କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୨ଥରର ବିଜେତା ‌ୱେଷ୍ଟ୍‌ଇଣ୍ଡିଜ୍‌ ହ୍ୟାଟ୍ରିକ୍‌ ବିଜୟ ପାଇଛି । ରବିବାର ଏହି ଦଳ ୯ ୱିକେଟ୍‌ରେ ନେପାଳକୁ ପରାସ୍ତ କରିଛି । ୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ଇଣ୍ଡିଜ୍‌ ଦଳ ୨୮ ବଲ୍‌ ପୂର୍ବରୁ ୧ ୱିକେଟ୍‌ ହରାଇ ହାସଲ କରି ନେଇଥିଲା । ସାଇ ହୋପ୍‌ (୬୧* ରନ୍‌, ୪୪ ବଲ୍‌, ୫ ଚୌକା, ୩ ଛକା) ଓ ସିମ୍ରନ ହେଟ୍‌ମାୟର (୪୬* ରନ୍‌, ୩୨ ବଲ୍‌, ୪ ଚୌକା, ୨ ଛକା) ଅପରାଜିତ ରହି ଦଳକୁ ଏହି ବିଜୟ ଭେଟି ଦେଇଥିଲେ । ବ୍ରାଣ୍ଡନ କିଙ୍ଗ୍‌ ୨୨ ରନ୍‌ କରିଥିଲେ । 

Advertisment

ଆହୁରି ପଢ଼ନ୍ତୁ... ବାପା ହେବେ ଫର୍ଗୁସନ୍‌: କାନାଡା ବିପକ୍ଷରେ ଖେଳିବେନି

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ କରିଥିବା ନେପାଳ ୬.୩ ଓଭାରେ ୨୭ ରନ୍‌ରେ ୪ ୱିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ଦୀପେନ୍ଦ୍ର ସିଂହ ଐରି ଛୋଟଛୋଟ ଭାଗୀଦାର ଗଢ଼ି ଦଳୀୟ ସ୍କୋର୍‌ ଆଗକୁ ନେଇଥିଲେ। ଦୀପେନ୍ଦ୍ର (୪୭ ବଲ୍‌ରୁ ୫୮, ୩ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସେ ଓ ସୋମପାଲ କାମି (୧୫ ବଲ୍‌ରୁ ୨୬* ରନ୍‌)ଙ୍କ ସପ୍ତମ ୱିକେଟ୍‌ରେ ୫୪ ରନ୍‌ ‌ଯୋଡ଼ିବାରୁ ନେପାଳ ୮ ୱିକେଟ୍‌ ହରାଇ ୧୩୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ୪/୨୭ ବୋଲିଂ ସଫଳତା ପାଇଥିବା ଜାସନ ହୋଲଡର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।