chinese-manjha Photograph: (Google)
କନକ ବ୍ୟୁରୋ: ମାଞ୍ଜାସୂତାରେ ଯାଉଛି ଜୀବନ । ଗୋଟିଏ ପରମ୍ପରା, ଉତ୍ସବକୁ ବଞ୍ଚାଇ ରଖିବାକୁ ମକର ସଂକ୍ରାନ୍ତିରେ ଗୁଡି ଉଡ଼ା ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଏ । କେବଳ ସେତିକି ନୁହେଁ ମକର ପର୍ବ ଆୟୋଜନର ବେଶ କିଛି ଦିନ ପୂର୍ବରୁ ଓ ପରେ ମଧ୍ୟ ଆକାଶରେ ଦେଖିବାକୁ ମିଳେ ଗୁଡି । ତେବେ ଏହା ଯେତିକି ମନୋରଞ୍ଜନଧର୍ମୀ ସେତିକି ଘାତକ ସାଜିଛି ଏହାର ମାଞ୍ଜା ସୂତା । ଇନ୍ଦୋରରେ ମାଞ୍ଜା ସୂତା ଲାଗି ଏକାଧିକ ଜୀବନ ହାନି, ଆହତ ହେବା ପରେ ମାମଲା ପହଞ୍ଚିଛି କୋର୍ଟରେ । ମାମାଲାର ଶୁଣାଣି ସମୟରେ କୋର୍ଟରେ ଏକ ଉଦାହରଣ ରଖାଯାଇଥିଲା ।
ଆହୁରି ପଢନ୍ତୁ: ଲୋକଙ୍କ ଜୀବନ ସହ ଖେଳ, ରାଜଧାନୀ ଆକାଶରେ ମାଞ୍ଜା ସୂତାର ଜାଲ
ମାଞ୍ଜା ସୂତାରେ କିଭଳି ଟାଣୁଆ ପେନସିଲ କଟିଯାଉଛି ତାର ପ୍ରମାଣ ରଖି ମାଞ୍ଜାସୂତାର ଭୟାବହତା ବଖାଣିଥିଲେ ଆବେଦନକାରୀଙ୍କ ଓକିଲ । ଏହି ଉଦାହରଣକୁ ଗୁରୁତର ସହ ଗ୍ରହଣ କରି କୋର୍ଟ କହିଥିଲେ ଯଦି ମାଞ୍ଜାସୂତାରେ ପେନସିଲ ଭଳି ଏକ ଶକ୍ତ ଜିନିଷ ଆଖିପିଛୁଳାକେ କଟି ପାରୁଛି ତେବେ ମଣିଷ ଏଥିରୁ କେତେ ସୁରକ୍ଷିତ? ଗୁଡି ଉଡାଇ ପରମ୍ପରାକୁ ବଞ୍ଚାଇ ରଖିବା ଯେତିକି ଜୁରରୀ, ମଣିଷଙ୍କ ସୁରକ୍ଷା ମଧ୍ୟ ସେତିକି ଆବଶ୍ୟକ । ଏଥିସହ ଆବେଦନକାରୀଙ୍କ ଓକିଲ ଏକଥା ବି କହିଥିଲେ ଯେ ସ୍ଥାନୀୟ ପ୍ରଶାସନ କୋର୍ଟଙ୍କ ନିର୍ଦ୍ଦେଶ ମାନୁନାହାଁନ୍ତି । ମାଞ୍ଜାସୂତା ଉପରେ କଟକଣା ଲାଗୁଥିଲେ ବି କେମିତି ନିୟମ ଭଙ୍ଗାଯାଉଛି ଏନେଇ କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀ ଅପିଲ କରିଛନ୍ତି ।
Follow Us