କନକ ବ୍ୟୁରୋ: ଷ୍ଟ୍ରେଲିଆରେ ହେବାକୁ ଥିବା ଏଏଫ୍ସି ମହିଳା ଏସୀୟ କପ୍ ଲାଗି ଶୁକ୍ରବାର ଭାରତୀୟ ଦଳ ଘୋଷିତ ହୋଇଛି । ଏହି ୨୬ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ଫରୱାର୍ଡ ପ୍ୟାରୀ ଖାଖା, ମିଡ୍ଫିଲ୍ଡର ଯଶୋଦା ମୁଣ୍ଡା ଓ ଡିଫେଣ୍ଡର ଜୁଲି କିଷାନ ସ୍ଥାନ ପାଇଛନ୍ତି । ଭାରତ ଗ୍ରୁପ୍-ସି’ରେ ଭିଏତ୍ନାମ, ଜାପାନ, ଓ ଚାଇନିଜ୍ ତାଇପେ ସହ ରହିଛି । ମାର୍ଚ୍ଚ ୪ରେ ଭିଏତ୍ନାମ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବା ପରେ ୭ରେ ଜାପାନ ଓ ୧୦ରେ ଚାଇନିଜ୍ ତାଇପେ ବିପକ୍ଷରେ ଖେଳିବ । ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସହ ୨ ତୃତୀୟ ଶ୍ରେଷ୍ଠ ଦଳ କ୍ବାର୍ଟରଫାଇନାଲ୍ରେ ପହଞ୍ଚିବେ । ୪ କ୍ବାର୍ଟରଫାଇନାଲ୍ ବିଜେତା ସିଧାସଳଖ ଫିଫା ମହିଳା ବିଶ୍ବକପ୍ ବ୍ରାଜିଲ ୨୦୨୭ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ।
ଏହା ବି ପଢ଼ନ୍ତୁ: ବଧିର ଏସିଆ କପ୍ କ୍ରିକେଟ୍: ଭାରତର ବିଜୟ ଜାରି, ୧୦ ୱିକେଟ୍ରେ ନେପାଳକୁ ହରାଇଲା
ଭାରତୀୟ ଦଳ: ଗୋଲି-ପନ୍ଥୋଇ ଚାନୁ ଲାଙ୍ଗବାମ୍, ଶ୍ରେୟା ହୁଡ଼ା, ସୌମ୍ୟା ନରାୟାଣସ୍ବାମୀ, ଡିଫେଣ୍ଡର-ଅସ୍ତାମ ଓରାଓଁ, ଜୁଲି କିଷାନ, ମାର୍ଟିନା ଥୋକଚୋମ୍, ନିର୍ମଳା ଦେବୀ ଫଞ୍ଜୌବାମ୍, ସଞ୍ଜୁ, ସରିତା ୟୁମ୍ନାମ୍, ସିଲ୍କି ଦେବୀ ହେମାମ, ସୁଷମା ଲେପ୍ଚା, ସ୍ବିଟି ଦେବୀ ଗାଙ୍ଗବାମ୍, ମିଡ୍ଫିଲ୍ଡର-ଅଞ୍ଜୁ ତମାଙ୍ଗ, ଅଭେକା ସିଂହ. ବାବିନା ଦେବୀ ଲିଶମ, ଯଶୋଦା ମୁଣ୍ଡା, ସାଁଫିଦା ନଙ୍ଗରୁମ, ସଙ୍ଗୀତା ବାସ୍ଫୋର୍, ଫରୱାର୍ଡ-ଗ୍ରେସ୍ ଡଙ୍ଗମେଇ, କାବ୍ୟା ପାକିରିସ୍ବାମୀ, ଲିଣ୍ଡା କମ୍ ସର୍ତୋ, ମାଳବିକା ପି, ମନୀଷା କଲ୍ୟାଣ, ପ୍ୟାରୀ ଖାଖା, ରିମ୍ପା ହଳଦର, ସୌମ୍ୟ ଗୁଗୁଲୋଥ ।
Follow Us