୍ୟ ମଧ୍ୟ ଭୁଶୁଡ଼ି ପଡ଼େ । ଖାମନେଇଙ୍କ ବିରୋଧରେ ଉଠିଥିବା ଏହି ସ୍ୱର ଇରାନର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଯଦି ପରିସ୍ଥିତି ଏମିତି ଚାଲେ, ତେବେ ଇରାନରେ ବଡ଼ ଧରଣର ଶାସନ ପରିବର୍ତ୍ତନ  ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe