Odisha cm Photograph: (KanakNews)
କନକ ବ୍ୟୁରୋ: ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ । କୋଲକାତାରେ ଦେଶ ବିଦେଶର ବଡ଼ ବଡ଼ ଉଦ୍ୟୋଗର ପ୍ରତିନିଧିମଣ୍ଡଳୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନେକ ନିବେଶକ ମାନଙ୍କ ସହିତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ । ଯାହାଦ୍ବାରା ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏଥିପାଇଁ ୨୭ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
ଅଧିକ ପଢନ୍ତୁ ; ଶିଳ୍ପ ସଂସ୍ଥା ଖୋଲି ମାଲାମାଲ ହେଉଛନ୍ତି ଶିଳ୍ପପତି, ଧୂଆଁ ଧୂଳି ଖାଇ ରୋଗାକ୍ରାନ୍ତ ଲୋକେ
ଆସିବ ୧ ଲକ୍ଷ କୋଟିର ନିବେଶ
ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ
କୋଲକାତା ନିବେଶ ସମ୍ମିଳନୀରେ ୨୭ ଏମଓୟୁ ସ୍ୱାକ୍ଷର
୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଭିଜନ ୨୦୩୬ ଓ ୨୦୪୭କୁ ବଳ ଯୋଗାଇବ
ଏହି ସମୟ ଉପଯୁକ୍ତ ସମୟ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
୧୯ଟି କ୍ଷେତ୍ରରେ ନିବେଶ ପାଇଁ ଆସିଛି ପ୍ରସ୍ତାବ
କୋଲକାତାରେ ନିବେଶକ ମାନଙ୍କ ସହ ଆଲୋଚନା କରିଛନ୍ତି ମୋହନ
୧୮ଟି ଅଗ୍ରଣୀ କମ୍ପାନୀର CXO ସ୍ତରୀୟ ପ୍ରତିନିଧି ଭାଗ ନେଇଥିଲେ
Follow Us