କନକ ବ୍ୟୁରୋ: ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ… ରଚିଛନ୍ତି ଇତିହାସ । କାରଣ ଥରେ କି ୨ ଥର ନୁହେଁ, ଲଗାତାର ୯ଥର ଅର୍ଥମନ୍ତ୍ରୀ ଭାବେ ସଂସଦରେ ଉପସ୍ଥାପନ କରିଛନ୍ତି ବଜେଟ୍ । ଆଙ୍କିଛନ୍ତି ସାରା ଦେଶର ବିକାଶ ଗ୍ରାଫ୍ । ଦେଶକୁ ଦେଇଛନ୍ତି ପ୍ରଗତିର ଗତି, ଜନତାଙ୍କ ପାଇଁ ଖୋଲିଛନ୍ତି ଉନ୍ନତିର ପଥ ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬- ୨୭ ବର୍ଷ ପାଇଁ ଉପସ୍ଥାପନ କରୁଛନ୍ତି ସାଧାରଣ ବଜେଟ୍ । ୯ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ଏହା ତାଙ୍କର ରେକର୍ଡ । ସୀତାରମଣ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ । ତାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀ ୧୯୭୦ରେ ବଜେଟ୍ ଉପସ୍ଥାପନ କରିଥିଲେ। ସେ ସମୟରେ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ଇସ୍ତଫା ଦେଇଥିବା କାରଣରୁ ତାଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିଥିଲା। ୨୦୧୯ରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ପଦ ସମ୍ଭାଳିଲେ । ଏବଂ ମୋଦୀ ସରକାରଙ୍କ ୧୫ ତମ ବଜେଟ୍ ଭିତରୁ ଲଗାତାର ୯ଟି ବଜେଟ୍ ନିର୍ମଳା ଉପସ୍ଥାପନ କରି ରେକର୍ଡ କରିଛନ୍ତି ।
ଅଧିକ ପଢ଼ନ୍ତୁ : ଏଥର ବଜେଟ୍ ବ୍ୟାଗରେ କାହାକୁ ମିଳିବ କ' ଣ? : ​ଦେଖନ୍ତୁ ପୂରା ଅପଡେଟ୍....
ବଜେଟ୍ ରେକର୍ଡ :
ତେବେ ନିର୍ମଳା ଯେ ସବୁଠାରୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିଛନ୍ତି ତା’ ନୁହେଁ ତାଙ୍କ ପୂର୍ବରୁ ମଧ୍ୟ ଅନ୍ୟ ଅର୍ଥମନ୍ତ୍ରୀ ଏକାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ କରିଛନ୍ତି ।
ମୋରାରଜୀ ଦେସାଇ : ୧୦ ଥର ବଜେଟ୍ ଉପସ୍ଥାପନ
ପି ଚିଦାମ୍ବରମ୍ : ୯ଥର ବଜେଟ୍ ଉପସ୍ଥାପନ
ନିର୍ମଳା ସୀତାରମଣ : ଲଗାତାର ୯ଥର
(କିନ୍ତୁ କେହି ନିର୍ମଳାଙ୍କ ଭଳି ଲଗାତାର ବଜେଟ୍ ଉପସ୍ଥାପନ କରିନଥିଲେ) । ଏହାସହ ଦେଶର ସବୁଠାରୁ ଦୀର୍ଘ ବଜେଟ୍ ଭାଷଣ ଦେବାରେ ବି ନିର୍ମଳାଙ୍କର ରେକର୍ଡ ରହିଛି। ୨୦୨୦ରେ ସେ ଲଗାତାର ୨ ଘଣ୍ଟା ବଜେଟ୍ ଉପରେ ଭାଷଣ ଦେଇଥିଲେ ।
୨୦୧୪ରୁ ୨୦୨୫ ଥିଲା ଭାରତ ବର୍ଷ ପାଇଁ ଅମୃତକାଳ । କାରଣ ଏହି ଅବଧି ଭିତରେ ଉପସ୍ଥାପିତ ହୋଇଥିବା ବଜେଟରେ ବିକାଶ, କଲ୍ୟାଣ, ଓ ସୁଧାର ଏହି ୩ଟି ଦିଗରେ ସନ୍ତୁଳନ ରକ୍ଷା କରି ବଜେଟ୍ ପ୍ରସ୍ତୁତ ହୋଇଥିଲା। ମୋଦୀ ସରକାରଙ୍କ ପ୍ରଥମ ବଜେଟ୍ ଯାହା ୨୦୧୪ରେ ହୋଇଥିଲା ସାଧାରଣ ଜନତାଙ୍କୁ ଟ୍ୟାକ୍ସ ଆଶ୍ବସ୍ତି ଦେବା ସହ ବୁନିଆଦି ଢାଞ୍ଚା ଉପରେ ଗୁରୁତ୍ବ ଦିଆଯାଇଥିଲା ।
ପୂର୍ବ ବଜେଟରେ ଆୟକର ଛାଡ଼ ସୀମାକୁ ବଢ଼ାଇ ୨.୫ ଲକ୍ଷ କରାଯାଇଥିଲା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୩ ଲକ୍ଷ ଯାଏଁ ଛାଡ଼ କରାଯାଇଥିଲା । ନିବେଶ ସୀମାକୁ ୧.୫ ଲକ୍ଷ ଯାଏଁ ବଢ଼ାଯାଇଥିଲା। ଏଥିରେ ଡିଜିଟାଲ ଇଣ୍ଡିଆ ଏବଂ ସ୍ବଚ୍ଛ ଭାରତ ଅଭିଯାନର ବି ମୂଳଦୁଆ ପଡ଼ିଥିଲା ।
୨୦୧୬ରୁ ୨୦୧୯ରୁ ଯାଏଁ ବଜେଟରେ କୃଷି ଓ ଗ୍ରାମୀଣ ବିକାଶକୁ ଗୁରୁତ୍ବ ଦେଇଥିଲେ ସରକାର । ଚାଷୀଙ୍କ ଆୟକୁ ଦିଗୁଣା ବଢାଇାକୁ ଫୋକସ୍ ଦେଇଥିଲେ ମୋଦୀ ସରକାର । ୨୦୨୨-୨୩ରେ ପିଏମ୍ ଗତି ଶକ୍ତି ଯୋଜନା ହୋଇଥିଲା ।
ତେବେ ଏହା ପ୍ରଥମ ଥର ପାଇଁ ହେଉଛି ଯେବେ ରବିବାର ଛୁଟି ଥାଇ ବି ବଜେଟ୍ ଉପସ୍ଥାପନ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/02/01/2-9th-budget-2026-02-01-13-38-19.jpg)