କନକବ୍ୟୁରୋ :  ଇଣ୍ଡିଗୋ ବିମାନ ଅଚଳାବସ୍ଥା ସଂପର୍କରେ ପରୋକ୍ଷରେ ଏକ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ନିୟମ ସିଷ୍ଟମକୁ ଠିକ କରିବାକୁ ଉଦ୍ଦିଷ୍ଟ, କିନ୍ତୁ ଏହା ଲୋକମାନଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ ।  ଆଇନ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ, ସମସ୍ୟା ପାଇଁ ନୁହେଁ ।  
ମୋଦୀଙ୍କ ଏହି ବୟାନକୁ ଇଣ୍ଡିଗୋ ସଂକଟ ସହ ଯୋଡ଼ାଯାଉଛି କାରଣ ଡିଜିସିଏ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଏଫଡିଟିଏଲ ନିୟମ ଯୋଗୁଁ ଇଣ୍ଡିଗୋର ଏପରି ସଂକଟ ହୋଇଥିବା କୁହାଯାଉଛି ।  ଇଣ୍ଡିଗୋ ଏହା ମଧ୍ୟ କହିଛି ଯେ ସେମାନେ ପୂର୍ବରୁ DGCA ସହିତ ଏହି ନୂତନ ନିୟମ ବିଷୟରେ ଆଲୋଚନା କରିସାରିଛନ୍ତି କାରଣ ଏହା କ୍ରୁ ସୂଚୀରେ ସମସ୍ୟା ସୃଷ୍ଟି କରୁଛି । 

Advertisment

ସୋନିଆ ଗାନ୍ଧୀଙ୍କୁ ନୋଟିସ୍: ୧୯୮୦ ମସିହାରେ କେମିତି ଭୋଟର ଲିଷ୍ଟରେ ସାମିଲ ହେଲେ?

ସୂଚନାଯୋଗ୍ୟ ଯେ ଏହି ସଂକଟକୁ ନେଇ ଆଜି ଡିଜିସିଏ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ଏହା ପରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଏ ସଂପର୍କରେ ଲୋକସଭାରେ ବୟାନ ରଖିବେ । ଗତ କାଲି ସେ ରାଜ୍ୟସଭାରେ କହିଥିଲେ ଯେ ଏହି ସମସ୍ୟା ନୂଆ ନିୟମ ଯୋଗୁଁ ନୁହେଁ ବରଂ ଇଣ୍ଡିଗୋର ତ୍ରୁଟିପୂର୍ଣ୍ଣ ରୋଷ୍ଟରିଂ ନୀତି ଓ ଅପରେସନ ପ୍ଲାନିଂ ପାଇଁ ହୋଇଛି ।  ସେପଟେ ଇଣ୍ଡିଗୋର ଫ୍ଲାଇଟ ବାତିଲ ଜାରି ରହିଛି । ଆଜି କେବଳ ଦିଲ୍ଲୀ ଏୟାରପୋର୍ଟରେ ୧୫୨ଟି ଫ୍ଲାଇଟ ବାତିଲ ହୋଇଛି ।