କନକ ବ୍ୟୁରୋ : ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ବିଭାଗର ଟିମ ବି ନିବେଶକ ସମ୍ମିଳନୀରେ ସାମିଲ ହେବେ । ଆଜି କୋଲକାତାରୁ ହେବାକୁ ଅଛି ଇନଭେଷ୍ଟର୍ସ ମିଟ ।
ଅଧିକ ପଢ଼ନ୍ତୁ : ଗଞ୍ଜାମରେ EDର ବଡ଼ ଚଢ଼ାଉ; ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ
ଉଦ୍ୟୋଗୀଙ୍କ ସହ ନିବେଶକୁ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଓ ଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହା ପୂର୍ବରୁ ହାଇଦ୍ରାବାଦରେ ଗତ ଡିସେମ୍ବର ମାସରେ ଇନଭେଷ୍ଟର୍ସ ମିଟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/16/mohan-majhi-2026-01-16-13-11-59.jpg)