କନକ ବ୍ୟୁରୋ : ଆମେରିକା ସହ ଭାରତର ବ୍ୟବସାୟ ଚୁକ୍ତି ପରେ ବଢ଼ିବ ରପ୍ତାନୀ ଏବଂ ରପ୍ତାନୀ ବଢ଼ିଲେ ବ୍ୟବସାୟ ବି ବଢ଼ିବ । ଭାରତୀୟ ବାଣିଜ୍ୟିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ । ହ୍ରାସ ପାଇବ ବିଭିନ୍ନ ସାମଗ୍ରୀର ଦର । ରପ୍ତାନୀ ବଢ଼ିବା ପରେ ବଢ଼ିବ ଚାଷୀଙ୍କ ବ୍ୟବସାୟ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ।
ଅଧିକ ପଢନ୍ତୁ : ରୁଷ ଠାରୁ ଆଉ ତେଲ କିଣିବନି ଭାରତ: ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ବୟାନ
ବାଣିଜ୍ୟ କ୍ଷେତ୍ରରେ ବଡ଼ ବୈପ୍ଲବିକ ପରିବର୍ତ୍ତନ ଆସିବ । ଏହାସହ ଭାରତ-ଆମେରିକା ମଧ୍ୟରେ ବ୍ୟବସାୟ ବଢ଼ିବ । ଏହି ଡିଲ ଦ୍ବାରା ବିଶ୍ବ ବଜାରରେ ପ୍ରବେଶ କରିବ ଭାରତ । ଭାରତୀୟ ଉତ୍ପାଦ ଉପରେ ଶୁଳ୍କ କମିବାରୁ ବଜାର ସୁଯୋଗ ସୃଷ୍ଟି ହେବ ।
ରତ୍ନ ପଥର, ହୀରା - ଶୂନ ଟାରିଫ୍
ଫାର୍ମା ସାମଗ୍ରୀ - ଶୂନ ଟାରିଫ୍
କଫି, ଚା’, ମସଲା - ଶୂନ ଟାରିଫ୍
ସ୍ମାର୍ଟ ଫୋନ୍ - ଶୂନ ଟାରିଫ୍
Follow Us