କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ର ସାହସୀ ଶୀର୍ଷକ୍ରମ ବ୍ୟାଟର୍ ସିମରନ୍ ହେଟମାୟର ସୋମବାର ପ୍ରତିପକ୍ଷ ଜିମ୍ବାୱେ ବୋଲରଙ୍କୁ ନିର୍ଧୁମ ପିଟିଥିଲେ । ନିଜ ୩୪ ବଲ୍ରୁ ୮୫ ରନ୍ର ଧୂଆଁଧାର ପାଳିରେ ୭ଟି ଲେଖାଏଁ ଛକା, ଚୌକା ମାରିଥିଲେ। ଦୁଇଟି ଓଭରରେ ଲଗାତାର ୫ଟି ଗଗନଚୁମ୍ବି ଛକା ମାରି ମାତ୍ର ୧୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା କରି ସେ ଇତିହାସ ପୃଷ୍ଠାରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ନେଇଥିଲେ ।
ଅଧିକ ପଢ଼ନ୍ତୁ : ସଞ୍ଜୁଙ୍କୁ ସାମିଲ କରିପାରେ ଭାରତ
ନିଜ ଦେଶର ଦୁର୍ଦ୍ଧର୍ଷ ବାାଟର୍ କ୍ରିସ୍ ଗେଲ୍ଙ୍କ ୧୭ବର୍ଷ ତଳର ରେକର୍ଡକୁ ଭାଙ୍ଗି ଚୂରମାର୍ କରି ଦେଇଥିଲେ । ୟୁନିଭର୍ସାଲ୍ ବସ୍ ଭାବେ ପରିଚିତ ଗେଲ୍ଙ୍କୁ ଟପି ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜ୍ର ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହୋଇଥିଲେ । ହେଟମାୟାର ତାଙ୍କୁ ସହଜରେ ଟପି ଯାଇଛନ୍ତି । ତେବେ ବିଶ୍ୱକପ୍ରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ଏବେବି ଭାରତର ପୂର୍ବତନ ବାମହାତୀ ବ୍ୟାଟର୍ ଯୁବରାଜ ସିଂହ (୧୨ ବଲ୍)ଙ୍କ ନାଁରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/23/hetmeyr-2026-02-23-21-49-34.jpg)