ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର; ତିନି ଦିନରେ ଗୋଟିଏ ବି ବିମାନ ହୋଇନି ବାତିଲ

Advertisment

ଡିସେମ୍ବର ୮ ତାରିଖରୁ ନେଟୱାର୍କର ସମସ୍ତ ୧୩୮ଟି ଗନ୍ତବ୍ୟସ୍ଥଳ ପୁଣିଥରେ ସମ୍ପୂର୍ଣ୍ଣ ରୂପେ ଯୋଡି ହୋଇଯାଇଛି ଏବଂ ଡିସେମ୍ବର ୯ରୁ ଇଣ୍ଡିଗୋର ବିମାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥିର ରହିଛି । ସବୁଠାରୁ ଆଶ୍ୱସ୍ତିର ବିଷୟ ହେଲା, ବିଗତ ତିନି ଦିନ ମଧ୍ୟରେ ଗୋଟିଏ ବି 'ସେମ୍-ଡେ କ୍ୟାନସଲେସନ୍' ବା ଯାତ୍ରା ଦିନରେ ବିମାନ ବାତିଲ ହୋଇନାହିଁ ।

ଡିସେମ୍ବର ୮ ତାରିଖରୁ ନେଟୱାର୍କର ସମସ୍ତ ୧୩୮ଟି ଗନ୍ତବ୍ୟସ୍ଥଳ ପୁଣିଥରେ ସମ୍ପୂର୍ଣ୍ଣ ରୂପେ ଯୋଡି ହୋଇଯାଇଛି ଏବଂ ଡିସେମ୍ବର ୯ରୁ ଇଣ୍ଡିଗୋର ବିମାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥିର ରହିଛି । ସବୁଠାରୁ ଆଶ୍ୱସ୍ତିର ବିଷୟ ହେଲା, ବିଗତ ତିନି ଦିନ ମଧ୍ୟରେ ଗୋଟିଏ ବି 'ସେମ୍-ଡେ କ୍ୟାନସଲେସନ୍' ବା ଯାତ୍ରା ଦିନରେ ବିମାନ ବାତିଲ ହୋଇନାହିଁ ।

indigo-crisis

indigo-crisis Photograph: (google)

କନକ ବ୍ୟୁରୋ : ବିଗତ କିଛି ଦିନ ଧରି ଅବ୍ୟବସ୍ଥା ହୋଇପଡିଥିବା ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ବିମାନ ଚଳାଚଳ ପୁଣିଥରେ ନିଜର ପୁରୁଣା ଧାରାକୁ ଫେରୁଥିବା ଦେଖିବାକୁ ମିଳିଛି । ଏୟାରଲାଇନ୍ସର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ପରିଚାଳନାରେ ବଡ଼ ଧରଣର ସୁଧାର ଆସିଛି । ଡିସେମ୍ବର ୮ ତାରିଖରୁ ନେଟୱାର୍କର ସମସ୍ତ ୧୩୮ଟି ଗନ୍ତବ୍ୟସ୍ଥଳ ପୁଣିଥରେ ସମ୍ପୂର୍ଣ୍ଣ ରୂପେ ଯୋଡି ହୋଇଯାଇଛି ଏବଂ ଡିସେମ୍ବର ୯ରୁ ଇଣ୍ଡିଗୋର ବିମାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥିର ରହିଛି । ସବୁଠାରୁ ଆଶ୍ୱସ୍ତିର ବିଷୟ ହେଲା, ବିଗତ ତିନି ଦିନ ମଧ୍ୟରେ ଗୋଟିଏ ବି 'ସେମ୍-ଡେ କ୍ୟାନସଲେସନ୍' ବା ଯାତ୍ରା ଦିନରେ ବିମାନ ବାତିଲ ହୋଇନାହିଁ । କେବଳ ପାଣିପାଗ କିମ୍ବା ବୈଷୟିକ ତ୍ରୁଟି ଭଳି ମାମୁଲି କାରଣକୁ ଛାଡିଦେଲେ, ବିମାନଗୁଡିକର 'ଅନ୍-ଟାଇମ୍ ପରଫର୍ମାନ୍ସ' ବା ଠିକ୍ ସମୟରେ ଉଡାଣ ଭରିବା ପ୍ରକ୍ରିୟା ପୁଣିଥରେ ସୁଧୁରି ଯାଇଛି ।

