India's Free Trade Agreement Photograph: (Google)
କନକ ବ୍ୟୁରୋ: ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଆମେରିକାର ଟାରିଫ୍ ବୋଝ ଭିତରେ ଏହି ଚୁକ୍ତି ଫଳରେ ୨୭ଟି ୟୁରୋପୀୟ ଦେଶ ସହ ଭାରତ କୌଣସି ପ୍ରତବନ୍ଧକ ନଥାଇ ଖୋଲାଖୋଲି ବ୍ୟବସାୟ କରିପାରିବ । ସେପଟେ ଏହା ପରେ ଆମେରିକା ଚିହିଁକି ଉଠିଛି । ଭାରତ ପାଇଁ ସୃଷ୍ଟି ହେଲା ବିରାଟ ସୁଯୋଗ। ଯୁରୋପୀୟ ସଂଘ ହେଲା ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର । ଉଭୟ ପକ୍ଷ ବହୁଦିନ ଧରି ଏ ବିଷୟରେ ବାରମ୍ବାର ଆଲୋଚନା କରିଆସୁଥିଲେ । ଅଷ୍ଟାଦଶ ପର୍ଯ୍ୟାୟ ଆଲୋଚନା ପରେ ୟୁରୋପୀୟ ସଂଘ ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଦେଖବା ଏହା ଦ୍ୱାରା କି ଲାଭ ମିଳିବ ।
ୟୁରୋପୀୟ ସଂଘ ସହ ବଡ଼ ଡିଲ୍
ବ୍ୟବସାୟ ପାଇଁ ମିଳିଲା ଗୋଲ୍ଡେନ୍ ଟିକେଟ୍
ୟୁରୋପର ୨୭ ଦେଶ ସହ ହେବ ବ୍ୟବସାୟ
ବିଭିନ୍ନ ସାମଗ୍ରୀ ଉପରେ ଆମଦାନି, ରପ୍ତାନି ଶୁଳ୍କ ହ୍ରାସ
ସୃଷ୍ଟି ହେବ ଲକ୍ଷଲକ୍ଷ ନୂଆ କର୍ମ ନିଯୁକ୍ତି ସୁଯୋଗ
ୟୁରୋପୀୟ କାର୍ ଉପରୁ ଆମଦାନି ଶୁଳ୍କ ୧୧୦%ରୁ କମି ୪୦%
ୟୁରୋପରେ କାମ କରିବା ପାଇଁ ସହଜରେ ମିଳିବ ଭିସା
ଅଧିକ ପଢନ୍ତୁ; ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ : ପ୍ରଧାନମନ୍ତ୍ରୀ କଲେ ଘୋଷଣା
ଉଭୟ ଭାରତ ଓ ୟୁରୋପୀୟ ସଂଘ ଏହି ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏହିଚୁକ୍ତି କେବଳ ଦୁଇ ଅଞ୍ଚଳର ଅର୍ଥନୀତିକୁ ସମୃଦ୍ଧ କରିବ ନାହିଁ, ବିଶ୍ୱସ୍ତରରେ ବଢୁଥିବା ଶୁଳ୍କ ଯୁଦ୍ଧ ଏବଂ ସଂରକ୍ଷଣବାଦ ବିରୋଧରେ ଶକ୍ତ ବାର୍ତ୍ତା ଦେବ। ଗାଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିବା ଦୁଇଟି ବଡ଼ ଅର୍ଥବ୍ୟବସ୍ଥା ଏକାଠି ହେଲେ ବିଶ୍ୱ ବଜାରରେ ସ୍ଥିରତା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। କେବଳ ବାଣିଜ୍ୟ ନୁହେଁ, ଜଳବାୟୁ ପରିବର୍ତ୍ତନ ଓ ବୈଷୟିକ ସହଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ।
ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ପରେ ଟାରିଫ୍ ବୋଝ ଲଦୁଥିବା ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି, ୟୁକ୍ରେନ ବିରୋଧରେ ରୁଷକୁ ଯୁଦ୍ଧ ପାଇଁ ୟୁରୋପୀୟ ଦେଶ ଓ ଭାରତ ଶକ୍ତି ଯୋଗାଉଛନ୍ତି । ଏହାକୁ ଆମେରିକା ସମାଲୋଚନା କରିଛି ।
Follow Us