କନକ ବ୍ୟୁରୋ: ଇସ୍ରାଏଲ -ଆମେରିକାର ଆକ୍ରମଣ ଓ ଇରାନର ପାଲଟା ଆକ୍ରମଣ ପରେ ଥରୁଛି ପୂରା ମଧ୍ୟପ୍ରାଚ୍ୟ । ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକୀୟ ସେନା ଶିବିରକୁ ଟାର୍ଗେଟ କରିଛି ଇରାନ । କୁଏତ, କତାର, ବାହାରିନ, ଓମାନ, ୟୁଏଇ ପରି ଦେଶ ପ୍ରଭାବିତ ହୋଇଛନ୍ତି । ମିସାଇଲ ମାଡ଼ର ଗର୍ଜନ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଏହି ସବୁ ଦେଶରେ କାର୍ଯ୍ୟରତ ଲକ୍ଷାଧିକ ଭାରତୀୟଙ୍କ ଜୀବନ -ଜୀବିକା ପ୍ରଭାବିତ ହୋଇଛି । ଗଲ୍ଫ ଦେଶଗୁଡ଼ିକରେ ପ୍ରାୟ ୯୦ ଲକ୍ଷ ଭାରତୀୟ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । କେବଳ ୟୁଏଇରେ ୩୫ ଲକ୍ଷରୁ ଅଧିକ ଭାରତୀୟ ଅଛନ୍ତି । ଏବେ ଯୁଦ୍ଧ ସ୍ଥିତି ଯୋଗୁଁ ସେମାନଙ୍କ ଚିନ୍ତା ବଢ଼ିଛି । ଭାରତକୁ ଫେରିବାକୁ ଅନେକ ଚାହୁଁଥିବା ବେଳେ ବିମାନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ଫେରିପାରୁ ନାହାନ୍ତି ।
ଏହା ବି ପଢ଼ନ୍ତୁ: କେମିତି ମିଳିଲା ଖାମେନେଇଙ୍କ ଠିକଣା ? ବଡ଼ ଖେଳ ଖେଳିଥିଲା 'ମୋସାଦ୍'
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ବିଭନ୍ନ ଦେଶରେ ହଜାର ହଜାର ଓଡ଼ିଆ ରହିଛନ୍ତି । ଏବେ ସେମାନଙ୍କୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ସେମାନଙ୍କୁ ବାହାରକୁ ନବାହାରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଭାରତୀୟ ଦୂତାବାସ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ସଚେତନ ଅଛନ୍ତି । କୌଣସି ଓଡ଼ିଆ କିମ୍ବା କୌଣସି ଭାରତୀୟ ଯେମିତି ଯୁଦ୍ଧ ସ୍ଥିତିରେ ଫସିକି ରହିବେନି ତାହାକୁ ନେଇ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । କାହାର ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ କେନ୍ଦ୍ର ସରକାର ନିଜର ଆଦ୍ଭାଇଜରି ଜାରି କରିଛନ୍ତି । ଭାରତୀୟଙ୍କୁ ଉଦ୍ଧାର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ବାଇଟ୍- ସ୍ବାଗତିକା ଦାସ, ବାହାରିନରେ ଥିବା ଓଡ଼ିଆ (୧୧ଟା ନ୍ୟୁଜ୨, ୩)
ବାଇଟ - ପୃଥ୍ବୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ
ଫାଭିଓ) ପୂର୍ବରୁ ୟୁକ୍ରେନ୍-ରୁଷ୍ ଯୁଦ୍ଧ ହେଉ କିମ୍ବା ଇସ୍ରାଏଏ-ହମାସ ଯୁଦ୍ଧ, ସେହି ସମୟରେ ସେଠାରେ ଥିବା ଭାରତୀୟମାନଙ୍କୁ ମୋଦୀ ସରକାର ସୁରକ୍ଷିତ ଉଦ୍ଧାର କରି ଫେରାଇଆଣିବାରେ ସଫଳ ହୋଇଥିଲେ । ପୁଣି ଏବେ ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ସୁରକ୍ଷିତ ଫେରାଇ ଆଣିବା ଆଉ ଏକ ଆହ୍ବାନ ହେବ ।
Follow Us