କନକ ବ୍ୟୁରୋ : ଏହି ନିର୍ବାଚନ ଥିଲା ମମଦାନୀ ବନାମ ଟ୍ରମ୍ପ । ଜୋହରାନଙ୍କ ବିଜୟ, ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା ଦେଇଛି । କାରଣ ଆମେରିକାର ସବୁଠୁ ବଡ ସହର ନ୍ୟୁୟର୍କରେ ମମଦାନୀ ହାରନ୍ତୁ ବୋଲି ଜୋରସୋରରେ ଚେଷ୍ଟା କରିଥିଲେ ଟ୍ରମ୍ପ । ଏପରିକି ତାଙ୍କ ବିରୋଧରେ ସୋସୋସିଆଲ ମିଡିଆ କ୍ୟାମ୍ପେନ ମଧ୍ୟ କରିଥିଲେ । ଟ୍ରମ୍ପଙ୍କ ନୀତି ପ୍ରବାସୀ ବିରୋଧୀ ଆଉ ନ୍ୟୁୟର୍କ ସିଟି ହେଉଛି ପ୍ରବାସୀଙ୍କ ସହର । ମମଦାନୀ ପ୍ରବାସୀ ହୋଇଥିବାରୁ ତାଙ୍କ ବିଜୟ ବତ୍ତର୍ମାନ ଟ୍ରମ୍ପଙ୍କୁ ଅକଲ ଗୁଡମ କରିଛି ।

Advertisment

ଚୌଦ୍ୱାର ଜେଲ ସୁରକ୍ଷା ବ୍ୟବସ୍ଥାରେ ଆସୁନି ସୁଧାର, ବାରମ୍ବାର ଘଟୁଛି ଅଘଟଣ, ତଥାପି ଚେତୁନାହାନ୍ତି କର୍ତ୍ତୁପକ୍ଷ

ଆଶାଠୁ ଅଧିକ ସମର୍ଥନ, ବିପୁଳ ମାତ୍ରାରେ ଭୋଟ ଜୋହରାନ ମମଦାଦୀଙ୍କୁ ବନାଇଛି ନ୍ୟୁୟର୍କ ମେୟର । ରିପ୍ଲବ୍ଲିକାନ ପାର୍ଟି ପ୍ରାର୍ଥୀ କାର୍ଟିସ ସିଲଭା ଓ ନିର୍ଦ୍ଦଳୟୀ ପ୍ରାର୍ଥ ଆଣ୍ଡ୍ରିୟ କୁଓମୋଙ୍କୁ ବଡ ବ୍ୟବଧାନରେ ପରାଜିତ କରିଛନ୍ତି ।  ତେବେ ବିଜୟ ଭାଷଣରେ ନେହେରୁଙ୍କ କଥା ମନେ ପକାଇଥିଲେ ନ୍ୟୁୟର୍କର ନୂଆ ମେୟର ।

ପୁରୁଣା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିତିଲାଣି ୬ ମାସ, ଏଯାଏଁ ହୋଇପାରିନି ଗୋଟିଏ ବି ଅଧ୍ୟାପକ ପଦବୀରେ ନିଯୁକ୍ତି

ଆସନ୍ତୁ ଜାଣିବା ମମଦାନୀଙ୍କ ଓଡ଼ିଶା କନେକ୍ସନ । ସୁନ୍ଦରଗଡର ପୂର୍ବତନ ଜିଲ୍ଲାପାଳ ଅମ୍ରିତଲାଲ ନାୟର ହେଲେ ମମଦାନୀଙ୍କ ଅଜା । ଏଥିସହ ମା ତଥା ଫିଲ୍ମ ମେକର ମୀରା ମଧ୍ୟ ରାଉଲକେଲା ଜନ୍ମିତ । ତେବେ ଉଗାଣ୍ଡାରେ ଜନ୍ମିତ ଜୋହରାନ ୭ବର୍ଷ ବୟସରୁ ଆମେରିକାରେ ରହିଆସୁଛନ୍ତି । ସମାଜସେବା ସହ ରାପର ଭାବେ ପରିଚୟ ବନାଇଥିଲେ । ୨୦୧୭ ମସିହାରେ ଡେମୋକ୍ରାଟିକ୍‌ ଦଳରେ ସାମିଲ ହୋଇ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଚାର ସମୟରେ ପ୍ରବାସୀ ଭାରତୀୟଙ୍କୁ ଆକୃଷ୍ଟ କରିବାକୁ ମମଦାନୀ ବଲିଉଡ ଷ୍ଟାଇଲରେ ପ୍ରଚାର କରି ବେଶ ଚର୍ଚ୍ଚାରେ ଥିଲେ । ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଭୋଟ ତାଙ୍କ ବିଜୟ ପଛରେ ବଡ ଯୋଗଦାନ ମଧ୍ୟ ରହିଛି । ଏପରିକି ବିଜୟ ମମଦାନୀଙ୍କ ବିଜୟ ଭାଷଣ ସମୟରେ ଶୁଣିବାକୁ ମିଳିଥିଲା ବଲିଉଡ ଗୀତ ଧୂମ ମଚାଲେ ।