କନକ ବ୍ୟୁରୋ :  ସାଧାରଣତଃ  ଦୁଇଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ପହଞ୍ଚିବାକୁ ବର୍ଷବର୍ଷ ଲାଗିଥାଏ। କିନ୍ତୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏହି କ୍ଷେତ୍ରରେ ନୂଆ ରେକର୍ଡ କରିଛନ୍ତି । କେବଳ ୯ ମାସ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହୋଇପାରିଛି । ଉଭୟ ଦେଶ ସେମାନଙ୍କର ପାରସ୍ପରିକ ବୁଝାମଣା ଏବଂ ରାଜନୈତିକ ଇଚ୍ଛାଶକ୍ତି ଜରିଆରେ ଏହାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ୨୦୨୫ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଭାରତ ଆସିଥିବା ସମୟରେ ଏ ବାବଦରେ ଆଲୋଚନା ଆରମ୍ଭ ହୋଇଥିଲା।ମୁକ୍ତ ବାଣିଜ୍ୟ ଚୁକ୍ତି ଉଭୟ ଦେଶ ପାଇଁ ଲାଭଦାୟକ । କାରବାର ବୃଦ୍ଧି ପାଇବା ସହ ମୁକ୍ତ ବ୍ୟାପାରରେ ଅନେକ ଆମଦାନି ଓ ରପ୍ତାନି ସାମଗ୍ରୀ ଶସ୍ତା କରିବାରରେ ସହାୟକ ହେବ।

Advertisment

ଭାରତ- ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ; ଶସ୍ତା ହେବ ଦାମୀ କାର୍, ମଦ ଓ ଚମଡ଼ା

 
ଏହି ଚୁକ୍ତିନାମା ଅନୁଯାୟୀ..

  • ନ୍ୟୁଜିଲାଣ୍ଡରୁ ଭାରତକୁ ଆସୁଥିବା ୯୫% ସାମଗ୍ରୀ ଉପରେ ଟିକସ ଉଚ୍ଛେଦ କିମ୍ବା ହ୍ରାସ କରାଯିବ
  • ଚୁକ୍ତିନାମାର ପ୍ରଥମ ଦିନରୁ ଅଧାରୁ ଅଧିକ ଉତ୍ପାଦ ଶୁଳ୍କମୁକ୍ତ ହେବ
  • ବଜାରରେ ପ୍ରତିଯୋଗିତା ବୃଦ୍ଧି ହେବ
  • ଗୁଣାତ୍ମକ ଉତ୍ପାଦ ସହଜରେ ଉପଲବ୍ଧ ହେବ  

କ’ଣ ଶସ୍ତା ହେବ ଏବଂ କାହାର ବାଣିଜ୍ୟ ବୃଦ୍ଧି ପାଇବ?

  • ଆଗାମୀ ୫ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ୱିଗୁଣିତ ହେବ
  •  ଭାରତରେ ନ୍ୟୁଜିଲାଣ୍ଡ ୧୫ ବର୍ଷ ମଧ୍ୟରେ ବଡ଼ ନିବେଶ କରିବ
  • ପ୍ରାୟ ୨୦ ବିଲିଅନ ଡଲାର ନିବେଶ କରିବ ନ୍ୟୁଜିଲାଣ୍ଡ
  • ଏହା ଭାରତର ଅର୍ଥନୀତିକୁ ସୁଦୃଢ଼ କରିବ
  • ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ
  • ଶିକ୍ଷାରୁ କ୍ରୀଡ଼ା ପର୍ୟ୍ୟନ୍ତ ସହଭାଗିତା
  • ଶିକ୍ଷା, କ୍ରୀଡ଼ା ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୂଆ ସୁଯୋଗ  
  • ନ୍ୟୁଜିଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗ୍ରହଣ ସହଜ ହେବ
  • କ୍ରୀଡ଼ାକ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ

ଏହି ଚୁକ୍ତିନାମା ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। କିଛିବର୍ଷ ମଧ୍ୟରେ ଭାରତ ଏହାର ବାଣିଜ୍ୟ ନୀତିରେ ଆକ୍ରମଣାତ୍ମକ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିଛି। ଓମାନ, ୟୁକେ, ଗଲ୍‌ଫ  ଦେଶ, ୟୁଏଇ. ଅଷ୍ଟ୍ରେଲିଆ ଏବଂ ମରିସସ୍ ପରେ ଏହା ଭାରତର ସପ୍ତମ ପ୍ରମୁଖ ମୁକ୍ତ ବାଣିଜ୍ୟ ଚୁକ୍ତି।