କନକ ବ୍ୟୁରୋ: କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ମାଞ୍ଜା ସୂତା ଆତଙ୍କ । ପ୍ରତିବନ୍ଧକ ସତ୍ତ୍ୱେ ବଜାରରେ ଖୋଲାଖୋଲି ବିକ୍ରି ହେଉଛି ଏହି ଘାତକ ସୂତା । ପୁଲିସର ନିଷେଧାଦେଶକୁ ବେଖାତିର କରି ଚାଲିଛି ବେଆଇନ କାରବାର । ମାଞ୍ଜା ସୂତା ଲାଗି ପ୍ରତିଦିନ କିଛି ନା କିଛି ଅଘଟଣ ଘଟିଚାଲିଛି ।  

Advertisment

ପ୍ରଶାସନର କଟକଣା ସତ୍ତ୍ୱେ କିଛି ଅସାଧୁ ବ୍ୟବସାୟୀ ଖୁଲମଖୁଲା ବିକ୍ରି କରୁଛନ୍ତି ନିଷିଦ୍ଧ ଚାଇନିଜ୍ ମାଞ୍ଜା ସୂତା । ପ୍ରତିଦିନ ରାଜଧାନୀର ବିଭିନ୍ନ ଛକରେ ବାଇକ୍ ଆରୋହୀଙ୍କ ବେକ କାଟୁଛି ଏହି ଧାରୁଆ ସୂତା । ବିଶେଷ କରି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏହା ଆତଙ୍କ ସୃଷ୍ଟି କରିଛି । ଲୋକେ ଏବେ ରାସ୍ତାରେ ଗାଡ଼ି ଚଳାଇବାକୁ ଡରିଲେଣି । 

ଡେନମାର୍କର ବରଫ ଯୋଦ୍ଧାଙ୍କୁ ମୁକାବିଲା କରିପାରିବେ କି ଆମେରିକୀୟ ସୈନ୍ୟ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଉଛନ୍ତି ଗୁଡ଼ିପ୍ରେମୀ ଓ ବ୍ୟବସାୟୀ । ସହରର ଗଳିକନ୍ଦିରେ ଲୁଚାଛପାରେ ଚାଲିଥିବା ଏ ବ୍ୟବସାୟ ଏବେ ସାଧାରଣ ଜନତାଙ୍କ ପାଇଁ ସାଜିଛି ମରଣଯନ୍ତା । ପୁଲିସ ବି କୌଣସି ପଦକ୍ଷେପ ନନେଇ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଆଗକୁ ମକର ସଂକ୍ରାନ୍ତି । ଏବେ ଆକାଶରେ ଯେତିକି ଗୁଡ଼ି ଉଡୁଛି, ଆଗକୁ ଏ ସଂଖ୍ୟା ବୃଦ୍ଧି ପାଇବ । ଯଦି ଶୀଘ୍ର ଏ ବେଆଇନ କାରବାର ଉପରେ ରୋକ୍ ନଲାଗେ, ତେବେ ରାଜଧାନୀ ରାଜପଥରେ ପୁଣି ପଡ଼ିପାରେ ରକ୍ତର ଛିଟା ।