କନକ ବ୍ୟୁରୋ: ମହିଳା ଏଏଫ୍ସି ଏସୀୟ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଭାରତର ଅଭିଯାନ ପରାଜୟରୁ ଆରମ୍ଭ ହୋଇଛି। ଏଠାରେ ଖେଳିଥିବା ନିଜର ପ୍ରଥମ ମ୍ୟାଚ୍ରେ ଭାରତ ୧-୨ ଗୋଲ୍ରେ ଭିଏତ୍ନାମଠୁ ହାରି ଯାଇଛି। ଗ୍ରୁପ୍-ସି’ର ଏହି ମ୍ୟାଚ୍ରେ ଏନ୍ଗାଁ ଥି ଭାନ୍ ସୁ (୩୦ ମିନିଟ୍)ଙ୍କ ଗୋଲ୍ରେ ବିଶ୍ବମାନ୍ୟତରେ ୩୬ତମ ସ୍ଥାନରେ ଥିବା ଭିଏତନାମ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧରେ ପଛୁଆ ଥିବା ବିଶ୍ବମାନ୍ୟତା ୬୭ ନମ୍ବର ଦଳ ଭାରତ ପ୍ରତ୍ୟାବର୍ତ୍ତନ କରି ୫୨ତମ ମିନିଟ୍ରେ ଗୋଲ୍ଟି ଶୁଝି ଦେଇଥିଲା। ଏହି ଗୋଲ୍ଟି ପଦାର୍ପଣକାରୀ ସାନ୍ଫିଦା ନନ୍ଗ୍ରୁମ୍ ଦେଇଥିଲେ। ଫଳରେ ମ୍ୟାଚ୍ ଅମୀମାଂସିତ ମୁଖେ ଯାଉଥିଲା ବେଳେ ଶେଷ ଷ୍ଟପେଜ୍ ଟାଇମ୍ରେ ଭିଏତନାମ ଆଉ ଗୋଟିଏ ଗୋଲ୍ ଲଦି ପୂରା ପଏଣ୍ଟ ହାତେଇ ନେଇଥିଲା।
ଆହୁରି ପଢ଼ନ୍ତୁ... ବିଶ୍ବ ତୀରନ୍ଦାଜି ପାରା ସିରିଜ୍ରେ ଭାଗନେବେ ଓଡ଼ିଆ ଝିଅ ପାୟଲ
ଏହି ବିଜୟ ସୂଚକ ଗୋଲ୍ଟି ଏନ୍ଗାଁ ଥି ଭାନ୍ ସୁ (୯୦+୪ ମିନିଟ୍) ଦେଇ ଯୁଗଳ ସଫଳତା ପାଇଥିଲେ। ଏହି ମ୍ୟାଚ୍ରେ ଓଡ଼ିଆ ଝିଅ ପ୍ୟାରୀ ଖାଖା ଖେଳୁଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ଜାପାନ ବିପକ୍ଷରେ ଶନିବାର ଖେଳିବ। ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ହେଲେ ଭାରତକୁ ଏହି ମ୍ୟଚ୍ ଜିତିବା ନିହାତି ଆବଶ୍ୟକ ରହିଛି। ଏହି ପ୍ରତିଯୋଗିତାରୁ ୪ ଶ୍ରେଷ୍ଠ ଦଳ ୨୦୨୭ ଫିଫା ମହିଳା ବିଶ୍ବକପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/football-2026-03-05-13-55-06.jpg)