କନକ ବ୍ୟୁରୋ :ରାଜସ୍ଥାନ କ୍ୟାବିନେଟ୍ ମନ୍ତ୍ରୀ କିରୋଡି ଲାଲ ମୀନା ତାଙ୍କର ସଦ୍ୟତମ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଭଗବାନ କୃଷ୍ଣ ଓ ତାଙ୍କ ଭକ୍ତ ମୀରାଙ୍କ ସମ୍ପର୍କରେ ତାଙ୍କର ମନ୍ତବ୍ୟ ରାଜନୈତିକ ଓ ସାମାଜିକ ଗଣମାଧ୍ୟମ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ସେ ଦୌସା ଜିଲ୍ଲାର କାଲୱାନ୍ ଗାଁରେ ଭାଷଣ ଦେଇ ପୁଣି ବିବାଦ ଘେରକୁ ଆସିଛନ୍ତି। ମୀରା-କୃଷ୍ଣ ପ୍ରସଙ୍ଗର ଉଲ୍ଲେଖ କରି ମନ୍ତ୍ରୀ ଏପରି କିଛି କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ଯେ, ମନ୍ତ୍ରୀ କହୁ କହୁ ତାଙ୍କ ପାଟିରୁ କଥା ଖସିଯାଇଥିଲା ନା ସେ ଜାଣିଶୁଣି ଏଭଳି କହିଛନ୍ତି । ମନ୍ତ୍ରୀ କହିଛନ୍ତି, ମୀରା ଭଗବାନ କୃଷ୍ଣଙ୍କୁ ପୂଜା କରୁଥିଲେ। ଆପଣମାନେ ସମସ୍ତେ ଜାଣନ୍ତି ଯେ, ମୁଁ ଏହି ବିଷୟଗୁଡ଼ିକରେ ଜ୍ଞାନୀ ନୁହେଁ। ମୁଁ କେବଳ ସାଧାରଣ ଭାଷଣ ଦେବା, ଲୋକଙ୍କୁ ପ୍ରଭାବିତ କରିବା, ଭୋଟ ପାଇବା ଓ ନିର୍ବାଚନ ଜିତିବା ବିଷୟରେ ଜାଣିଛି। ମୁଁ ଏହାଠାରୁ ଅଧିକ କିଛି ଜାଣିନାହିଁ।
ଅଧିକ ପଢ଼ନ୍ତୁ : ‘ଆରାବଳୀର ଅସ୍ମିତା ସହ କେହି ଖେଳିପାରିବେନି’… ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ
କହିଲେ ମୀରାଙ୍କ କାହାଣୀ
ସେ କହିଛନ୍ତି ଯେ, ମୀରାଙ୍କ କୃଷ୍ଣଙ୍କ ପ୍ରତି ଭକ୍ତି ଏକ ସତ୍ୟ । ସେହି ଭକ୍ତି ମାନବତାକୁ ସଶକ୍ତ କରେ। ଆମର ବେଦ, ପୁରାଣ, ଅବତାର ଓ ମହାପୁରୁଷଙ୍କ ଜୀବନକୁ ବୁଝିବା ପରେ ହିଁ ଲୋକମାନେ ସେମାନଙ୍କର ମତାମତ ପ୍ରକାଶ କରିବା ଉଚିତ। ମୀରା ଭଗବାନ କୃଷ୍ଣଙ୍କ ଭକ୍ତିରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲେ। ସେ ସମସ୍ତ ସୁଖ ଦୁଃଖ, ଖାଇବା ପିଇବା, ଶୋଇବା ଓ ଜାଗ୍ରତ ହେବା ଭୁଲି ଯାଇଥିଲେ । କେବଳ ଗୋଟିଏ ଭାବନାରେ ବୁଡ଼ି ରହିଥିଲେ, ମେରୋ ଗିରଧର ଗୋପାଳ ଦୁସରୋ ନା କୋଇ। ମୀରାଙ୍କର କୃଷ୍ଣଙ୍କ ପ୍ରତି ବିଶ୍ୱାସ ଏତେ ଦୃଢ଼ ଥିଲା ଯେ, ସେ ସ୍ୱୟଂ ଈଶ୍ୱରଙ୍କୁ ଜୟ କରିନେଇଥିଲେ। ଯେତେବେଳେ ମୀରାଙ୍କୁ ବିଷର ପାତ୍ର ଦିଆଯାଇଥିଲା, ସେତେବେଳେ ସ୍ୱୟଂ ଭଗବାନ କୃଷ୍ଣ ତାଙ୍କୁ ରକ୍ଷା କରିଥିଲେ। ତାଙ୍କ ମତରେ, ଭଗବାନ ମୀରାଙ୍କ ଶରୀରରେ ପ୍ରବେଶ କରିଥିଲେ ଓ ନିଜେ ବିଷ ପିଇ ତାଙ୍କୁ ରକ୍ଷା କରିଥିଲେ। ମନ୍ତ୍ରୀ କିରୋଡି ଲାଲ ମୀନା କହିଛନ୍ତି, ଆଜି ଆମ ପାଖରେ ସେପରି ଶକ୍ତି ନାହିଁ କାରଣ ସେମାନେ ଦେବତା ଥିଲେ। କିନ୍ତୁ ଯଦି ଆରେ ମୀରା ଓ କୃଷ୍ଣଙ୍କ ଜୀବନରୁ ୧୦-୨୦ ପ୍ରତିଶତ ଶିକ୍ଷା ଗ୍ରହଣ କରିବା, ତେବେ ଆଜିର ସମାଜର ଅବନତିଶୀଳ ପରିବେଶରେ ଯଥେଷ୍ଟ ଉନ୍ନତି ଆସିପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/rajsthan-2026-01-22-16-49-15.jpg)