ଆସିବ ୬୭ ହଜାର କୋଟିର ନିବେଶ,   ଓଡ଼ିଶା ହେବ ଭାରତ ବିକାଶର ଇଞ୍ଜିନ୍‌

Advertisment

୧୩ଟି କମ୍ପାନୀ ସହ ୨୭ ହଜାର କୋଟିର ବୁଝାମଣା ସ୍ବାକ୍ଷର । ୩୯ ହଜାର କୋଟିର ନିବେଶ ପାଇଁ ପ୍ରସ୍ତାବ । ସୃଷ୍ଟି ହେବ ୫୬ ହଜାର ନିଯୁକ୍ତି ସୁଯୋଗ

୧୩ଟି କମ୍ପାନୀ ସହ ୨୭ ହଜାର କୋଟିର ବୁଝାମଣା ସ୍ବାକ୍ଷର । ୩୯ ହଜାର କୋଟିର ନିବେଶ ପାଇଁ ପ୍ରସ୍ତାବ । ସୃଷ୍ଟି ହେବ ୫୬ ହଜାର ନିଯୁକ୍ତି ସୁଯୋଗ

CM Mohan

CM Mohan Photograph: (KanakNews)

କନକ ବ୍ୟୁରୋ:  ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ପୁଞ୍ଜି ଯୋଗାଡ଼ରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦରେ ଓଡ଼ିଶାର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି ମୋହନ । ସେଠାରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ନିବେଶକଙ୍କ ସହ ବଡ଼ ଡିଲ କରିଛନ୍ତି ଓଡ଼ିଶା ସରକାର। ନିବେଶ ସମ୍ମିଳନୀରେ ୧୩ ଟି କମ୍ପାନି ସହ ୨୭,୬୫୦ କୋଟି ଟଙ୍କାର ହୋଇଛି ବୁଝାମଣାପତ୍ର ସ୍ବାକ୍ଷର । ଏହାଦ୍ବାରା ରାଜ୍ୟରେ ଆନୁମାନିକ ୧୫,୯୦୫ ଚାକିରି ସୃଷ୍ଟି ହେବ । ଏହା ବ୍ୟତୀତ ୩୯,୧୩୧ କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ଆସିଛି, ଯାହା ୪୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ ;  ବିଜେପିର ବଡ଼ ବୈଠକ; ନିଗମ ଓ ବୋର୍ଡ ବଣ୍ଟନ ଉପରେ ରହିଛି ନଜର

ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ନିବେଶ ସମ୍ମିଳନୀରେ ନିବେଶକମାନଙ୍କ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ଓଡ଼ିଶାର ଅଧିକାରୀ । ବିଶେଷକରି ଔଷଧ ନିର୍ମାଣ, ଚିକିତ୍ସା ଉପକରଣ, ନବୀକରଣୀୟ ଶକ୍ତି ଉପକରଣ, ଟେକ୍ସଟାଇଲ୍‌, ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ଡାଟା ସେଣ୍ଟର କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ନିବେଶକ । ନିବେଶକଙ୍କ ମଧ୍ୟରେ ଅଛନ୍ତି ଇନ୍ଦୋରାମା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିନ୍ଦଲ ପଲି ଫିଲ୍ମସ୍, ଏବିଆଇ ସୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମାରୁତି ଆଦି ପ୍ରମୁଖ କମ୍ପାନୀ । ମୋଟ ଉପରେ ୬୭ ହଜାର କୋଟିର ନିବେଶ ସହ ୫୬ ହଜାର ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ରଖିଛନ୍ତି ସରକାର ।  ୨୦୪୭ ବିକଶିତ ଭାରତ ନିର୍ମାଣ ନେଇ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି । ସେଥିରେ ଓଡ଼ିଶା ଇଞ୍ଜିନ ସାଜିବ ବୋଲି ସରକାର କହିଛନ୍ତି । କିନ୍ତୁ ବାସ୍ତବରେ କେତେଟି କମ୍ପାନୀ ଓଡ଼ିଶା ଆସୁଛନ୍ତି ତାହା ଉପରେ ରାଜ୍ୟର ବିକାଶ ନିର୍ଭର କରୁଛନ୍ତି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe