କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୬ ତାରିଖରେ ଆଇପିଏଲ୍ ମିନି ନିଲାମ ପ୍ରକ୍ରିୟା ହେବାକୁ ଯାଉଛି । ଆଉ ଏହା ପୂର୍ବରୁ ସବୁ ଫ୍ରାଞ୍ଚାଇଜ୍ ନିଜ ନିଜର ଖେଳାଳି ରିଟେନ୍ସନ୍ ତାଲିକା ପ୍ରକାଶ କରିସାରିଛନ୍ତି । ଆଉ ଏବେ ଆଇପିଏଲ ଅନ୍ୟତମ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ କରିଛି ବଡ଼ ଘୋଷଣା । ରାହୁଲ ଦ୍ରାବିଡ୍ ମୁଖ୍ୟ କୋଚ୍ ପଦରୁ ବିଦାୟ ନେବା ପରେ, ରାଜସ୍ଥାନ ରୟାଲ୍ସ ଏବେ ନିଜର ନୂଆ କୋଚଙ୍କ ନାଁ ଘୋଷଣା କରିଛି ।
ଆଗାମୀ ଆଇପିଏଲ ସିଜିନ ପାଇଁ ଶ୍ରୀଲଙ୍କାର ଷ୍ଟାର ଖେଳାଳି କୁମାର ସାଙ୍ଗାକାରାଙ୍କୁ ରାଜସ୍ଥାନ ରୟାଲ୍ସ ନିଜର ହେଡ୍ କୋଚ୍ ନିଯୁକ୍ତ କରିଛି । ରାହୁଲ ଦ୍ରାବିଡ ଏହି ପଦରୁ ଇସ୍ତଫା ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦ୍ରାବିଡ ଅଗଷ୍ଟ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଜାଣିରଖିବା ଉଚିତ ଯେ, ସାଙ୍ଗାକାରା ୨୦୨୧ ମସିହାରୁ ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦ୍ଦେଶକ ଅଛନ୍ତି । ସେ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସାଙ୍ଗାକାରାଙ୍କ କୋଚିଂ ସମୟରେ ରାଜସ୍ଥାନ ରୟାଲ୍ସ ଦଳ ଆଇପିଏଲ ୨୦୨୨ର ଫାଇନାଲରେ ପହଞ୍ଚିଥିଲା ଏବଂ ୨୦୨୪ ସିଜିନରେ ପ୍ଲେ-ଅଫରେ ପହଞ୍ଚିଥିଲା।
ରାଜସ୍ଥାନ ରୟାଲ୍ସର ମୁଖ୍ୟ ମାଲିକ ମନୋଜ ବଡାଲେ କହିଛନ୍ତି, "କୁମାର ସାଙ୍ଗାକାରାଙ୍କ ଦଳ ସହିତ ଜଡିତ ରହିଛନ୍ତି , ତାଙ୍କର ନେତୃତ୍ୱ ଦକ୍ଷତା ଏବଂ ରୟାଲ୍ସର ସଂସ୍କୃତି ପ୍ରତି ତାଙ୍କର ଗଭୀର ବୁଝାମଣା ଦଳକୁ ଏହି ସମୟରେ ଆବଶ୍ୟକ ନିରନ୍ତରତା ଏବଂ ସ୍ଥିରତା ପ୍ରଦାନ କରିବ। ଆମେ ସର୍ବଦା ସାଙ୍ଗାକାରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛୁ । ତାଙ୍କର ସ୍ପଷ୍ଟତା, ଶାନ୍ତ ଆଚରଣ ଏବଂ କ୍ରିକେଟ୍ ବୁଦ୍ଧି ଦଳକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।"
ଆହୁରି ପଢ଼ନ୍ତୁ : Sheikh Hasina : ବଡ଼ ରାୟ ଦେଲେ ବାଂଲାଦେଶ କୋର୍ଟ : ହସିନାଙ୍କୁ ଫାଶୀଦଣ୍ଡ
କୋଚିଂ ଷ୍ଟାଫ୍ରେ ଆଉ କିଏ ?
ଖାଲି ସେତିକି ନୁହେଁ, ରାଜସ୍ଥାନ ରୟାଲ୍ସର ଅନ୍ୟ କୋଚିଂ ଷ୍ଟାଫ୍ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିକ୍ରମ ରାଠୌରଙ୍କୁ ମୁଖ୍ୟ ସହାୟକ ପ୍ରଶିକ୍ଷକ ଭାବରେ ପଦୋନ୍ନତି ଦିଆଯାଇଛି । କିମ୍ବଦନ୍ତୀ ନ୍ୟୁଜିଲାଣ୍ଡ ବୋଲର ସେନ୍ ବଣ୍ଡ ବୋଲିଂ ପ୍ରଶିକ୍ଷକ ଭାବରେ ଜାରି ରହିବେ ।
ଆହୁରି ପଢ଼ନ୍ତୁ : ଭତ୍ତା ଟଙ୍କା ପାଇଁ ଭିଲେନ୍ ସାଜିଲା ପୁଅ : ମୁଥ ମାରି ବାପାଙ୍କୁ ମାରିଦେଲା ସଇତାନ
ତେବେ ରବୀନ୍ଦ୍ର ଜାଡେଜାଙ୍କ ଏଣ୍ଟ୍ରି ପରେ ରାଜସ୍ଥାନ ରୟାଲ୍ସର କ୍ୟାପଟେନ୍ କିଏ ହେବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଜାଡେଜା କ୍ୟାପଟେନ୍ ହେଲେ ରାଜସ୍ଥାନ ରୟାଲ୍ସ ଦଳରେ ବଡ଼ ଧରଣର ପରିବର୍ତ୍ତନ ଘଟିବ । ଖାସ୍ କରି ମିନି ନିଲାମରେ ଦଳ କାହାକୁ କାହାକୁ କିଣୁଛି ତାହା ଉପରେ ଏବେ ସମସ୍ତଙ୍କର ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/17/kumar-sangakkara-2025-11-17-14-41-21.webp)