ପରୋକ୍ଷରେ ରେଖା ଗୁପ୍ତାଙ୍କ ସରକାରଙ୍କ ଯୋଗୀଙ୍କ କଟାକ୍ଷ, କହିଲେ, ଦିଲ୍ଲୀ ପାଲଟିଛି ଗ୍ୟାସ ଚାମ୍ବର

Advertisment

ଶନିବାର ଉତ୍ତର ପ୍ରଦେଶର ଗୋରଖପୁରରେ ଏକ କାର୍ୟ୍ୟକ୍ରମରେ ସେ ଉତ୍ତର ପ୍ରଦେଶର ସ୍ବଚ୍ଛ ବାୟୁମଣ୍ଡଳର ପ୍ରଶଂସା କରିଥିଲେ। ଯୋଗୀ କହିଥିଲେ, ଉତ୍ତର ପ୍ରଦେଶରେ ବିକାଶ କାର୍ୟ୍ୟ ଚାଲିଥିଲେ ମଧ୍ୟ ଲୋକମାନେ ସ୍ବଚ୍ଛ ବାତାବରଣରେ ରହୁଛନ୍ତି, ଶ୍ବାସରୁଦ୍ଧ ହେଉନାହାନ୍ତି। ଯୋଗୀ ବିଜେପି ଶାସିତ ରାଜ୍ୟ ଦିଲ୍ଲୀର ବାୟୁମଣ୍ଡଳ ସମ୍ପର୍କରେ ଏପରି ମନ୍ତବ୍ୟ ଦେବା ସମସ୍ତଙ୍କୁ ଚକିତ କରିଛି।

12A

କନକ ବ୍ୟୁରୋ : ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ପ୍ରଥମ ଥର ତୀବ୍ର ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଦିଲ୍ଲୀକୁ ‘ଗ୍ୟାସ ଚାମ୍ବର’ ସହିତ ତୁଳନା କରିଛନ୍ତି । ଶନିବାର ଉତ୍ତର ପ୍ରଦେଶର ଗୋରଖପୁରରେ ଏକ କାର୍ୟ୍ୟକ୍ରମରେ ସେ ଉତ୍ତର ପ୍ରଦେଶର ସ୍ବଚ୍ଛ ବାୟୁମଣ୍ଡଳର ପ୍ରଶଂସା କରିଥିଲେ। ଯୋଗୀ କହିଥିଲେ, ଉତ୍ତର ପ୍ରଦେଶରେ ବିକାଶ କାର୍ୟ୍ୟ ଚାଲିଥିଲେ ମଧ୍ୟ ଲୋକମାନେ ସ୍ବଚ୍ଛ ବାତାବରଣରେ ରହୁଛନ୍ତି, ଶ୍ବାସରୁଦ୍ଧ ହେଉନାହାନ୍ତି।

ଅଧିକ ପଢ଼ନ୍ତୁ :ରାଜସ୍ଥାନରେ ବିଜେପି ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ, କେବଳ ଲୋକଙ୍କୁ ପ୍ରଭାବିତ କରି ଭୋଟ ନେବା ମୁଁ ଜାଣିଛି

 ଯୋଗୀ ବିଜେପି ଶାସିତ ରାଜ୍ୟ ଦିଲ୍ଲୀର ବାୟୁମଣ୍ଡଳ ସମ୍ପର୍କରେ ଏପରି ମନ୍ତବ୍ୟ ଦେବା ସମସ୍ତଙ୍କୁ ଚକିତ କରିଛି। ଯୋଗୀ ଗୋରଖପୁରରେ ବ୍ଲକ ଡେଭଲପମେଣ୍ଟ ଅଫିସରଙ୍କ କାର୍ୟ୍ୟାଳୟ ନବୀକରଣ କାର୍ୟ୍ୟର ଉଦଘାଟନ କରି ବାୟୁ ପ୍ରଦୂଷଣକୁ ସବୁଠାରୁ ବଡ଼ ଚାଲେଞ୍ଜ ବୋଲି ଦର୍ଶାଇଥିଲେ। ଉତ୍ତର ପ୍ରଦେଶରେ ପ୍ରଦୂଷଣ ନାହିଁ। ପ୍ରଦୂଷଣ ନଥିଲେ ରୋଗ କମ୍‌ ଅଛି। ପ୍ରଦୂଷଣ ଯୋଗୁଁ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥାଏ ବୋଲି କହି ସେ ଦିଲ୍ଲୀର ଉଦାହରଣ ରଖିଥିଲେ। ଦିଲ୍ଲୀରେ ନିଶ୍ବାସ ନେବା କଷ୍ଟକର ହୋଇଥାଏ, ଆଖି ଜଳାପୋଡ଼ା ହୋଇଥାଏ। ଡାକ୍ତର ଆଜମା ରୋଗୀ, ବୟସ୍କ ଓ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଏ କି ପ୍ରକାର ଜୀବନ ବୋଲି ଯୋଗୀ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ପୁଣି ଥରେ ‘ଖରାପ’ ଶ୍ରେଣୀକୁ ଚାଲି ଯାଇଥିଲା। ସକାଳ ୯ଟାରେ ଏକ୍ୟୁଆଇ ୨୧୧ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe