ଯେସାକୁ ତେସା: ୟୁରୋପୀୟ ସଂଘ ସେନାକୁ ଆତଙ୍କବାଦୀ ଗୋଷ୍ଠୀ କହିଲା ଇରାନ

Advertisment

ଇରାନ ୟୁରୋପୀୟ ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛି । ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡ ଦେଶରେ ସାଧାରଣ ଲୋକଙ୍କ ପ୍ରତିବାଦ ସମୟରେ କଡ଼ ପଦକ୍ଷେପ ଗ୍ରହଣ କରିଥିଲା । ତେଣୁ ୟୁରୋପୀୟ ସଂଘ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲା ।

ଇରାନ ୟୁରୋପୀୟ ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛି । ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡ ଦେଶରେ ସାଧାରଣ ଲୋକଙ୍କ ପ୍ରତିବାଦ ସମୟରେ କଡ଼ ପଦକ୍ଷେପ ଗ୍ରହଣ କରିଥିଲା । ତେଣୁ ୟୁରୋପୀୟ ସଂଘ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲା ।

Europe

Europe Photograph: (kanak news)

କନକ ବ୍ୟୁରୋ : ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବା ପରେ ଇରାନ ୟୁରୋପୀୟ ସେନା ଉପରେ ମଧଧ୍ୟ ଯେସାକୁ ତେସା ନୀତି ଗ୍ରହଣ କରିଛି । ଇରାନ ୟୁରୋପୀୟ ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛି । ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡ ଦେଶରେ ସାଧାରଣ ଲୋକଙ୍କ ପ୍ରତିବାଦ ସମୟରେ କଡ଼ ପଦକ୍ଷେପ ଗ୍ରହଣ କରିଥିଲା । ତେଣୁ ୟୁରୋପୀୟ ସଂଘ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲା । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ କହିଛନ୍ତି, ତେହେରାନ ଏବେ ସମସ୍ତ ୟୁରୋପୀୟ ସଂଘର ସାମରିକ ବାହିନୀକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଦେଖୁଛି ।

ଦେଶବ୍ୟାପୀ ସରକାର ବିରୋଧୀ ପ୍ରତିବାଦର ହିଂସାତ୍ମକ ଦମନ ପାଇଁ ଇରାନର ଅର୍ଦ୍ଧସାମରିକ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସକୁ ଇୟୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ ମହମ୍ମଦ ବାଘେର କାଲିବାଫଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି । ଇୟୁ ଏଭଳି ମନ୍ତବ୍ୟ ପ୍ରଦାନ କରି ନିଜ ପାଦରେ ଗୁଳି ଚଳାଇଛି ବୋଲି କାଲିବାଫ୍ କହିଛନ୍ତି । ଆମେରିକା କଥା‌ରେ ପଡ଼ି ଇୟୁ ଏଭଳି କହିଥିବା ସେ ଅଭିଯୋଗ ଆଣିଛନ୍ତି । ପ୍ରତିକାର ଆଇନର ଧାରା ୭ ଅନୁଯାୟୀ, ୟୁରୋପୀୟ ଦେଶଗୁଡ଼ିକର ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ବିବେଚନା କରାଯାଉଥିବା ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ--ଇତିହାସ ରଚିଲେ ନିର୍ମଳା ସୀତାରମଣ ; ଲଗାତାର ୯ଥର ଉପସ୍ଥାପନ କଲେ ବଜେଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe