କନକ ବ୍ୟୁରୋ: ୧୭୬ ରନ୍ ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସି ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭର ଅର୍ଶଦୀପ ସିଂ କ୍ୱିଣ୍ଟନ ଡିକକ୍ଙ୍କୁ ପାଭେଲିୟନ ପଠାଇ ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟରଙ୍କୁ ପିଚ୍ରେ ସମୟ ବିତାଇବାକୁ ଦେଇନଥିଲେ ଭାରତୀୟ ବୋଲର । ୬ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ବି କରିପାରିନଥିଲେ । ଫଳରେ ଭାରତ ୧୦୧ ରନ୍ରେ ମ୍ୟାଚ୍ ଜିତି ନେଇଛି ।
ଆଜି(ମଙ୍ଗଳବାର) ଭାରତୀୟ ବୋଲର ଲୟରେ ନଜର ଆସୁଥିଲେ । ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବେଳେ ବଡ଼ ଭାଗିଦାରୀ ହେବାକୁ ଦେଇନଥିଲେ । ପ୍ରୋଟିଆଜ୍ ପକ୍ଷରୁ ବ୍ରେଭିସ୍ ସର୍ବାଧିକ ୨୨ ରନ୍ କରିଛନ୍ତି । ମାତ୍ର ୭୪ ରନ୍ରେ ହିଁ ଦକ୍ଷିଣ ଆଫ୍ରିକା ଦଳ ଅଲ୍ଆଉଟ୍ ହୋଇ ମୁଣ୍ଡାଇଛି ଏକ ଅଲୋଡ଼ା ରେକର୍ଡ । ଟି-ଟ୍ୱେଣ୍ଟି ଇତିହାସରେ ଏତେ କମ ସ୍କୋର୍ କେବେ କରିନଥିଲା ଦକ୍ଷିଣ ଆଫ୍ରିକା ଦଳ ।
ଏହା ବି ପଢ଼ନ୍ତୁ: ହାର୍ଦ୍ଦିକଙ୍କ ଭଳି ଦ୍ବତୀୟ ଖେଳାଳି ମିଳିବେନି, ପୂର୍ବତନ ଖେଳାଳିଙ୍କ ବଡ଼ ଦାବି
ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତଣ କରିଥିଲା ଦକ୍ଷିଣ ଆଫ୍ରିକା ଦଳ । ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ମାତ୍ର ୫ ରନ୍ ଦଳୀୟ ସ୍କୋର୍ରେ ଶୁବମନ ଗିଲ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଅଭିଶେଷ ଶର୍ମା କିଛିଟା ବଡ଼ ସଟ୍ ଖେଳିଥିଲେ ମଧ୍ୟ ବଡ଼ ସ୍କୋର୍ କରିପାରିନଥିଲେ । କୌଣସି ବ୍ୟାଟର ଅଧିକ ସମୟ ପିଚ୍ରେ ବିତାଇପାରିନଥିଲେ । ଏହି ସମୟରେ ପିଚ୍କୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୋଟିଏ ପରେ ଗୋଟିଏ ୱିକେଟ ଭାରତ ହରାଉଥିବା ବେଳେ ଏକାକୀ ଦଳୀୟ ସ୍କୋର୍କୁ ଆଗକୁ ବଢ଼ାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୮ଟି ବଲ୍ର ୪ଟି ଛକା ଓ ୬ଟି ଚୌକା ବଳରେ ୫୯ ରନ୍ କରିଥିଲେ । ଯାହାଫଳରେ ଟିମ୍ ଇଣ୍ଡିଆର ଦଳୀୟ ସ୍କୋର୍ ୬ ୱିକେଟ ବିନିମୟରେ ୧୭୫ ରନ୍ରେ ପହଞ୍ଚିଥିଲା । ହେଲେ ଏହି ବିଜୟ ଲକ୍ଷକୁ ହାସଲ କରିବାରେ ଫେଲ୍ ମାରିଛି ଦକ୍ଷିଣ ଆଫ୍ରିକା । ଫଳରେ ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ରେ ଭାରତ ୧-୦ରେ ଆଗୁଆ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/12/09/team-india-2025-12-09-22-17-56.jpg)