ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ ; ଓଜନ ୨୧୦ ମେଟ୍ରିକ୍ ଟନ୍

Advertisment

ଆପଣ ଅନେକ ଶିବଲିଙ୍ଗ ଦେଖିଥିବେ । ଆମ ଭାରତବର୍ଷରେ ଅନେକ ବଡ଼ ବଡ଼ ଶିବଲିଙ୍ଗ ଥିବା ମଧ୍ୟ ଜାଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଶିବଲିଙ୍ଗ ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏ କୌଣସି ଛୋଟମୋଟ ଶିବଲିଙ୍ଗ ନୁହେଁ, ବରଂ ୨୧୦ ମେଟ୍ରିକ୍ ଟନର ଶିବଲିଙ୍ଗ ।

ଆପଣ ଅନେକ ଶିବଲିଙ୍ଗ ଦେଖିଥିବେ । ଆମ ଭାରତବର୍ଷରେ ଅନେକ ବଡ଼ ବଡ଼ ଶିବଲିଙ୍ଗ ଥିବା ମଧ୍ୟ ଜାଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଶିବଲିଙ୍ଗ ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏ କୌଣସି ଛୋଟମୋଟ ଶିବଲିଙ୍ଗ ନୁହେଁ, ବରଂ ୨୧୦ ମେଟ୍ରିକ୍ ଟନର ଶିବଲିଙ୍ଗ ।

shivling

shivling Photograph: (kanak news)

କନକ ବ୍ୟୁରୋ: ଆପଣ ଅନେକ ଶିବଲିଙ୍ଗ ଦେଖିଥିବେ । ଆମ ଭାରତବର୍ଷରେ ଅନେକ ବଡ଼ ବଡ଼ ଶିବଲିଙ୍ଗ ଥିବା ମଧ୍ୟ ଜାଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଶିବଲିଙ୍ଗ ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏ କୌଣସି ଛୋଟମୋଟ ଶିବଲିଙ୍ଗ ନୁହେଁ, ବରଂ ୨୧୦ ମେଟ୍ରିକ୍ ଟନର ଶିବଲିଙ୍ଗ । ଯାହାକୁ କି ଟ୍ରକ୍ ମାଧ୍ୟମରେ ଏବେ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ନିଆଯାଉଛି ।

ତାମିଲନାଡୁର ମହାବଲୀପୁରମରୁ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳ ଶିବଲିଙ୍ଗ ବିହାରର ପୂର୍ବ ଚମ୍ପାରଣରେ ଥିବା ବିଶାଳ ରାମାୟଣ ମନ୍ଦିରରେ ସ୍ଥାପିତ କରାଯିବ । ବିହାର ଯିବା ବାଟରେ ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ମାତ୍ରେ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ । ଶିବଲିଙ୍ଗ ପହଞ୍ଚିବା ମାତ୍ରେ ଆଖପାଖ ଅଞ୍ଚଳରେ ଭକ୍ତିର ପରିବେଶ ଦେଖିବାକୁ ମିଳିଥିଲା । ଲୋକମାନେ ‘‘ହର ହର ମହାଦେବ , ଓମ୍ ନମଃ ଶିବାୟ’’ ମନ୍ତ୍ର ଧ୍ବନି ଜପିବାକୁ ଲାଗିଥିଲେ । ରିପୋର୍ଟ ଅନୁସାରେ, ଏହି ଶିବଲିଙ୍ଗରେ ପ୍ରାୟ ଏକ ହଜାର ଛୋଟ ଛୋଟ ଶିବଲିଙ୍ଗ ଖୋଦିତ ହୋଇଛି ।

ଆହୁରି ପଢ଼ନ୍ତୁ : ଧିମେଇବ କି ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାର ତଦନ୍ତ ? ହସ୍ତଗତ ହୋଇନି ମେଡ଼ିକାଲ ରିପୋର୍ଟ

ବିଶ୍ବର ଏହି ସର୍ବବୃହତ ଶିବଲିଙ୍ଗ କେବଳ ଗୋଟିଏ ନୁହେଁ ବରଂ ଅନେକ ବିଶେଷ କାରଣ ପାଇଁ ପ୍ରସିଦ୍ଧି ହାସଲ କରିଛି । ଏହି ବିଶାଳ ଶିବଲିଙ୍ଗର ଲମ୍ବ ଏବଂ ପ୍ରସ୍ଥ ୩୩ ଫୁଟ । ଏହାର ଓଜନ ପ୍ରାୟ ୨୧୦ ମେଟ୍ରିକ୍ ଟନ୍ । ଏହି ଶିବଲିଙ୍ଗରେ ୧,୦୦୦ ଛୋଟ ଶିବଲିଙ୍ଗ ଖୋଦିତ ହୋଇଛି । ଯାହା ଏହାକୁ ସ୍ବତନ୍ତ୍ର କରେ । ଏହାକୁ ତାମିଲନାଡୁର ମହାବଳୀପୁରମରୁ ପଠାଯାଇଥିଲା ଏବଂ ୪୫ ଦିନର ଯାତ୍ରା ପରେ ଶିବଲିଙ୍ଗ ବିହାରରେ ପହଞ୍ଚିଛି ।

ରିପୋର୍ଟ ଅନୁସାରେ, ଜାନୁଆରୀ ୧୭ ତାରିଖରେ ବିରାଟ ରାମାୟଣ ମନ୍ଦିର ପରିସରରେ ପୀଠ ପୂଜା, ଯଜ୍ଞ ଏବଂ ଅନ୍ୟାନ୍ୟ ରୀତିନୀତି ସହିତ ଶିବଲିଙ୍ଗ ସ୍ଥାପନ କରାଯିବ । ତଥାପି ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ପ୍ରାର୍ଥନା, ଆରତୀ ଏବଂ ସଂକୀର୍ତ୍ତନ ସହିତ ଶିବଲିଙ୍ଗକୁ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିଛି । ତା'ପରେ ରୀତିନୀତି ସହିତ ଶିବଲିଙ୍ଗଙ୍କୁ ପ୍ରତିଷ୍ଠା କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe