ଭୈରବ ରଡ଼ିବ , ଶତ୍ରୁ ଥରିବ : ଭାରତୀୟ ସେନାର ବଳୁଆ ସିଂହ , ଶତ୍ରୁଙ୍କ ପାଇଁ କାଳ ଦେଶ ପାଇଁ କବଚ

Advertisment

ମୁହଁରେ ନାଲି ଏବଂ ଗାଢ଼ ସବୁଜ ରଙ୍ଗର ଲମ୍ବା ଗାର ଯାହାକୁ 'କ୍ୟାମୋଫ୍ଲାଜ ପେଣ୍ଟ' କୁହାଯାଏ । ରାତିର ଅନ୍ଧାର , ପାହାଡ଼ କିମ୍ବା ଜଙ୍ଗଲରେ ଶତ୍ରୁର ନଜରରୁ ବଞ୍ଚିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ବିଶ୍ୱର ବିଭିନ୍ନ ସ୍ପେଶାଲ ଫୋର୍ସ ଏବଂ କମାଣ୍ଡୋମାନେ ନିଜ ମୁହଁକୁ ଏହିପରି ରଙ୍ଗ କରିଥାନ୍ତି ଯାହାଫଳରେ ସେମାନେ ଅପରେସନ ସମୟରେ ଲୁଚି ରହି ଶତ୍ରୁ ଉପରେ ହଠାତ୍ ଆକ୍ରମଣ କରିପାରିବେ ।

ମୁହଁରେ ନାଲି ଏବଂ ଗାଢ଼ ସବୁଜ ରଙ୍ଗର ଲମ୍ବା ଗାର ଯାହାକୁ 'କ୍ୟାମୋଫ୍ଲାଜ ପେଣ୍ଟ' କୁହାଯାଏ । ରାତିର ଅନ୍ଧାର , ପାହାଡ଼ କିମ୍ବା ଜଙ୍ଗଲରେ ଶତ୍ରୁର ନଜରରୁ ବଞ୍ଚିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ବିଶ୍ୱର ବିଭିନ୍ନ ସ୍ପେଶାଲ ଫୋର୍ସ ଏବଂ କମାଣ୍ଡୋମାନେ ନିଜ ମୁହଁକୁ ଏହିପରି ରଙ୍ଗ କରିଥାନ୍ତି ଯାହାଫଳରେ ସେମାନେ ଅପରେସନ ସମୟରେ ଲୁଚି ରହି ଶତ୍ରୁ ଉପରେ ହଠାତ୍ ଆକ୍ରମଣ କରିପାରିବେ ।

Bhairav

Bhairav Photograph: (KanakNews)

କନକ ବ୍ୟୁରୋ : ମୁଣ୍ଡରେ ପଗଡ଼ି ଆଉ ମୁହଁରେ ଗାଢ଼ ସବୁଜ ରଙ୍ଗର ଲମ୍ବା ଗାର , ପ୍ରତୀକ ଚିହ୍ନରେ ରହିଛି କୋବ୍ରା ସାପର ଚିତ୍ର ଆଉ ଲେଖା ହୋଇଛି 'ଭୈରବ, ଅଦୃଶ୍ୟ, ଅଦମ୍ୟ' ।  

