କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲୁକି ଫର୍ଗୁସନ୍‌ ବାପା ହେବାକୁ ଯାଉଛନ୍ତି। ଏଥିପାଇଁ ପାରେଣ୍ଟାଲ ଛୁଟି ମିଳିଯାଇଛି। ଫଳରେ ‌ସେ ମଙ୍ଗଳବାର ଖେଳାଯିବାକୁଥିବା କାନାଡ଼ା ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ଖେଳିପାରିବେନି। କିନ୍ତୁ ୩୪ ବର୍ଷୀୟ ଫର୍ଗୁସନ୍‌ ସୁପର-୮ ମ୍ୟାଚ୍‌ ବେଳକୁ ଫେରିଆସିବାର ସମ୍ଭବନା ରହିଛି। ନ୍ୟୁଜିଲାଣ୍ଡ ୩ ଲିଗ୍‌ ମ୍ୟାଚ୍‌ରୁ ଦୁଇଟି ଜିତି ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ପ୍ରଥମ ଦୁଇ ମ୍ୟାଚ୍‌ ଜିତିବା ପରେ ନ୍ୟୁଜିଲାଣ୍ଡ ଶନିବାର ଦକ୍ଷିଣ ଆଫ୍ରିକାଠୁ ହାରିଥିଲା। 

Advertisment

ଆହୁରି ପଢ଼ନ୍ତୁ... ପ୍ରେମିକାଙ୍କୁ ହାର୍ଦ୍ଦିକଙ୍କ ଟାଟୁ ଉପହାର: ଜାଣନ୍ତ ଏହି ଟାଟୁର ରହସ୍ୟ

ନ୍ୟୁଜିଲାଣ୍ଡ ମୁଖ୍ୟପ୍ରଶିକ୍ଷକ ରବ୍‌ ୱାଲ୍‌ଟର୍‌ କହିଛନ୍ତି ଯେ, ଲୁକି ସୁପର-୮ ବେଳକୁ ଫେରି ଆସିବେ। ତେଣୁ ତାଙ୍କ ସ୍ଥାନରେ ଆମେ କାହାକୁ ନେଇନୁ। କିନ୍ତୁ ଆମର ରିଜର୍ଭ ଖେଳାଳି ବେନ୍ ସିଅର୍ସ ଓ କୋଲ୍ ମ୍ୟାକକୋଞ୍ଚି ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ହେଲେ ଡକାଯିବ। ଫର୍ଗୁସନ୍‌ ୨୦୨୪ ଫେବ୍ରୁଆରି ୨ ତାରିଖରେ ବାନ୍ଧବୀ ଏମା କୋମକିଙ୍କୁ ବିବାହ କରିଥିଲେ। ଏବେ ଫର୍ଗୁସନ ଓ କୋମାକି ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି।