sports Photograph: (Kanak news)
କନକ ବ୍ୟୁରୋ: ବିଲ୍ ଜିନ୍ କିଙ୍ଗ୍ କପ୍ ପ୍ଲେ ଅଫ୍ ଲାଗି ଭାରତୀୟ ମହିଳା ଟେନିସ୍ ଦଳ ଘୋଷିତ ହୋଇଛି। ଉଦୀୟମାନ ଖେଳାଳି ବୈଷ୍ଣବୀ ଆଦ୍କର ଏହି ଦଳରେ ସ୍ଥାନ ପାଇଛନ୍ତି। ୨୧ ବର୍ଷୀୟା ଆଦ୍କର ବେଙ୍ଗଲୁରୁରେ ଆୟୋଜିତ ଡବ୍ଲ୍ୟୁ ୧୦୦ ଫାଇନାଲ୍ରେ ପହଞ୍ଚି ଇତିହାସ ରଚିଥିଲେ। ସେ ଏହି ପ୍ରତିଯୋଗିତାର ଫାଇନାଲ୍ ପହଞ୍ଚିବାରେ ସାନିଆ ମିର୍ଜାଙ୍କ ପରେ ଦ୍ବିତୀୟ ଖେଳାଳି ହେବାର ଗୌରବ ପାଇଥିଲେ। ଆଦ୍କର ମଧ୍ୟ ୨୦୨୪ରେ ଅହମଦାବାଦ ଡବ୍ଲ୍ୟୁ୧୫ ମୁକୁଟ କରାୟତ୍ତ କରିଥିଲେ।
ଆହୁରି ପଢ଼ନ୍ତୁ... ଏଏଫ୍ସି ଏସୀୟ କପ୍ ଫୁଟ୍ବଲ୍: ପରାଜୟରୁ ଭାରତର ଅଭିଯାନ
ଆଦ୍କର୍ଙ୍କ ବାଦ୍ ଏହି ଦଳରେ ସାହାଜା ୟାମାଲାପାଲ୍ଲୀ, ଶ୍ରୀଭାଲ୍ଲି ଭାମିଦିପାଟି, ଋତୁଜା ଭୋସାଲେ ଓ ଅଙ୍କିତା ରାଇନା ରହିଛନ୍ତି। ବୈଦେହୀ ଚୌଧାରୀ ରିଜର୍ଭ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି। ବିଶାଲ ଉପ୍ପଲ ଅଧିନାୟକ ଏବଂ ରାଧିକା କାନିତକର ଦଳର ପ୍ରଶିକ୍ଷକ ଅଛନ୍ତି। ବିଲଜ୍ ଜିନ୍ କିଙ୍ଗ୍ କପ୍ ଏସିଆ/ଓସେନିଆ ଗ୍ରୁପ୍-୧ ଟାଇ ଏପ୍ରିଲ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆରମ୍ଭ ହେବ। ଏଥିରେ ଆୟୋଜକ ଭାରତ ସହ ଇଣ୍ଡୋନେସିଆ, ରିପବ୍ଲିକ୍ ଅଫ୍ କୋରିଆ, ନ୍ୟୁଜିଲାଣ୍ଡ, ମଙ୍ଗୋଲିଆ ଓ ଥାଇଲାଣ୍ଡ ପ୍ରତିଦ୍ବନ୍ଦ୍ବିତା କରିବେ। ରାଉଣ୍ଡ ରବିନ୍ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ଶୀର୍ଷ ଦୁଇ ଦଳ ଆଗାମୀ ରାଉଣ୍ଡରେ ପ୍ରବେଶ କରିବ।
Follow Us