ଭାରତ ହେଉଛି ଏକ ଶାନ୍ତିପ୍ରିୟ ଦେଶ । ସର୍ବଧର୍ମ ସମନ୍ବୟର ଏହି ବିଶାଳ ଦେଶରେ ଆଧ୍ୟାତ୍ମିକତାକୁ ସର୍ବପ୍ରଥମ ସ୍ଥାନ ଦିଆଯାଇଛି । ଯେଉଁଠି ଅସ୍ତ୍ରଶସ୍ତ୍ରଠୁ ଆରମ୍ଭ କରି ସେନାର ରେଜିମେଣ୍ଟ୍ ପର୍ଯ୍ୟନ୍ତ ପ୍ରତିଟିର ନାଁ ଜଣେ ଜଣେ ଦେବତାଙ୍କୁ ସମର୍ପିତ । ଆଜି ଆମେ ସେଭଳି ଗୋଟିଏ ବାଟାଲିୟନ୍ ବିଷୟରେ କହିବୁ ଯାହା ଦେଶର ସୁରକ୍ଷା , ପରାକ୍ରମ ଏବଂ ଶକ୍ତିକୁ ନେଇ ପ୍ରସ୍ତୁତ ହୋଇଛି । ନିକଟରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ କଲା ଭାରତ । ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କଲା ଭାରତୀୟ ସେନା । ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରହ୍ମୋଶ ଏବଂ ଆକାଶ ଭଳି ଅସ୍ତ୍ରଶସ୍ତ୍ର , ଗଭୀର ମାରକ କ୍ଷମତା ରଖୁଥିବା ସୂର୍ଯ୍ୟାସ୍ତ୍ର ରକେଟ୍ ଲଞ୍ଚର୍ ପ୍ରଣାଳୀ ଏବଂ ଅର୍ଜୁନ ଯୁଦ୍ଧ ଟ୍ୟାଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ତେବେ ପ୍ରଥମଥର ପରେଡରେ ଯଦି ସବୁଠାରୁ ଚର୍ଚ୍ଚିତ ବିଷୟ କ’ଣ ଥିଲା ତା’ହେଲେ ସେ ହେଉଛି ‘ଭୈରବ ବାଟାଲିୟନ୍’। ଭାରତୀୟ ସ୍ଥଳସେନାର ନବଗଠିତ ୟୁନିଟ୍ । ଆଧୁନିକ ଟେକନିକ୍ ସାଙ୍ଗକୁ ଆତଙ୍କବାଦୀଙ୍କୁ ମାରି ଗଡ଼ାଇବାର ଏକ ସୁରକ୍ଷା ସଂରଚନାର କବଚ ‘ଭୈରବ ବାଟାଲିୟନ୍’। ଭାରତୀୟ ସେନାର ଏହି ଏଲିଟ୍ କମାଣ୍ଡୋ ଫୋର୍ସ ଗତ ବର୍ଷ ଅକ୍ଟୋବର ମାସରେ ଗଠନ କରାଯାଇଥିଲା । ମେଜର ଅଞ୍ଜୁମ ଗୋରକାଙ୍କ ନେତୃତ୍ୱରେ ଯେତେବେଳେ ଏହି ସ୍ପେଶାଲ ଇନଫ୍ୟାଣ୍ଟ୍ରି ୟୁନିଟ୍ କର୍ତ୍ତବ୍ୟ ପଥକୁ ଓହ୍ଲାଇଥିଲା ସେତେବେଳର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । 

ଆଗକୁ ପଢ଼ନ୍ତୁ : ଗର୍ଜନ କରିଥିଲେ ସେନାର ସିଂହ : ଘରେ ପଶି ନେଇଥିଲେ ୯ ଆତଙ୍କୀଙ୍କ ଜୀବନ

ମୁହଁରେ ନାଲି ଏବଂ ଗାଢ଼ ସବୁଜ ରଙ୍ଗର ଲମ୍ବା ଗାର ଯାହାକୁ 'କ୍ୟାମୋଫ୍ଲାଜ ପେଣ୍ଟ' କୁହାଯାଏ । ରାତିର ଅନ୍ଧାର , ପାହାଡ଼ କିମ୍ବା ଜଙ୍ଗଲରେ ଶତ୍ରୁର ନଜରରୁ ବଞ୍ଚିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ବିଶ୍ୱର ବିଭିନ୍ନ ସ୍ପେଶାଲ ଫୋର୍ସ ଏବଂ କମାଣ୍ଡୋମାନେ ନିଜ ମୁହଁକୁ ଏହିପରି ରଙ୍ଗ କରିଥାନ୍ତି ଯାହାଫଳରେ ସେମାନେ ଅପରେସନ ସମୟରେ ଲୁଚି ରହି ଶତ୍ରୁ ଉପରେ ହଠାତ୍ ଆକ୍ରମଣ କରିପାରିବେ । ବାଟାଲିୟନର ପ୍ରତୀକ ଚିହ୍ନରେ ଏକ କୋବ୍ରା ସାପର ଚିତ୍ର ଅଛି ଯେଉଁଥିରେ 'ଭୈରବ, ଅଦୃଶ୍ୟ, ଅଦମ୍ୟ' ବୋଲି ଲେଖାଯାଇଛି । ଟିମ୍ କମାଣ୍ଡରଙ୍କ କହିବା ଅନୁଯାୟୀ, କୋବ୍ରା ଚିହ୍ନ ଶତ୍ରୁ ପାଇଁ ମୃତ୍ୟୁର ସଙ୍କେତ । ମୋଟାମୋଟି ଭାବେ କହିବାକୁ ଗଲେ ଭୈରବ ବାଟାଲିୟନ ଶତ୍ରୁମାନଙ୍କ ପାଇଁ ସାକ୍ଷାତ କାଳ ସଦୃଶ ।

