କନକ ବ୍ୟୁରୋ: ଏସିଆନ ବଧିର କ୍ରିକେଟ୍ ସଂଘ (ଏଡିସିଏ), ଭାରତୀୟ ବଧିର କ୍ରିକେଟ୍ ସଂଘ (ଆଇଡିସିଏ) ଏବଂ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ବଧିର ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ନିଜ ବିଜୟଧାରା ଅବ୍ୟାହତ ରଖିଛି । ଶ୍ରୀଲଙ୍କାକୁ ହରାଇଥିବା ଭାରତ ଶୁକ୍ରବାର ନେପାଳକୁ ୧୦ ୱିକେଟ୍ରେ ପରାସ୍ତ କରି ନିଜ ପତିଆରା ଜାରି ରଖିଛି ।
ଏହା ବି ପଢ଼ନ୍ତୁ: କଳିଙ୍ଗରେ ହେବ ପ୍ରଥମ ଜାତୀୟ ଇନ୍ଡୋର ଦୌଡ଼କୁଦ
ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ୧୭.୪ ଓଭରରେ ୯ ଓ୍ବିକେଟ୍ ହରାଇ ମାତ୍ର ୫୭ ରନ୍ କରିଥିଲେ । ନେପାଳର କ୍ରୀଷ୍ଣା ଧାମି (୧୯) ଓ ଅଭିଶେଖ ମିଶ୍ର (୧୧) କେବଳ ଦୁଇଅଙ୍କ ଛୁଇଁଥିଲେ । ଭାରତର ଜିଗର ଠକ୍କର ୫ ୱିକେଟ୍ ସଫଳତା ପାଇଥିଲେ । ଜବାବରେ ଦୀପକ ଲାମ୍ବାଙ୍କ ୨୮ ଓ ସନିଥ ସେଠୀଙ୍କ ୨୫ ରନ ବଳରେ ଭାରତ ୫.୨ ଓଭରରେ କୌଣସି ୱିକେଯ୍ ନ ହରାଇ ମ୍ୟାଚ୍ ଜିତି ନେଇଥିଲା । ଜିଗରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ‘ଓସିଏ’ ସିଇଓ ସୁବ୍ରତ କୁମାର ବେହେରା ଯୋଗ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/rising-india-2026-02-20-22-26-30.jpg)