Indian Navy Ready for Combat Photograph: (kanak News)
କନକ ବ୍ୟୁରୋ: ଚର୍ଚ୍ଚା ବଢାଇଲା ଇଣ୍ଡିଆନ ନେଭିର ଟ୍ବିଟର ପୋଷ୍ଟ । ସ୍ପଷ୍ଟ ଭାବରେ ଲେଖାଯାଇଛି ଆମେ ପ୍ରସ୍ତୁତ । କେଉଁ ମୁହୂର୍ତ୍ତରେ, କେଉଁଠି ଓ କେତେବେଳେ ବି ନିର୍ଦ୍ଦେଶ ଆସିଲେ ଆମେ ମୁକାବିଲା କରିପାରିବୁ । ନେଭିର ଏହି ଟ୍ବିଟ୍ ପରେ ଏବେ ସବୁଠି ଚର୍ଚ୍ଚା । କାରଣ ପହଲଗାମ୍ରେ ଆତଙ୍କୀ ହମଲାରେ ୨୮ ନିରୀହ ପର୍ଯ୍ୟଟକଙ୍କର ପ୍ରାଣ ଯିବା ପରେ ପୂରା ଦେଶରେ ଅସନ୍ତୋଷ ଦେଖାଗଲାଣି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ରୋକଠୋକ କହିଛନ୍ତି, ଆତଙ୍କୀଙ୍କୁ ନିସ୍ତାର ନାହିଁ । ଏହାପରେ ସୀମାରେ ବଡ଼ ହଲଚଲ ହେଉଥିବା ବେଳେ ତିନି ସେନା ବି ପ୍ରସ୍ତୁତ ଅଛନ୍ତି । ଖାସ କରି ନେଭିର ଏହି ପୋଷ୍ଟ ପରେ ବେଶ ଚର୍ଚ୍ଚା ବଢିଛି ।
ଯୁଦ୍ଧ ପାଇଁ ରେଡି ହେଲାଣି ନୌସେନା
କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ
ସୋସିଆଲ ମିଡିଆରେ ଭାଇରାଲ ହେଲା ଟ୍ବିଟ୍
ମିଶନ ରେଡ୍ଡି
କୌଣସି ସମୟରେ, କୌଣସି ସ୍ଥାନରେ ବି..
ସୋସିଆଲ ମିଡିଆରେ ଭାରତୀୟ ନୌସେନା ପୋଷ୍ଟ କରିଛି କି, ମିଶନ ରେଡି, କୌଣସି ସମୟରେ, କୌଣସି ସ୍ଥାନରେ । ଅର୍ଥାତ୍ ଯୁଦ୍ଧକୁ ହିଁ ଇସାରା କରି ନୌସେନା ଏମିତି ପୋଷ୍ଟ କରିଥିବା ନେଇ ସୂଚନା ମିଳିଛି । ପୋଷ୍ଟ ହେବା ପରେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏହା ଘୂରି ବୁଲୁଛି ।
ଟ୍ବିଟ୍ ନେଇ ନୌସେନାର ସ୍ପଷ୍ଟୋକ୍ତି
ନୌସେନା ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛି Power in unity; Presence with Purpose । ଏହା ସହିତ ଇଣ୍ଡିଆନ୍ ନେଭି କିଛି ଏପରି ଟ୍ୟାଗ୍ ଲାଇନ୍ ବ୍ୟବହାର କରିଛି, ଯେଉଁଥିରୁ ସ୍ପଷ୍ଟ ସଙ୍କେତ ଆସୁଛି କି ନୌସେନା ମିଶନ ପାଇଁ ପୂରା ପ୍ରସ୍ତୁତ । କୁହାଯାଉଛି କି, ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ପରେ ଏଥର ନୌସେନା ଦ୍ବାରା କୌଣସି ଷ୍ଟ୍ରାଇକ୍ ହୋଇପାରେ । ବୋଧହୁଏ ସେଇଥି ଲାଗି ଏମିତି କିଛି ପୋଷ୍ଟ ହୋଇଛି ।
କଥାହେଲା, କାଶ୍ମୀର ଆକ୍ରମଣ ପରେ ସରକାର ତିନିସେନା ମୁଖ୍ୟଙ୍କ ସହ ବାରମ୍ବାର ଆଲୋଚନା କରୁଛନ୍ତି । ପ୍ରତିଟି ସମୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ବି ଦିଆଯାଇଛି । ତେଣୁ ଇଣ୍ଡିଆନ ନେଭି ବି ପ୍ରସ୍ତୁତ ଥିବା କୁହାଯାଉଛି ।
ଯଦି ଯୁଦ୍ଧ ହୁଏ…
ମୋଟ୍ ଉପରେ, କୌଣସି ଦେଶରେ ଯୁଦ୍ଧ ହେଲେ ତା’ର ବଡ଼ ଶକ୍ତି ହେଉଛି ନୌସେନା । ଲଢ଼େଇ ସମୟରେ ନୌସେନା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସୂଚନା ଅନୁଯାୟୀ, ଯଦି ଭାରତୀୟ ନୌସେନା ଆରବ ସାଗରରେ ନିଜର ଯୁଦ୍ଧପୋତ ଗୁଡ଼ିକୁ ମୁତୟନ କରେ, ତେବେ ଏହି ସ୍ଥିତିରେ ପାକିସ୍ତନକୁ ବଡ଼ ଝଟକା ଲାଗିବ । ପଡ଼ୋଶୀ ଦେଶକୁ ସଠିକ୍ ସମୟରେ ଇନ୍ଧନ ମିଳିବ ନାହିଁ, ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ରପ୍ତାନୀ ପ୍ରଭାବିତ ହେବ । ପୂର୍ବରୁ ବି ପାକିସ୍ତାନକୁ ପାନେ ଦେଇଛି ଇଣ୍ଡିଆନ ନେଭି । ତେଣୁ ଏବେ ବି ସମାନ ଢଙ୍ଗରେ କିଛି ହେବ ବୋଲି ଚର୍ଚ୍ଚା ଚାଲିଛି । ବାସ ଏବେ କେନ୍ଦ୍ରର ଗ୍ରୀନ ସିଗ୍ନାଲକୁ କେବଳ ଅପେକ୍ଷା ।
Follow Us