ଭୈରବ ବାଟାଲିୟନର ଲକ୍ଷ୍ୟ ହେଉଛି ଶତ୍ରୁ ଆଗରେ ଥିଲେ ରଣନୈତିକ, ଶକ୍ତିଶାଳୀ ଏବଂ ଦ୍ରୁତଗତିରେ ଆକ୍ରମଣର ଜାଲ ବୁଣିବା । ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ବାଟାଲିୟନକୁ ସ୍ବତନ୍ତ୍ର ତଥା କଠୋର ତାଲିମ ଦିଆଯାଇଛି । ଭୈରବ ବାଟାଲିୟନ ପ୍ରତିଷ୍ଠା ପ୍ରସ୍ତାବକୁ ୨୦୨୫ରେ ଅନୁମୋଦନ କରାଯାଇଥିଲା । ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାତୀୟ ସୁରକ୍ଷା ଉପକରଣରେ ଏକ ଦ୍ରୁତ ପ୍ରତିକ୍ରିୟା ୟୁନିଟ୍ ଯୋଡିବା, ଉଚ୍ଚ-ବିପଦପୂର୍ଣ୍ଣ କାର୍ଯ୍ୟରେ ବିଶେଷଜ୍ଞତା ବୃଦ୍ଧି କରିବା, ଆତଙ୍କବାଦ ଏବଂ ଆଭ୍ୟନ୍ତରୀଣ ବିଦ୍ରୋହର ପରିବର୍ତ୍ତିତ ରୂପରେଖକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ଏବଂ ଆଧୁନିକ ସାମରିକ କୌଶଳକୁ ଏକ ସମର୍ପିତ ୟୁନିଟ୍ ରେ ସଂଯୁକ୍ତ କରିବା । ଭାରତୀୟ ସେନାରେ ବର୍ତ୍ତମାନ ପ୍ରାୟ ୧୫ଟି ଭୈରବ ଲାଇଟ୍ କମାଣ୍ଡୋ ବାଟାଲିଅନ୍ ରହିଛନ୍ତି । ଏହି ସଂଖ୍ୟାକୁ ୨୫ କୁ ବିସ୍ତାର କରିବାର ଯୋଜନା ରହିଛି । ଏହା ଭାରତୀୟ ସେନାର ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଯୁଦ୍ଧ ୟୁନିଟ୍, ଯାହା ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରାଶାସନିକ ନିୟନ୍ତ୍ରଣରେ ରହିଥାଏ । ଏହି ବାଟାଲିୟନର ଯବାନଙ୍କୁ ସେନା ଭିତରୁ ହିଁ ଚୟନ କରାଯାଏ । ଭୈରବ ବାଟାଲିୟନର ସୈନିକମାନେ କମାଣ୍ଡୋ ସ୍ତରୀୟ ତାଲିମ ପାଆନ୍ତି ଯେଉଁଥିରେ ପାରାଚୁଟ୍ ଜମ୍ପ, ନାଇଟ୍-ଭିଜନ ଅପରେସନ, ହାଇରିସ୍କ୍ ଏମ୍ବୁସ୍ , ବମ୍ ଡିଫୟୁଜନ୍ ଟେକନିକ୍ ଏବଂ ଆତଙ୍କବାଦ ବିରୋଧୀ ଅପରେସନରେ ଉନ୍ନତ ତାଲିମ ଅନ୍ତର୍ଭୁକ୍ତ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପରିଚାଳନାରେ ମଧ୍ୟ ଭୈରବ ବାଟାଲିୟନର ଜବାବ ନାହିଁ । ନାଇଟ୍ ସ୍କୋପ୍, ସ୍ନାଇପର ସିଷ୍ଟମ, ଯୋଗାଯୋଗ ପ୍ରତିରୋଧ ପ୍ରଣାଳୀ, ଆସଲ୍ଟ ରାଇଫଲ୍ ଏବଂ ଆଣ୍ଟି-ଆଇଡି ଡିଭାଇସ୍ ଅନ୍ତର୍ଭୁକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe