କନକ ବ୍ୟୁରୋ: ସଫାସଫା ଭକ୍ତ କହିଲେ, ମତେ ପାଣ୍ଡିଆନ ନବୀନ ବାବୁଙ୍କୁ ଭେଟିବାକୁ ପାଣ୍ଡିଆନ ଅଟକାଇନାହାନ୍ତି ବରଂ ଡାକ୍ତରମାନେ ଭେଟିବାକୁ ମନା କରିଥିଲେ । ତେଣୁ ମୁଁ ଯାଇପାରିନଥିଲି । ଗଣମାଧ୍ୟମରେ ଯେଉଁ ଖବର ଆସିଛି ତାହା ମିଛ । ଭକ୍ତ କହିଛନ୍ତି, ଡାକ୍ତରଙ୍କ ସହ ଆଲୋଚନା କରିବା ବେଳେ ପାଣ୍ଡିଆନ ଆସିଥିଲେ । ମୋ ବିଷୟରେ ଯଦି ଏଭଳି କିଛି ଖବର ପ୍ରକାଶ ପାଇଛି ତାହା ମିଛ । ହେଲେ ମୁଁ ଡାକ୍ତରଙ୍କୁ କହିଥିଲି ପ୍ରତି ଘଣ୍ଟାରେ ବୁଲେଟିନ ଜାରି କରିବା ପାଇଁ । ନବୀନ ବାବୁଙ୍କର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ତାହା ରାଜ୍ୟବାସୀ ଜାଣିବାର ଆବଶ୍ୟକତା ଅଛି । କାରଣ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ । 

Advertisment

ପାଣ୍ଡିଆନଙ୍କୁ ନେଇ ଭକ୍ତଙ୍କ ବଡ଼ ବୟାନ
କହିଲେ, ଖବର ଯାହା ବାହାରିଛି ମିଛ
ପାଣ୍ଡିଆନ ମତେ ନବୀନଙ୍କ ପାଖକୁ ଯିବାକୁ ମନା କରିନାହାନ୍ତି
ଅସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ
ମେଡିକାଲରେ ପହଞ୍ଚିଥିଲେ ନେତା ଓ ମନ୍ତ୍ରୀ

ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅବଶ୍ୟ ଡାକ୍ତରମାନେ କହିଛନ୍ତି ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ପରେ ପରେ ନବୀନ ବି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ କହିଥିଲେ ମୁଁ ଭଲ ଅଛି । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଖବର ଆସିବା ପରେ ଘରୋଇ ମେଡିକାଲରେ ବିଜେଡି ନେତା, ସରକାରଙ୍କ ମନ୍ତ୍ରୀ ଓ ଅନ୍ୟ ଦଳର ନେତା ବି ପହଞ୍ଚିଥିଲେ । ହେଲେ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ତାଙ୍କୁ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଛଡ଼ାଯାଇନଥିବା କୁହାଯାଇଥିଲା । ଯାହା ମିଛ ବୋଲି ଭକ୍ତ ନିଜେ କହିଛନ୍ତି । 

ଭକ୍ତଙ୍କୁ ନେଇ ଖବର ବାହାରିଲା
ଭକ୍ତ କହିଲେ ଏହା ମିଛ

ପିସିସି ସଭାପତି ନବୀନ ପଟ୍ଟନାୟକଙ୍କୁ ମେଡିକାଲରେ ଭେଟି ପାରିନଥିଲେ । ଏବଂ ଏଥିପାଇଁ ପୂର୍ବତନ ବିଜେଡି ନେତା ପାଣ୍ଡିଆନ ଦାୟୀ  ବୋଲି ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ବି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଆଜି ଭକ୍ତ ସ୍ପଷ୍ଟ କରିବା ପରେ ପାଣ୍ଡିଆନ  ଭକ୍ତଙ୍କୁ ଅଟକାଇ ନଥିଲେ ବୋଲି ସ୍ପଷ୍ଟ ହୋଇଛି । 

(ଭୁବନେଶ୍ବରରୁ ମୌସୁମୀ ମହାନ୍ତିଙ୍କ ରିପୋର୍ଟ)