କମିସନରେଟ୍‌ ପୁଲିସରେ ଚାଲିଛି କ’ଣ ? ପୁଲିସ ବିଭାଗର ମୁଖା ଖୋଲିଦେଲେ ମହିଳା ସବ୍‌-ଇନ୍‌ସ୍ପେକ୍ଟର ;

Advertisment

ମହିଳା ଅଫିସରଙ୍କ ବୟାନକୁ ନେଇ ଉଠୁଛି ପଡୁଛି ଓଡ଼ିଶା । କହୁକହୁ କହିଦେଲେ ଓଡ଼ିଶା ପୁଲିସର ଭିତିରି କଥା । ନିଜେ ପୀଡ଼ିତା ହୋଇ ଭୁବନେଶ୍ୱର ମହିଳା ଥାନାକୁ ଯିବା ପରେ, ତାଙ୍କ ସହ ଯାହା ଘଟିଲା, ତା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । 

ମହିଳା ଅଫିସରଙ୍କ ବୟାନକୁ ନେଇ ଉଠୁଛି ପଡୁଛି ଓଡ଼ିଶା । କହୁକହୁ କହିଦେଲେ ଓଡ଼ିଶା ପୁଲିସର ଭିତିରି କଥା । ନିଜେ ପୀଡ଼ିତା ହୋଇ ଭୁବନେଶ୍ୱର ମହିଳା ଥାନାକୁ ଯିବା ପରେ, ତାଙ୍କ ସହ ଯାହା ଘଟିଲା, ତା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । 

Commissionerate Police

Commissionerate Police Photograph: (kanak news)

କନକ ବ୍ୟୁରୋ : କମିସନରେଟ ପୁଲିସର ମହିଳା ଅଫିସରଙ୍କ ବୟାନକୁ ନେଇ ଉଠୁଛି ପଡୁଛି ଓଡ଼ିଶା । କହୁକହୁ କହିଦେଲେ ଓଡ଼ିଶା ପୁଲିସର ଭିତିରି କଥା । ନିଜେ ପୀଡ଼ିତା ହୋଇ ଭୁବନେଶ୍ୱର ମହିଳା ଥାନାକୁ ଯିବା ପରେ, ତାଙ୍କ ସହ ଯାହା ଘଟିଲା, ତା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ମହିଳା ଏସ୍‌ଆଇଙ୍କ ଅଭିଯୋଗ ଅନୁସାରେ, ସୁବେଦାର ଯଶୋବନ୍ତ ଆଚାର୍ଯ୍ୟ ଓରଫ ରୋଶନ ତାଙ୍କୁ ଶାରୀରିକ ଶୋଷଣ କରିବା, ଗର୍ଭବତୀ ହେବା ପରେ ଗର୍ଭନଷ୍ଟ କରିବା ଭଳି ସଙ୍ଗିନ ଅଭିଯୋଗ ନେଇ ଯାଇଥିଲେ ଥାନାକୁ । ଏଫ୍‌ଆଇଆର୍‌ କପି ପାଇବାକୁ ବି ତାଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା । ହେଲେ ଖାଇବା ପିଇବା ତ ଦୂରର କଥା, ପାଣି ଗିଲାସେ ବି ତାଙ୍କୁ ମିଳିନଥିଲା । ଓଲଟି ଅଭିଯୁକ୍ତ ଆଇଆଇସିଙ୍କୁ ମିଳିଥିଲା ଜ୍ୱାଇଁ ଚର୍ଚ୍ଚା ।

ପୀତବାସ ପଣ୍ଡା ହତ୍ୟା ଘଟଣା : ବାହାରିଲା ଜୟପୁର ଲିଙ୍କ

ପୀଡ଼ିତା ନିଜେ ଜଣେ ସବ୍‌ ଇନ୍ସପେକ୍ଟର ହୋଇଥିବାରୁ ତାଙ୍କୁ ନିୟମ କାନୁନ ଜଣା । ସେଥିଲାଗି ସେ ନିଜ ଥାନାରେ ଅଭିଯୋଗ ନକରି ବାଛିଥିଲେ ମହିଳା ଥାନା । ହେଲେ ଥାନାକୁ ଯାଏ ନ୍ୟାୟ ପାଇବା ବଦଳରେ ଅତ୍ୟାଚାର ପାଇଥିବା ସେ କହିଛନ୍ତି ସେ ଅଭିଯୋଗ କରିଛନ୍ତି ଗୋଟିଏ ଆଉ ଦଫା ଲାଗିଛି ଆଉ ଗୋଟିଏ । ଅଭିଯୋଗ ପତ୍ରରେ ଦୁଷ୍କର୍ମ ବାବଦରେ ସଫା ସଫା ଲେଖିଥିଲେ ବି ପୁଲିସ ହାଲୁକା ଦଫା ଲଗାଇ କାମ ଚଳାଇ ଦେଇଥିଲା । ଏଠି ପ୍ରଶ୍ନ ଉଠୁଛି, ଯଦି ମହିଳା ପୁଲିସ ଅଫିସରଙ୍କୁ ଥାନାରେ ଏଭଳି ବ୍ୟବହାର କରାଯାଉଛି, ତାହେଲେ ସାଧାରଣ ମହିଳାଙ୍କ କ୍ଷେତ୍ରରେ କ’ଣ ଘଟୁଥିବ? କମିସନରେଟ୍‌ ପୁଲିସରେ ଯଦି ବ୍ୟବସ୍ଥା ଏମିତି, ତେବେ ଉପାନ୍ତରେ ଅବସ୍ଥା କେମିତି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe