କନକ ବ୍ୟୁରୋ: ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍, ସମ୍ବଲପୁରରେ ପ୍ରାଥମିକ ବର୍ଗ (ଶ୍ରେଣୀ-ପ୍ରଥମ ଏବଂ ଦ୍ବିତୀୟ)ଙ୍କ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବହୁତ ଉତ୍ସାହର ସହ କାଲି ସମ୍ପନ୍ନ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଚେୟାରପର୍ସନ୍ କେଶବ ଡାଲମିଆ, ବିଶିଷ୍ଟ ଅତିଥି ଭାବେ ସମାଜସେବୀ କୈଳାଶ ଅଗ୍ରୱାଲ, ପ୍ରଫୁଲ୍ଲ ପ୍ରଧାନ(ସେବାନିବୃତ ଶିକ୍ଷା ପଦାଧିକାରୀ) ଓ ଶତାଧିକ ସଂଖ୍ୟକ ଅଭିଭାବକମାନେ ଉପସ୍ଥିତ ଥିଲେ।
ମା ସମଲେଶ୍ଵରୀଙ୍କ ଫଟୋରେ ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି ଓ ପ୍ରାଚାର୍ଯ୍ୟ ସଚିନ ପାଠକଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର କୋ-ଅର୍ଡିନେଟର ରଶ୍ମି ରେଖା ପଣ୍ଡା ଅତିଥି ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ବେଲୁନ୍ ଗୁଚ୍ଛାଉଡ଼ାଇ ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଥିଲା।
ଆହୁରି ପଢ଼ନ୍ତୁ : ‘ବନ୍ଦେ ମାତରମ୍’କୁ ନେଇ ଆଜି ସଂସଦରେ ଆଲୋଚନା: ଏପଟେ SIRକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ
ପ୍ରାରମ୍ଭିକ ବିଧିବିଧାନର ଅଂଶରୂପ, ପ୍ରାଥମିକ ଶାଖାର ଛାତ୍ରଛାତ୍ରୀମାନେ ରୋମାଞ୍ଚକ ମଶାଲ ଦୌଡ଼ ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ଉତ୍ସାହପୂର୍ଣ୍ଣ କରିଦେଲେ। ଏହା ପରେ ବିଦ୍ୟାଳୟର ପ୍ରାଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କ କୌଶଳର ପ୍ରଶଂସା କରିଥିଲେ ଏବଂ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ କରିଥିଲେ, ଯାହା ଅତ୍ୟନ୍ତ ମନୋହର ଥିଲା। କ୍ରୀଡା ପ୍ରତିଯୋଗିତା ଅନ୍ତର୍ଗତ ବିଭିନ୍ନ ପ୍ରକାର ଦୌଡ଼ ପ୍ରତିଯୋଗିତା ଆୟୋଜିତ ହେଲା। ବିଶେଷତଃ ବେଙ୍ଗ ଡିଆଁ ବହୁତ ଆକର୍ଷଣୀୟ ଥିଲା। ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟ ୫୦ ମିଟର ସନ୍ତୁଳନ ଦୌଡ଼ ପୁରୁଷ ଏବଂ ମହିଳା ଦୁଇ ଶ୍ରେଣୀରେ ହୋଇଥିଲା।
ସମସ୍ତ ବିଜେତା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରାଚାର୍ଯ୍ୟଙ୍କ ଦ୍ୱାରା ପଦକ ଏବଂ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଶେଷରେ ଶିକ୍ଷିକା ନିବେଦିତା ସମସ୍ତ ଅତିଥି, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସହଯୋଗୀମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଧନ୍ୟବାଦ ଜ୍ଞାପନ ପ୍ରଦାନ କଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/08/sports-meet-2025-12-08-10-02-59.jpeg)