ତଥ୍ୟ ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନରେ ପ୍ରତିଦିନ ଉଡାଣ ସଂଖ୍ୟା ବୃଦ୍ଧି ପାଉଛି । ୮ ଡିସେମ୍ବରରେ ୧୭୦୦ରୁ ଅଧିକ ବିମାନ ଉଡାଣ ଭରିଥିବାବେଳେ ମାତ୍ର ଗୋଟିଏ ବାତିଲ ହୋଇଥିଲା । ସେହିପରି ୯ ଡିସେମ୍ବରରେ ୧୮୦୦ରୁ ଅଧିକ ବିମାନ ଚଳାଚଳ କରିଥିଲା ଏବଂ ଗୋଟିଏ ବି ବାତିଲ ହୋଇନଥିଲା । ଗୁରୁବାର ଦିନ ୧,୯୫୦ରୁ ଅଧିକ ବିମାନ ଚଳାଚଳ କରିବାର ଆଶା କରାଯାଉଛି, ଯାହା ଫଳରେ ପ୍ରାୟ ୩ ଲକ୍ଷ ଯାତ୍ରୀ ସୁରୁଖୁରୁରେ ଯାତ୍ରା କରିପାରିବେ । ତେବେ ଏହି ସଙ୍କଟ ସମୟରେ ବିମାନ ଚଳାଚଳ ସୁରକ୍ଷା ନିୟାମକ ଡିଜିସିଏ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିକଟରେ ହୋଇଥିବା ପରିଚାଳନାଗତ ବାଧାବିଘ୍ନ ଉପରେ ତଥ୍ୟ ଏବଂ ସଦ୍ୟତମ ସୂଚନା ସହ ଏକ ବ୍ୟାପକ ରିପୋର୍ଟ ଦାଖଲ କରିବାକୁ ଡିଜିସିଏ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ ତଲବ କରିଛନ୍ତି ।

ଅଧିକ ପଢ଼ନ୍ତୁ--ଇଣ୍ଡିଗୋ ସଂକଟ ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ, ଏତେବଡ଼ ବିଶୃଙ୍ଖଳା ପାଇଁ ଦାୟୀ କିଏ ?

ପ୍ରକାଶ ଥାଉ କି, ଗତ ବୁଧବାର ଦିନ ଇଣ୍ଡିଗୋ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ପ୍ରମୁଖ ବିମାନବନ୍ଦରରୁ ୨୨୦ଟି ବିମାନ ବାତିଲ କରିଥିଲା, ଯେଉଁଥିରେ ଦିଲ୍ଲୀରେ ସର୍ବାଧିକ ୧୩୭ଟି ବିମାନ ବାତିଲ ହୋଇଥିଲା । ଏହି ଘଟଣା ପରେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା ୧୦ ଦିନରେ ପ୍ରଥମ ଥର ପାଇଁ ମୁହଁ ଖୋଲି ବିମାନବନ୍ଦରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏହି ବ୍ୟାପକ ବ୍ୟବଧାନ ପାଇଁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅପ୍ରତ୍ୟାଶିତ ଘଟଣାକୁ ଦାୟୀ କରିଛନ୍ତି । ବର୍ତ୍ତମାନ କମ୍ପାନି ଅଧିକାରୀମାନଙ୍କ ସହ ମିଶି ପରିସ୍ଥିତିକୁ ସ୍ୱାଭାବିକ କରିବା ସହ ସୁରକ୍ଷା ଓ ଯାତ୍ରୀ ସେବା ଉପରେ ଗୁରୁତ୍ୱ ଦେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe